Categories
ଆଜିର ଖବର ଜାତୀୟ ଖବର

ଜେଇଇ ମେନ୍ ପରୀକ୍ଷା ଫଳ: ୪୪ ଜଣ ପରୀକ୍ଷାର୍ଥୀ ରଖିଲେ ୧୦୦ ପ୍ରତିଶତ ମାର୍କ, ଶୀର୍ଷରେ ୧୮

ନୂଆଦିଲ୍ଲୀ: ଗତକାଲି ରାତିରେ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଜେଇଇ-ମେନ୍ ର ଫଳାଫଳ ଘୋଷଣା କରାଯାଇଛି। ଯେଉଁଥିରେ ମୋଟ ୪୪ ଜଣ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ସ୍କୋର କରିଛନ୍ତି। ୧୮ ଜଣ ପ୍ରାର୍ଥୀ ଶୀର୍ଷ ମାନ୍ୟତା ପାଇଛନ୍ତି। ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀମାନେ ଗତକାଲି ରାତିରେ ଏହି ସୂଚନା ଦେଇଛନ୍ତି।

ଚଳିତ ବର୍ଷଠାରୁ ସଂଯୁକ୍ତ ପ୍ରବେଶିକା ପରୀକ୍ଷା-ମେନ୍ ର ଛାତ୍ରଛାତ୍ରୀମାନେ ରେଜଲ୍ଟରେ ଉନ୍ନତି ଆଣିବା ପାଇଁ ବର୍ଷକୁ ଚାରିଥର ଆୟୋଜନ କରାଯାଉଛି। ପ୍ରଥମ ପର୍ଯ୍ୟାୟ ଫେବୃଆରୀରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚରେ କରାଯାଇଥିଲା।

ପରବର୍ତ୍ତୀ ପର୍ଯ୍ୟାୟ ପରୀକ୍ଷା ଏପ୍ରିଲ ଏବଂ ମେ ମାସରେ ହେବାକୁ ଥିଲା, କିନ୍ତୁ ଦେଶରେ କୋଭିଡ-୧୯ ମହାମାରୀର ଦ୍ୱିତୀୟ ତରଙ୍ଗକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯାଇଥିଲା।