Categories
ଆଞ୍ଚଳିକ

କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା: ଗୋଳନ୍ଥରା ପୋଲିସର ତଦନ୍ତ ଜାରି

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ନିକଟ ରଙ୍ଗିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଅରକ୍ଷିତ ନାହାକ ନାମକ ଜଣେ ବ୍ୟକ୍ତି କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିବା ଜଣାପଡିଛି।

ମୃତ ଅରକ୍ଷିତ କୌଣସି କାରଣରୁ ମାନସିକ ଅବସାଦରେ ରହୁଥିଲେ। କିନ୍ତୁ ସେ ନିଜ ବିଲରେ ପକାଇବାକୁ ରଖିଥିବା କୀଟନାଶକ ଓାୖଷଧ ପିଇ ଦେଇଥିଲେ। ଯାହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପରିବାର ଲୋକେ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ତାଙ୍କର ପୁଅ ରାଜେନ୍ଦ୍ର ନାହାକ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।