Categories
ଆଜିର ଖବର ରାଜ୍ୟ ଖବର

ନରସିଂହପୁର କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଅବ୍ୟବସ୍ଥା, ରାସ୍ତା ଅବରୋଧ କଲେ ପ୍ରବାସୀ ଓଡ଼ିଆ

ଚନ୍ଦ୍ରକାନ୍ତି ବୌଦ୍ଧ

ନରସିଂହପୁର : ନରସିଂହପୁର କ୍ବାରେଣ୍ଟାଇନ କେନ୍ଦ୍ରର ଅବ୍ୟବସ୍ଥା ସାମ୍ନାକୁ ଆସିଛି । ଏନେଇ ପ୍ରବାସୀ ମାନେ ୬୫ ନମ୍ବର ରାଜ୍ୟ ରାଜପଥ ନରସିଂହପୁର ପେଟ୍ରୋଲ ପମ୍ପ ନିକଟରେ ରାସ୍ତା  ଅବରୋଧ କରିଛନ୍ତି । ଏହି ଅବରୋଧ ପାଇଁ ଏକଘଣ୍ଟା ପାଇଁ ଗାଡି ଚଳାଚଳ ବ୍ୟାହାତ ହୋଇଥିଲା । ପ୍ରବାସୀ ଓଡିଆ ବିଭିନ୍ନ ରାଜ୍ୟରୁ ଆସି ୧୩ ଦିନରୁ ଉର୍ଧ ସମୟ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ ମଧ୍ୟ ସେମାନଙ୍କର ସ୍ବାବ ଟେଷ୍ଟ କରା ଯାଉନଥିବାର ଅଭିଯୋଗ ହୋଇଛି । ଯାହା ଫଳରେ ଆଜି ୬୦ ରୁ ଉର୍ଦ୍ଧ୍ବ  ପ୍ରବାସୀ ଓଡ଼ିଆ ୬୫ ନମ୍ବର ରାଜ୍ୟ ରାଜପଥ ଉପରେ ବସି ରାସ୍ତାରୋକ କରିଥିଲେ।

ଖବର ପାଇ ଘଟଣା ସ୍ଥଳରେ ବ୍ଲକ ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ ବେହେରା ଘଟଣା ସ୍ଥଳରେ ପହଞ୍ଚି ପ୍ରବାସୀ ଓଡିଆଙ୍କୁ ବୁଝାସୁଝା କରିବା ସହିତ ଆଜି ସମସ୍ତ ପ୍ରବାସୀ ଓଡିଆଙ୍କ ସ୍ବାବ ଟେଷ୍ଟ କରାଯିବ ପ୍ରତିଶ୍ରୁତି ଦେବାପରେ ପ୍ରବାସୀମାନେ ଆନ୍ଦୋଳନରୁ ଓହରିଥିଲେ । ତେବେ ଗତ ଦୁଇଦିନ ତଳେ ନରସିଂହପୁର ଅଞ୍ଚଳରେ ସ୍ବାବ ଟେଷ୍ଟ କରାଯାଉ ନଥିବା ଅଭିଯୋଗ କରି ଗଛ ପକାଇ ରାସ୍ତାରୋକ କରିଥିଲେ ପ୍ରବାସୀ ଓଡ଼ିଆ। ପ୍ରବାସୀ ଓଡ଼ିଆଙ୍କ ସ୍ବାବ ଟେଷ୍ଟ କରାନ ଯାଇ ତାଙ୍କୁ ଘରକୁ ପଠାଯାଉଥିବାରୁ ଏନେଇ ଅସନ୍ତୋଷ ସୃଷ୍ଟି ହୋଇଛି । ଯଦି ପ୍ରବାସୀଙ୍କ ସ୍ବାବ ଟେଷ୍ଟ ନ କରାଯିବ, ତେବେ ସରକାର କ’ଣ ପାଇଁ କ୍ବାରେଣ୍ଟିନ୍‌ ସେଣ୍ଟର କରିଛନ୍ତି । ସେହିପରି ବିନା ଟେଷ୍ଟିଂରେ ପ୍ରବାସୀଙ୍କୁ ଘରକୁ ଯିବାର ଅନୁମତି ଦିଆଯିବା ପରେ ଗୋଷ୍ଠୀ ସଂକ୍ରମଣ ପ୍ରତି ବିପଦ ଅଧିକ ଘନଉଛି । ସରକାର ଏନେଇ ସ୍ପଷ୍ଟ ଉତ୍ତର ରଖିବାକୁ ପ୍ରବାସୀ ଓଡ଼ିଆ ମାନେ ଦାବି କରିଛନ୍ତି ।