Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ରାଜ୍ୟ ପଣ୍ୟଗାର ନିଗମ କର୍ମଚାରୀଙ୍କୁ ମାଡ଼: ଜୁନାଗଡ ଥାନାରେ ମାମଲା

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଜଣେ କର୍ତ୍ତବ୍ୟରତ କର୍ମଚାରୀଙ୍କୁ ମିଲ ମାଲିକଙ୍କ ପୁଅ ମାଡ଼ ମାରିବା ଘଟଣା ଜିଲ୍ଲାରେ ଆଲୋଚନାର ବିଷୟବସ୍ତୁ ହୋଇଛି। ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଜୁନାଗଡ ସ୍ଥିତ ଓଡିଶା ରାଜ୍ୟ ପଣ୍ୟଗାର ନିଗମ ଠାରେ କାର୍ଯ୍ୟରତ କର୍ମଚାରୀ ଶଙ୍କର ରାଓ ଜୟପାଟଣା ଏସଏମ ରାଇସ ମିଲ୍ ଯୋଗେଇ ଥିବା ଚାଉଳକୁ ନିମ୍ନ ମାନର ଥିବା କହି ଗ୍ରହଣ କରିବାକୁ ମନା କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଏସଏମ ରାଇସ ମିଲ୍ ମାଲିକଙ୍କ ପୁଅ ସନତ୍ କୁମାର ପଣ୍ଡା ସମ୍ପୃକ୍ତ କର୍ମଚାରୀ ଶ୍ରୀ ରାଓଙ୍କୁ ଅତି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ତାଙ୍କୁ ମାଡ ମାରିଥିବା ସମ୍ପର୍କରେ ଜୁନାଗଡ ଥାନାରେ ଲିଖିତ ଅଭିଯୋଗ ହେବାପରେ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ଜୁନାଗଡ ଥାନା ମକଦ୍ଦମା ସଂଖ୍ୟା ୨୮୫/୨୦୨୦ ଅନୁଯାୟୀ ମାମଲା ରୁଜୁ କରି ପୀଡିତଙ୍କୁ ଜୁନାଗଡ଼ ଡାକ୍ତରଖାନାକୁ ପ୍ରେରଣ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାର ସତ୍ୟା ସତ୍ୟ ତଦନ୍ତ ପରେ ଜଣାପଡିବ ବୋଲି ଜୁନାଗଡ଼ ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି।