Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ବର୍ଦ୍ଧିତ ହୋଲଡିଙ୍ଗ ଟାକ୍ସକୁ ସ୍ଥଗିତ ରଖିଲେ ରାଜ୍ୟ ସରକାର

ଭୁବନେଶ୍ବର: ଭୁବନେଶ୍ବରରେ ବର୍ଦ୍ଧିତ ହୋଲଡିଙ୍ଗ ଟାକ୍ସକୁ ସ୍ଥଗିତ ରଖିବାକୁ ଘୋଷଣା କରାଯାଇଛି। ଲୋକଙ୍କ ଭାବାବେଗକୁ ଲକ୍ଷ କରି ମୁଖ୍ୟମନ୍ତ୍ରୀ ବର୍ଦ୍ଧିତ ହୋଲଡିଙ୍ଗ ଟାକ୍ସକୁ ସ୍ଥଗିତ ରଖିଛନ୍ତି।

ଏନେଇ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ସୂଚନା ଦେଇଛନ୍ତି। ଓଡିଶା ଉଚ୍ଚ ନ୍ୟାୟଳୟର ରାୟ ଶୁଣାଣି ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖାଗଲା ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ପୁରୁଣା ଦର ହିସାବରେ ଏବେ ଟାକ୍ସ ଆଦାୟ ହେବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୋହଳ ହେଲା ଯାତ୍ରା କଟକଣା: ଅନଲାଇନରେ ହେବ ନବମ ଏବଂ ଏକାଦଶ ପରୀକ୍ଷା

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଗାଇଡଲାଇନ ଜାରି କରାଯାଇଛି। ଯାତ୍ରା, ଅପେରା ପାଇଁ କରୋନା କଟକଣା କୋହଳ କରାଯାଇଛି। ସର୍ବାଧିକ ୨ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ କରାଯାଇପାରିବ। ଜିଲ୍ଲା ପ୍ରଶାସନ କିମ୍ବା କମିଶନରଙ୍କ ଅନୁମତି ନେଇ ଯାତ୍ରା ପରିବେଷଣ କରାଯାଇପାରିବ। ତେବେ ରୋଗାକ୍ରାନ୍ତ ଦର୍ଶକଙ୍କୁ ଯାତ୍ରା ଦେଖିବା ପାଇଁ ବାରଣ କରାଯାଇଛି। ମାସ୍କ ପରିଧାନ, ସାମାଜିକ ଦୂରତା, ଥର୍ମାଲା ସ୍କାନିଂ ଆବଶ୍ୟକ। ସିଟ ମଧ୍ୟରେ ୬ ଫୁଟ ଦୂରତା ରହିବା ଆବଶ୍ୟକ। କୌଣସି ଦର୍ଶକଙ୍କ ଇନଫ୍ଳୁଏଞ୍ଜା ଲକ୍ଷଣ ଥିଲେ ଅନୁମତି ମିଳିବ ନାହିଁ। ଅନଲାଇନ ମାଧ୍ୟମରେ ଟିକେଟ ବିକ୍ରି ପାଇଁ ପରାମର୍ଶ ଦିଆଯାଇଛି।

ସେହିପରି ବାହାଘର, ଶୁଦ୍ଧିକ୍ରିୟା ପାଇଁ ୫୦୦ ଲୋକଙ୍କୁ ଅନୁମତି ମିଳିଛି। ଅନଲାଇନରେ ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ପାଇଁ  ନିଷ୍ପତ୍ତି ହୋଇଛି। ଅଭିବାବକଙ୍କ ସହ ଆଲୋଚନା କରାଯାଇ ଅନଲାଇନରେ ପରୀକ୍ଷା ପାଇଁ ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ମାଟ୍ରିକ ଛାତ୍ରଛାତ୍ରୀଙ୍କ ଫର୍ମପୁରଣ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ମାଟ୍ରିକ ଛାତ୍ରଛାତ୍ରୀଙ୍କ ଫର୍ମପୁରଣ ଅବଧିକୁ ବୃଦ୍ଧି କରାଯାଇଛି। ଆସନ୍ତା ୧୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଫର୍ମପୁରଣ ଅବଧିକୁ ବୃଦ୍ଧି କରାଯାଇଛି। ହାଇସ୍କୁଲ, ଓପନ ସ୍କୁଲ, ଧନ୍ଦାମୂଳକ ଶିକ୍ଷାର ଫର୍ମପୁରଣ ଅବଧି ବୃଦ୍ଧି ହୋଇଛି। ଏନେଇ ମାଧ୍ୟମିକ ଶିକ୍ଷବୋର୍ଡ ସୂଚନା ଦେଇଛି। ପୂର୍ବରୁ ଏହାର ଅବଧି ଫେବୃୟାରୀ ୨ ତାରିଖ ପର୍ଯ୍ୟନ୍ତ ଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସରକାରୀ ମେଡିକାଲର ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ବର: ସରକାରୀ ମେଡିକାଲର ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି ହୋଇଛି। ରାଜ୍ୟ ସରକାର ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ମାସିକ ୨୦ ହଜାରରୁ ୨୮ ହଜାରକୁ ବୃଦ୍ଧି କରିଛନ୍ତି। ଚଳିତ ବର୍ଷ ଜାନୁୟାରୀ ରୁ ୩ ବର୍ଷ ପାଇଁ ଏହି ଷ୍ଟାଇପେଣ୍ଡ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ବିଭାଗୀୟ ଉପସଚିବ ଏନେଇ ଡିଏମଇଟି କୁ ଚିଠି ଲେଖି ସୂଚନା ଦେଇଛନ୍ତି। ସଂଘ ପକ୍ଷରୁ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି ଦାବିରେ ଆନ୍ଦୋଳନର ଧମକ ଦିଆଯାଇଥିଲା। ତେବେ ଷ୍ଟାଇପେଣ୍ଡ ବୃଦ୍ଧି ବିଷ୍ପତ୍ତି ପରେ ସଂଘ ଆନ୍ଦୋଳନରୁ ଓହରିଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ଏଣିକି ସ୍କୁଲ ଫି’ ହ୍ରାସ କରିବାକୁ ଦେଲେ ନିର୍ଦ୍ଦେଶ

ଭୁବନେଶ୍ବର: ସ୍କୁଲ ଫି ହ୍ରାସ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ସ୍କୁଲ ଫି ହ୍ରାସ କରିବାକୁ ପରାମର୍ଶ ଦିଆଯାଇଛି। ଅଣଅନୁଦାନ ଓ ଅନୁଦାନ ପ୍ରାପ୍ତ ଏବଂ ଘରୋଇ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସ୍କୁଲ ଫି କୋହଳ କରାଯିବ। ସେଥିପାଇଁ ସରକାର ୭ ଟି ସ୍ଲାବ ନିର୍ଦ୍ଧାରଣ କରିଛନ୍ତି।

ବାର୍ଷିକ ୬ ହଜାରରୁ ୧୨ ହଜାର ପର୍ଯ୍ୟନ୍ତ ସ୍କୁଲ ଫି’ ଥିଲେ, ତାହା ୭.୫% ଛାଡ ହେବ।

୧୨ ହଜାରରୁ ୨୪ ହଜାର ପର୍ଯ୍ୟନ୍ତ ସ୍କୁଲ ଫି’ ଥିଲେ, ୧୨% ଛାଡ

୨୪ ହଜାରରୁ ୪୮ ହଜାର ପର୍ଯ୍ୟନ୍ତ ଥିଲେ, ୧୫ % ଛାଡ ହେବ।

୪୮ ହଜାରରୁ ୭୨ ହଜାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ୨୦% ଛାଡ।

୭୨ ହଜାରରୁ ଏକ ଲକ୍ଷ ପର୍ଯ୍ୟନ୍ତ ସ୍କୁଲ ଫି’ ଥିଲେ, ୨୫% ଛାଡ ହେବ।

ଏକ ଲକ୍ଷରୁ ଅଧିକ ସ୍କୁଲ ଫି’ ଥିଲେ ୨୬ % ପର୍ଯ୍ୟନ୍ତ ଛାଡ ହେବ।

ହଷ୍ଟେଲ ଫି’ ୩୦% ଛଡା କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଏହା ସହିତ ବିଦ୍ୟାଳୟଗୁଡିକ ପରିବହନ ଏବଂ ଖାଦ୍ୟ ବାବଦରେ ମନ ଇଚ୍ଛା ଅର୍ଥ ଆଦାୟ କରିପାରିବେ ନାହିଁ।

ସୂଚନା ଯୋଗ୍ୟ ଯେ, ଗତ ୭ ତାରିଖରେ ଓଡିଶା ହାଇକୋର୍ଟ ସ୍କୁଲ ଫି’ ଛାଡ ନିଷ୍ପତ୍ତି ପ୍ରସଙ୍ଗରେ ସରକାରଙ୍କ ଉପରେ ଛାଡି ଦେଇଥିଲେ। ତେବେ ଏନେଇ ଆଜି ରାଜ୍ୟ ସରକାର ସ୍କୁଲ ଫି କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ନିୟମକୁ ଅବମାନନା!: ବହୁ ମାସ ହେଲା ବାଣପୁର ପଞ୍ଚାୟତ ସମିତିର ବୈଠକ ରହିଛି ବନ୍ଦ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ପଞ୍ଚାୟତ ସମିତିରେ ଦେଖାଦେଇଛି ଚରମ ଅବ୍ୟବସ୍ଥା। ଦୀର୍ଘ ଦଶ ମାସ ଭିତରେ ଗୋଟିଏ ଥର ପାଇଁ ମଧ୍ୟ ପଞ୍ଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇପାରିନାହିଁ।

ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଏବଂ ପାନୀୟ ଜଳ ବିଭାଗ ଦ୍ୱାରା ଗତ ୧୮.୧୦.୧୯ରେ ଚିଠି ସଂଖ୍ୟା ୧୮୫୬୭ ରେ ଏକ ପତ୍ର ସମସ୍ତ ଜିଲ୍ଲାପାଳଙ୍କୁ ପ୍ରେରଣ କରାଯାଇଥିଲା। ଯେଉଁଥିରେ ଉଲ୍ଲେଖ ଥିଲା ଯେ, ପ୍ରତି ଦୁଇ ମାସରେ ଅତିକମରେ ଗୋଟାଏ ଥର ବୈଠକ ପ୍ରତି ପଞ୍ଚାୟତ ସମିତିରେ ଅନୁଷ୍ଠିତ ହେବ। ଉକ୍ତ ବୈଠକକୁ ପଞ୍ଚାୟତ ସମିତି ଚେୟାରମ୍ୟାନ ଅଧ୍ୟକ୍ଷତା କରିବେ।

ଅନୁରୂପଭାବେ ବିଭିନ୍ନ ବକେୟା ବିଲର ପ୍ରତିସ୍ଵାକ୍ଷର କରିବାରେ କୌଣସି ବ୍ଲକ ଚେୟାରମ୍ୟାନ ଯଦି ଅହେତୁକ ବିଳମ୍ବ କରନ୍ତି କିମ୍ବା ଟାଳଟୁଳ ନୀତି ଅବଲମ୍ବନ କରନ୍ତି ତେବେ ସେହି ପରିସ୍ଥିତିରେ ଜିଲ୍ଲାପାଳ ଏହାର ସତ୍ୟାସତ୍ୟକୁ ହୃଦୟଙ୍ଗମ କରି ପି.ଡ଼ି କିମ୍ବା ଉପ ଜିଲ୍ଲାପାଳଙ୍କଠାରୁ ସମ୍ପୃକ୍ତ ବିଲଗୁଡିକୁ ସ୍ଵାକ୍ଷର କରାଇ ପାସ କରେଇବା ପାଇଁ ବି.ଡ଼ି.ଓ ଙ୍କୁ ନିର୍ଦ୍ଦେଶ ଦେଇପାରିବେ।

ପଞ୍ଚାୟତ ସମିତି ବୈଠକ ନିହାତି ଏକ ଗୁରୁତ୍ୱପୂର୍ଣ ବୈଠକ। କାରଣ ଉକ୍ତ ବୈଠକରେ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟଙ୍କ ସହ ଜନସାଧାରଣଙ୍କ ସେବା ଉଦ୍ଦେଶ୍ୟରେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିବେ। ଉକ୍ତ ବୈଠକରେ ସମସ୍ତ ଜନପ୍ରତିନିଧିମାନେ ନିଜ ନିଜ ପଞ୍ଚାୟତରେ ଉପୁଜୁଥିବା ସମସ୍ତ ଛୋଟ ବଡ଼ ସମସ୍ୟାଗୁଡ଼ିକ ଉପସ୍ଥାପନା କରିବା ସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଅନୁମୋଦନ ପାଇଁ ମଧ୍ୟ ଉପସ୍ଥାପନା କରାଯାଏ। ଏବଂ ସର୍ବ ସହମତି କ୍ରମେ ସେସବୁ ସମାଧାନ ଏବଂ ଅନୁମୋଦିତ କରାଯାଇଥାଏ।

ହେଲେ ଏପରି ଗୁରୁତ୍ୱ ବହନ ରଖୁଥିବା ବୈଠକ କିପରି ଭାବେ ଦୀର୍ଘ ଦଶ ମାସ ହେଲା ବାଣପୁର ବ୍ଲକରେ ହୋଇନାହିଁ ତାହା ଆଶ୍ଚର୍ଯ୍ୟର ବିଷୟ। ହସ୍ତଗତ ତଥ୍ୟ ମୁତାବକ ବାଣପୁର ପଞ୍ଚାୟତ ସମିତି ବୈଠକ ଶେଷଥର ପାଇଁ ଫେବୃଆରୀ ମାସ ୨୦୨୦ ରେ ଅନୁଷ୍ଠିତ ହୋଇଥିଲା। ଏହାପରେ କୋଭିଡ ଲାଗି ସବୁ କାର୍ଯ୍ୟକ୍ରମ ବନ୍ଦ ହୋଇଗଲା।

ତେବେ ବର୍ତ୍ତମାନ ଦୀର୍ଘ ଛଅ ମାସରୁ ଉର୍ଦ୍ଧ ସମୟ ହେଲାଣି ଅନଲକ ପ୍ରକ୍ରିୟା ଜାରି ରହିଥିବା ସ୍ଥଳେ ସମସ୍ତ ସରକାରୀ କାର୍ଯ୍ୟ କ୍ଷିପ୍ର ଗତିରେ ଚାଲୁଛି। ତେବେ ବାଣପୁର ବ୍ଲକରେ କଣ ପାଇଁ ସମିତି ବୈଠକ ଅନୁଷ୍ଠିତ ହୋଇପାରୁନାହିଁ ତାହାର ଜବାବ କାହାପାଖେ ନାହିଁ।

ସୂଚନା ମୁତାବକ ଚଳିତ ମାସରେ ଦୁଇ ଦୁଇ ଥର ବ୍ଲକ ଅଧ୍ୟକ୍ଷାଙ୍କ ଦ୍ୱରା ବୈଠକ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ତାକୁ ବାତିଲ କରିଦିଆଯାଉଛି। ଗତ ୧୫ ଏବଂ ୧୯ ତାରିଖ ପାଇଁ ବୈଠକ ସ୍ଥିର ହୋଇଥିବାସ୍ଥଳେ ଦୁଇ ଥର ବାତିଲ କରାଯାଇଛି।

ଏ ନେଇ ବାଣପୁର ବ୍ଲକ ଅଧ୍ୟକ୍ଷା ରଞ୍ଜିତା ସେଠିଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ଶ୍ୱଶୁରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ବୈଠକ ଦିନ ଧାର୍ଯ୍ୟ ହେଇପାରୁନାହିଁ ବୋଲି କହିବା ସହ ଖୁବ ଶୀଘ୍ର ସମିତି ବୈଠକ ଆୟୋଜନ କରିବେ ବୋଲି ସୂଚନା ଦେଇଛନ୍ତି।

ତେବେ ଏ ବିଷୟ ନେଇ ଆମ ପ୍ରତିନିଧି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଯଦି ବ୍ଲକ ଅଧ୍ୟକ୍ଷା ଅନୁପସ୍ଥିତ ରହୁଛନ୍ତି ତେବେ ସେ ପରିସ୍ଥିତିରେ ବି.ଡ଼ି.ଓ ବ୍ଲକ ଉପାଧ୍ୟକ୍ଷଙ୍କ ସହ ଆଲୋଚନା କରି ତାରିଖ ନିର୍ଧାରଣ କରି ବ୍ଲକ ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବୈଠକ କରାଇପାରିବେ ବୋଲି ସୂଚନା ଦେଇଥିଲେ।

କିନ୍ତୁ ଭିତିରି ସୂତ୍ରରୁ ଖବର ମିଳିଛି ଯେ, ଉକ୍ତ ବୈଠକ ନକରେଇବା ପାଇଁ ବ୍ଲକ ଅଧ୍ୟକ୍ଷାଙ୍କ ଉପରେ କୁଆଡେ ରାଜନେତା ଏବଂ କେତେକ ସରପଞ୍ଚମାନଙ୍କ ଚାପ ପଡୁଛି। ତେବେ ବାଣପୁର ପଞ୍ଚାୟତ ସମିତିର ବୈଠକ କେବେ ବସୁଛି ଏବଂ ସାଧାରଣ ଜନତାଙ୍କ ସମସ୍ୟାର ସମାଧାନ କେବେ ହୋଇପାରୁଛି, ତାହା ଦେଖିବା ବାକି ରହିଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କେନ୍ଦ୍ର ଯୋଜନାକୁ ରାଜ୍ୟ ହାଇଜାକ୍ କରିଛି: ବିଜେପି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର ନିଜର ବୋଲି କହି ହାଇଜାକ୍ କରୁଥିବା ଅଭିଯୋଗ କରି ଆଜି ଛତ୍ରପୁର ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଆବାସ ଯୋଜନାକୁ ହଡ଼ପ ପରି ରାଜ୍ୟ ସରକାର ବିଜୁ ପକ୍କା ଘର କରିଛି। ସେହିପରି ଯୋଗ୍ୟ ହିତାଧିକାରୀଙ୍କୁ ଉପେକ୍ଷା କରି ଶାସକ ବିଜୁ ଜନତା ଦଳର ନେତା ଓ କର୍ମୀମାନଙ୍କୁ ଏହି ଘରଗୁଡ଼ିକ ଅକ୍ତିଆର କରିଛନ୍ତି। ଛତ୍ରପୁର ବିଡ଼ିଓ ଶାସକ ଦଳର ଏଜେଣ୍ଟ ଭାବେ କାର୍ଯ୍ୟ କରି ଏହି କାର୍ଯ୍ୟରେ ସହଯୋଗ କରିଛନ୍ତିି ବୋଲି ବିଜେପି ଅଭିଯୋଗ କରିଛି।

ବୁଧବାର ମଧ୍ୟାହ୍ନରେ ବିଜେପି ପକ୍ଷରୁ ଏକ ବିଶାଳ ରାଲି ଛତ୍ରପୁର ସହର ପରିକ୍ରମା କରି ଛତ୍ରପୁର ବ୍ଲକ୍ କାର୍ଯ୍ୟାଳୟଠାରେ ପହଞ୍ଚି ରାଜ୍ୟ ସରକାର ବିରୋଧରେ ସ୍ଲୋଗାନ ମାନ ଦେଇଥିଲେ। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ଜିଲ୍ଲା ବିଜେପି ସଭାପତି ବିଭୂତି ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କର ଉଦ୍‌ବୋଧନ ଦେଇଥିବାବେଳେ ଗଂଜାମ ବ୍ଲକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ସଂଜିତ ରାଉଳଙ୍କ ସହ ବହୁ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ହାଜତ ମୃତ୍ୟୁ ମାମଲା: ଉଚ୍ଚ ନ୍ୟାୟାଳୟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର

କଟକ: ରାଜ୍ୟ ସରକାର ପୁରୀ ହାଜତ ମୃତ୍ୟୁ ମାମଲାରେ ସତ୍ୟ ପାଠ ଦାଖଲ କରିଛନ୍ତି। ରାଜ୍ୟ ସରକାର ଉଚ୍ଚନ୍ୟାୟାଳୟରେ ସତ୍ୟ ପାଠ ଦାଖଲ କରିଛନ୍ତି। ସରକାର ପୋଲିସ ହେପାଜତରେ ମୃତ୍ୟୁ ଘଟଣାକୁ ଅସ୍ୱୀକାର କରିଛନ୍ତି। ଏହା ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ କୋର୍ଟରେ ଦାଖଲ କରାଯାଇଛି। ତେବେ ଏହି ମାମଲାର ଷ୍ଟାଟସ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରି ୨୨ କୁ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ହଷ୍ଟେଲ ଖୋଲିବା ନେଇ ଏସଓପି ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ହଷ୍ଟେଲ ଖୋଲିବା ନେଇ  ଏସଓପି ଜାରି କରାଯାଇଛି। ହଷ୍ଟେଲରେ ରହିବା ପାଇଁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ଅଭିବାବକମାନେ ଲିଖିତ ଅନୁମତି ପ୍ରଦାନ କରିବା ଆବଶ୍ୟକ। ଅନଲାଇନ ଶିକ୍ଷାର ସୁବିଧା ନଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ରହିବା ପାଇଁ ଅଗ୍ରାଧିକାର ଦିଆଯିବ। ହଷ୍ଟେଲରେ ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ସ୍ୱାସ୍ଥ୍ୟ ସ୍କ୍ରିନିଙ୍ଗ କରାଯିବ। ସ୍ୱାସ୍ଥ୍ୟ ସ୍କ୍ରିନିଙ୍ଗ ପରେ ଲକ୍ଷଣ ନଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ଅନୁମତି ମିଳିବ। ଏହା ସହିତ ପ୍ରତିଦିନ ହଷ୍ଟେଲରେ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଙ୍ଗ କରାଯିବ। ମେଡିକାଲ ଟିମ ସପ୍ତାହକୁ ଥରେ ହଷ୍ଟେଲ ପରିଦର୍ଶନ କରିବେ। ଏବଂ ସମସ୍ତ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ସପ୍ତାହକୁ ଥରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଛାତ୍ରଛାତ୍ରୀ ବାହାରୁ ଖାଦ୍ୟ ମଗାଇ ଖାଇପାରିବେ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି : ଜାଣନ୍ତୁ କିପରି ରହିଛି

ଭୁବନେଶ୍ବର : ରାଜ୍ୟରେ କରୋନା ଟିକାକରଣ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।  ଟିକାକରଣର ପ୍ରଥମ ପର୍ଯ୍ୟାୟରେ ତିନି ଲକ୍ଷ 20 ହଜାର ଲୋକଙ୍କୁ ଟିକା ଦିଆଯିବ। ଟିକାକରଣ ପାଇଁ 29,, 276 ଟିକାକରଣ ସ୍ଥାନ ଚିହ୍ନଟ ହୋଇଛି। ଏହାସହିତ 8276 ଟିକାକର୍ମୀ ଏଥିପାଇଁ ନିୟୋଜିତ ହେବେ ବୋଲି ସେ କହିଛନ୍ତି। ସମସ୍ତଙ୍କ ଡାଟା ଅପଲୋଡ଼ ସରିଛି। ଟିକା ସଂରକ୍ଷଣ ପାଇଁ 1222 କୋଲ୍ଡ ଚେନ ରହିଛି । ଟୀକା ନେବା ଆଣିବା ପାଇଁ 1796 ଆଇଏଲଆର, 1771 ଫ୍ରିଜର ରହିଛି। ଗୋଟିଏ ରାଜ୍ୟସ୍ତରୀୟ ଟୀକାକରଣ ଷ୍ଟୋର ଥିବା ବେଳେ 9 ଟି ଆଞ୍ଚଳିକ ଓ 32 ଟି ଜିଲ୍ଲା ସ୍ତରୀୟ ଟିକା ଷ୍ଟୋର ରହିଛି। ପ୍ରତି ଟିକାକରଣ କେନ୍ଦ୍ରରେ 5 ଜଣଙ୍କୁ ନିୟୋଜିତ କରାଯିବ। ଟିକାକରଣ ସରିବା ପରେ 30 ମିନିଟ ନିରୀକ୍ଷଣରେ ରଖାଯିବ। ଟୀକାକରଣ ପରେ ସାର୍ଟିଫିକେଟ ଦିଆଯିବ ବୋଲି କୋଭିଡ଼ ଭାକ୍ସିନ୍‌ ଇନ୍‌ଚାର୍ଜ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଡିସେମ୍ବର ମାସ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଡିସେମ୍ବର ମାସ ପାଇଁ ରାଜ୍ୟ ସରକାର ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଡିସେମ୍ବର ୩୧ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ଜାରି ରହିବ। ବଡ଼ ଧରଣର ଧାର୍ମିକ, କ୍ରୀଡ଼ା, ସାଂସ୍କୃତିକ ଓ ରାଜନୈତିକ କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ। ହେଲେ ଧାର୍ମିକ ଅନୁଷ୍ଠାନ ଖୋଲିବ କି ନାହିଁ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ।

ବାହାଘର ପାଇଁ ୨୦୦ ଲୋକଙ୍କୁ ଏକାଠି ହେବାର ଅନୁମତି ପ୍ରଦାନ କରାଯାଇଥିବା ବେଳେ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ୫୦ ଲୋକଙ୍କୁ ଅନୁମତି ଦିଆଯାଇଛି। ବିବାହ ଓ ଅନ୍ତ୍ୟେଷ୍ଟି କାର୍ଯ୍ୟରେ ମାସ୍କ ଓ ସାମାଜିକ ଦୂରତା ରହିବା ଆବଶ୍ୟକ।

ସେହିପରି ଆନ୍ତର୍ଜାତିକ ବିମାନ ସେବା ବନ୍ଦ ରହିବ। ବିଜନେସ୍‌ ଟୁ ବିଜନେସ୍ ପ୍ରଦର୍ଶନୀକୁ ସର୍ତ୍ତମୂଳକ ଅନୁମତି ଦିଆଯାଇଛି। କିନ୍ତୁ ବିଜନେସ୍ ଟୁ କଷ୍ଟମର୍ ପ୍ରଦର୍ଶନୀକୁ ଅନୁମତି ଦିଆଯାଇ ନାହିଁ। ଡିସେମ୍ୱର ୧ରୁ ସବୁ ମେଡିକାଲ କଲେଜ୍ ଖୋଲିବାକୁ ଅନୁମତି ମିଳିଛି। ଡିସେମ୍ବର ୩୧ ଯାଏଁ ରାଜ୍ୟରେ ସିନେମା ହଲ ଖୋଲିବା ପାଇଁ ଅନୁମତି ମିଳିନି।

ସେପଟେ ପରିସ୍ଥିତି ଦେଖି ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବାକୁ ପରାମର୍ଶ ଦିଆଯାଇଛି। ହେଲେ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଅଙ୍ଗନବାଡି କେନ୍ଦ୍ର ଖୋଲିବ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରୁଛନ୍ତି ନିଜେ ରାଜ୍ୟ ସରକାର: ଭି. ଚନ୍ଦ୍ରଶେଖର ନାଇଡ଼ୁ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଶିକ୍ଷା ମାଫିଆଙ୍କ ଚାପରେ ଆସି ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ଧ୍ୱଂସ କରୁଛନ୍ତି ଖୋଦ୍ ଓଡ଼ିଶା ସରକାର। ଆଉ ଏହାର ଜ୍ୱଳନ୍ତ ପ୍ରମାଣ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମରେ ୪୩୩ ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତ୍ତି। ଆସନ୍ତା ୨୦୨୧-୨୨ ଶିକ୍ଷାବର୍ଷରୁ ସମଗ୍ର ଜିଲ୍ଲାରେ ୪୩୩ ସ୍କୁଲ ବନ୍ଦ ହେବାକୁ ଥିବା ବେଳେ କେବଳ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ୧୮୬ଟି ସ୍କୁଲ ବନ୍ଦ ହେବାକୁ ଯାଉଛି। କାହା ସ୍ୱାର୍ଥରେ ବିଜେଡ଼ି ନେତୃତ୍ୱାଧିନ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଲେ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା କଂଗ୍ରେସର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡ଼ୁ ପ୍ରଶ୍ନ କରିଛନ୍ତି।

ରାଜ୍ୟରେ ଜନସଂଖ୍ୟା ବଢ଼ିଥିଲେ ମଧ୍ୟ ସ୍କୁଲଗୁଡ଼ିକୁ ଛାତ୍ରଛାତ୍ରୀ ନ ଆସିବା ନିଶ୍ଚିତ ଏକ ଉଦ୍‌ବେଗଜନକ ଘଟଣା। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ରାଜ୍ୟର ସରକାରୀ ସ୍କୁଲଗୁଡ଼ିକ ଯୁଗୋପଯୋଗୀ ନୁହେଁ, ଆଧୁନିକ ସମୟରେ ଘରୋଇ ଶିକ୍ଷାନୁଷ୍ଠାନ ତାଳଦେଇ ସରକାରୀ ବିଦ୍ୟାଳୟ ଗତିକାରିପାରୁ ନାହାନ୍ତି। ଶ୍ରୀ ନାଇଡ଼ୁ ଆହୁରି କହିଛନ୍ତି ଦେଶର ୮୬ତମ ସଂବିଧାନ ସଂଶୋଧନରେ ୬ ରୁ ୧୪ ବର୍ଷ ବୟସ ପିଲାମାନଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଦିଆଯିବ। ଏହା ସହ କଂଗ୍ରେସ ନେତୃତ୍ୱାଧିୀନ ୟୁପିଏ-୨ ସରକାର ସମୟରେ ରାଇଟ ଟୁ ଏଜୁକେଶନ ଆରମ୍ଭ କରାଯାଇଥିଲା।

ଭାରତ ଭଳି ଏକ ଜନମଙ୍ଗଳ ରାଷ୍ଟ୍ରରେ କଂଗ୍ରେସ ସରକାର ଲୋକମାନଙ୍କର ସର୍ବନିମ୍ନ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଆସୁଥିବାବେଳେ ସଂଘୀୟ ବ୍ୟବସ୍ଥାରେ ଥିବା ଓଡ଼ିଶା ସରକାର ନାଗରିକର ମୌଳିକ ଅଧିକାରକୁ ହତ୍ୟା କରୁନାହାନ୍ତି କି ବୋଲି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଶ୍ରୀ ନାଇଡ଼ୁ ପ୍ରଶ୍ନ କରିଛନ୍ତି। ବନ୍ଦ ହେବାକୁ ଥିବା ସ୍କୁଲ ନିକଟସ୍ଥ ବଡ଼ସ୍କୁଲରେ ସାମିଲ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ପୁରୁଣା ସ୍କୁଲର ଭିତ୍ତିଭୂମି କ’ଣ ହେବ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି। ବନ୍ଦ ହେବାକୁ ଥିବା ସ୍କୁଲର ଶିକ୍ଷକ ତଥା ଟ୍ରେନିଂ ନେଇଥିବା ଶିକ୍ଷକ ଆଶାୟୀଙ୍କ ଚାକିରିର ଭବିଷ୍ୟତ ନେଇ ସରକାର ସୁନିଶ୍ଚିତ କରନ୍ତୁ। କଂଗ୍ରେସ ସରକାର ସମୟରେ ବିଭିନ୍ନ ଯୋଜନା ଆରମ୍ଭ ହୋଇଥିବାବେଳେ ଏହି ସବୁ ଯୋଜନା ଚାଲୁ ରଖିବା ନେଇ ବର୍ତ୍ତମାନ ସୁନିଶ୍ଚିତ କରନ୍ତୁ ବୋଲି ଶ୍ରୀ ନାଇଡ଼ୁ ଦାବି କରିଛନ୍ତି। ଗୋଟିଏ ସ୍କୁଲ ହତା ଭିତରେ ପ୍ରାଥମିକ ଓ ହାଇସ୍କୁଲ ରହିବା ଯୋଗୁଁ ଦେଖାଦେଇଥିବା ଅସମାନତା ପ୍ରତି ଦୃଷ୍ଟି ଦେବା କ’ଣ ସରକାରଙ୍କ ଦାୟିତ୍ୱ ନୁହେଁ ବୋଲି ମଧ୍ୟ ପ୍ରଶ୍ନ ଉଠିଛି।

ଶିକ୍ଷକମାନଙ୍କ ଦରମାଠାରୁ ଆରମ୍ଭ କରି ଡ଼୍ରେସ କୋଡ଼, ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ, ସବୁ କ୍ଷେତ୍ରରେ ତାରତମ୍ୟ ରହୁଛି। ତେବେ ସବୁଠାରୁ ଉଦ୍‌ବେଗଜନକ ବିଷୟ ପୂର୍ବରୁ ସ୍କୁଲର ଆବଶ୍ୟକତା ଦେଖି ସ୍କୁଲ ବିକାଶ ପାଣ୍ଠିର ଖର୍ଚ୍ଚ ହେଉଥିବାବେଳେ ଏବେ ପଞ୍ଚାୟତ ଏ ପାଣ୍ଠିର ଖର୍ଚ୍ଚ କରୁଛି, ଯାହାକି ସମନ୍ୱୟର ଅଭାବ ବୋଲି ସେ କହିଛନ୍ତି। ତେଣୁ ତୁରନ୍ତ ସ୍କୁଲ ବନ୍ଦ ନିଷ୍ପତ୍ତି ସରକାର ପ୍ରତ୍ୟାହାର କରି ସ୍କୁଲରେ କାହିଁକି ପିଲା ବଢ଼ୁନାହାନ୍ତି ଏବଂ ସ୍କୁଲଗୁଡ଼ିକର ମୌଳିକ ସମସ୍ୟା ସମାଧାନ କରିବାକୁ ସେ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତ୍ତି ବେନିୟମ: ଆଦେଶ ପ୍ରତ୍ୟାହାର କରିବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡ଼ିଶାରେ ଏକ ଜନସ୍ୱାର୍ଥ ମାମଲା ରିଟ୍ ପିଟସନ ୨୮୦୭୯/୨୦୨୦ରେ ଓଡ଼ିଶା ସରକାର ରାଜ୍ୟର ୧୪୩୭୯ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୨୦୨୦-୨୧ ବର୍ଷଠାରୁ ବନ୍ଦ କରିବା ପାଇଁ ଗଣଶିକ୍ଷା ବିଭାଗ ଚିଠି ନଂ ୧୦୪୪୨/୧୪.୫.୨୦୨୦ର ବିରୋଧରେ ମାମଲା ରୁଜୁ କରିଛନ୍ତି। ପୁନଶ୍ଚ ଜିଲ୍ଲାୱାରୀ ତାଲିକା ନୋଟିଫିକେସନ ନଂ ୫୩୭୯/୭.୩.୨୦ରେ ନିକଟରେ ଥିବା ଅନ୍ୟ ସରକାରୀ ବିଦ୍ୟାଳୟରେ ମିଶ୍ରଣ କରିବା ପାଇଁ ଆଦେଶ ପ୍ରଦାନ କରିଛନ୍ତି ଯେ ଯେଉଁ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଠାରୁ ପଞ୍ଚମରେ ୨୦ ରୁ ୪୦ ଛାତ୍ର ପଠନ କରୁଛନ୍ତି ଏବଂ ମାଧ୍ୟମିକ ୬ ରୁ ୮ରେ ୫୦ ଛାତ୍ର ପଢ଼ୁଛନ୍ତି ସେହି ସ୍କୁଲଗୁଡ଼ିକ ନିକଟ ଗ୍ରାମରେ ଥିବା ସରକାରୀ ବିଦ୍ୟାଳୟରେ ମିଶ୍ରଣ ହେବ।

ସେହିପରି କ୍ଲାସ ୬ ରୁ ୧୦ ଶ୍ରେଣୀରେ ୬୦ରୁ କମ୍ ପିଲା ପଢ଼ୁଥିବେ ଯଥାକ୍ରମେ ୧ କି.ମି. ୨ କି.ମି. ଓ ୩ କି.ମି. ଦୂରତାରେ ୪୦, ୬୦, ୮୦ ଏପରି ପ୍ରକାରେ ଛାତ୍ର ସଂଖ୍ୟା ଥିବ ଏବଂ ୯ ଓ ୧୦ ଶ୍ରେଣୀ ୩ କି.ମି. ଭିତରେ ୬୦ରୁ କମ୍ ଥିବେ ସେହି ବିଦ୍ୟାଳୟକୁ ବନ୍ଦ କରାଯିବ। ଏହିପରି ଭାବେ କ୍ଲାସ ୧ ରୁ ୫, ୫ ରୁ ୮ ଓ ୮ ରୁ ୧୦ ଏବଂ ୧ରୁ ୧୦ କ୍ଲାସ୍ ଥିବା ସ୍କୁଲ ଅନ୍ୟ ସ୍କୁଲରେ ମିଶ୍ରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୬୩୪୦ ସ୍କୁଲରେ ୨୦ରୁ କମ୍ ପିଲା ଅଛନ୍ତି। ସେଥିମଧ୍ୟରୁ ରାୟଗଡ଼ା ଜିଲ୍ଲାରେ ୪୯୮, ମୟୁରଭଂଜରେ ୪୮୬, ଗଂଜାମରେ ୪୩୦, କନ୍ଧମାଳରେ ୪୦୪ ଏବଂ ୫୧୭୭ ସ୍କୁଲରେ ୪୦ ରୁ କମ୍ ପିଲା ପଢ଼ୁଛନ୍ତି। ରାଜ୍ୟ ସରକାରଙ୍କ ଏହି ସ୍କୁଲ ବନ୍ଦ ନିଷ୍ପତ୍ତି ବେନିୟମ, ଅଗଣତାନ୍ତ୍ରିକ। କାରଣ ସରକାରୀ ସ୍ତରରେ କେବେ ଚେଷ୍ଟା କରାଯାଇନାହିଁ ଯେ ପ୍ରକୃତରେ ଛାତ୍ର ସଂଖ୍ୟା କମିବାର କାରଣ କ’ଣ? ପିଲା ସେହି ଅଂଚଳରେ ଅଛନ୍ତି ନା’ ନାହିଁ, ସ୍କୁଲରେ ଶିକ୍ଷକ ଅଛନ୍ତି ନା’ ନାହିଁ ? ସ୍କୁଲ ଗୃହ ନାହିଁ, ଶୌଚାଳୟ ନାହିଁ, ପାଣି ନାହିଁ ଇତ୍ୟାଦି ବହୁ ସମସ୍ୟା ରହିଛି।

ଏହି ସବୁ ଅସୁବିଧାକୁ ଦୂର ନ କରି ସ୍କୁଲ ବନ୍ଦ କରିବା ବେନିୟମ ଅଟେ। ଗାଁର ଗରିବ ପିଲାମାନେ ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ ପଢ଼ିବାକୁ ଯାଇପାରିବେ ନାହିଁ। ଏହିପରି ସ୍କୁଲ ବନ୍ଦ କରିଦେଲେ ଦେଶର ମୁକ୍ତ ଶିକ୍ଷା ଅଧିକାର ଆଇନର ଉଲ୍ଲଂଘନ ହେବ ବା କୌଣସି ଅର୍ଥ ରହିବ ନାହିଁ। ଯେଉଁ ଅଂଚଳରେ ସ୍କୁଲ ବନ୍ଦ କରିବାକୁ ଗଣଶିକ୍ଷା ବିଭାଗ ଆଦେଶ ଦେଇଛନ୍ତି ସେହି ଅଂଚଳରେ ୬୨୯୧ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଅବସ୍ଥିତ। ସେଥିମଧ୍ୟରୁ ୨୯୬୮ ସ୍କୁଲରେ ପାଠ ପଢ଼ାଇବା ପାଇଁ ଏନ୍‌ଓସି ବା ଅନୁମତି ନାହିଁ। ସଂପୃକ୍ତ ଜିଲ୍ଲାର ଡ଼ିଇଓ ମାନେ ଗୋଟିଏ ମଧ୍ୟ ଘରୋଇ ଇଂରାଜୀ ମାଧ୍ୟମ ତଥା ସରସ୍ୱତୀ ଶିଶୁମନ୍ଦିର ବନ୍ଦ କରିବାକୁ ପ୍ରସ୍ତାବ ନଦେଇ ବରଂ ଘରୋଇ ସ୍କୁଲଠାରୁ ମୋଟା ଅଙ୍କର ଉତ୍କୋଚ ନେଇ ତାଙ୍କୁ ସହାୟତା କରିବା ପାଇଁ ସରକାରୀ ସ୍କୁଲ ବନ୍ଦ କରିବାକୁ ପ୍ରସ୍ତାବ ଦେଇଛନ୍ତି। ବିକାଶ ପରିଷଦ ପୁଣି ଅଭିଯୋଗ କରିଛି ରାଜ୍ୟରେ ୧୪ ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡ଼ିଛି। ୨୦୧୬ ଡ଼ିସେମ୍ବର ମାସରୁ କୌଣସି ଶିକ୍ଷକ ନିଯୁକ୍ତି ହେଉ ନାହିଁ।

ବର୍ତ୍ତମାନ ରାଜ୍ୟରେ ପ୍ରାୟ ୭୪ ହଜାର ସିଟି, ବି.ଇଡ଼ି. ଓଟିଇଟି (ପ୍ରଥମ ଓ ଦ୍ୱିତୀୟ) ପେପର ପାସ୍ କରି ବେକାର ହୋଇ ବସିଛନ୍ତି। ସେମାନେ ପାଠ ପଢ଼ିବା ପାଇଁ ଋଣ କରି ବର୍ତ୍ତମାନ ତାହା ସୁଝି ନପାରି ଭାଗ୍ୟକୁ ଆଦରି ଘରେ ବେକାରୀ ହୋଇ ପଡ଼ି ରହିଛନ୍ତି। ତେଣୁ ଏଭଳି ସ୍କୁଲ ବନ୍ଦ କଲେ ରାଜ୍ୟରେ ବେକାର ସଂଖ୍ୟା ଆହୁରି ବୃଦ୍ଧି ପାଇବ। ରାଜ୍ୟ ତ ବେକାରରେ ଏକ ନମ୍ବର ସ୍ଥାନ ରହିଛି। ଆହୁରି ବେକାରୀ ସମସ୍ୟା ବଢ଼ି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ। ବର୍ତ୍ତମାନ ରାଜ୍ୟରେ ୧୨୫ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ବିଲ୍‌ଡ଼ିଂ ନାହିଁ, ୧୧୯୬୬ ସ୍କୁଲରେ କୋଠା ଭଗ୍ନାବସ୍ଥାରେ ରହିଛି, ୧୩୪ ସ୍କୁଲରେ ପ୍ରଥମଠାରୁ ୫ମ ଶ୍ରେଣୀ ପାଇଁ ଜଣେ ଶିକ୍ଷକ ଅଛନ୍ତି। ରାଜ୍ୟ ସରକାରଙ୍କ ଅଭାବ, ଅସୁବିଧାକୁ ଲୁଚାଇବା ପାଇଁ ସରକାରୀ ସ୍କୁଲ ବନ୍ଦ କରିବାକୁ ଚାହୁଁଛନ୍ତି। ଘରୋଇ ସ୍କୁଲଠାରୁ ମାସିକ, ବାର୍ଷିକ ମୋଟା ଅଙ୍କର ଉତ୍କୋଚ ଡ଼ିଇଓମାନେ ଗ୍ରହଣ କରି ସରକାରୀ ସ୍କୁଲ ବନ୍ଦ କରିବାକୁ ସୁପାରିଶ କରୁଛନ୍ତି। ଅନ୍ଧ ହୋଇ ଗଣଶିକ୍ଷା ବିଭାଗ ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ଓ ଲକ୍ଷ୍ୟହୀନ ନିଷ୍ପତ୍ତି ନେଉଛି।

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ରାଇଟ୍ ଟୁ ଏଜୁକେଶସନ ୨୦୦୯କୁ ଉଲ୍ଲଂଘନ କରୁଛି। ଏହା ଘରୋଇ ସ୍କୁଲର ପ୍ରୋତ୍ସାହନ, ବେକାରୀ ସମସ୍ୟା ବୃଦ୍ଧି, ଗରିବ, ଆଦିବାସୀ, ହରିଜନ ଶ୍ରେଣୀର ଶିଶୁଙ୍କୁ ଶ୍ରମିକ ହେବାରେ ସାହାଯ୍ୟ କରିବା। ତେଣୁ ବିକାଶ ପରିଷଦ ଉକ୍ତ ମାମଲାରେ ପ୍ରମୁଖ ଶାସନ ସଚିବ, ଗଣଶିକ୍ଷା ବିଭାଗ, ପଞ୍ଚାୟତି ରାଜ ବିଭାଗ, ଅର୍ଥ ବିଭାଗ, ଓଡ଼ିଶା ସରକାର, ନିର୍ଦ୍ଦେଶକ ପ୍ରାଥମିକ ବିଦ୍ୟାଳୟ ଓ ନିର୍ଦ୍ଦେଶକ ମାଧ୍ୟମିକ ଶିକ୍ଷାଙ୍କୁ ପକ୍ଷଭୁକ୍ତ କରି ମାମଲା ରୁଜୁ କରି ମିସ୍ କେସ ମାଧ୍ୟମରେ ପ୍ରାର୍ଥନା କରାଯାଇଛି। ଏହି ବେନିୟମ ଆଦେଶକୁ ସ୍ଥଗିତ ରଖିବା ସହିତ ବିଚାର କରି ରବ୍ଦ କରିବାକୁ ପ୍ରାର୍ଥନା କରାଯାଇଛି। ଏହାକୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ପରିଚାଳନା କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ଦ୍ଵାରା ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ କରାଯାଇଛି। ଏହି କ୍ରମରେ ଢେଙ୍କାନାଳ ଏସପି ଅନୁପମା ଜେମ୍ସଙ୍କୁ ଭିଜିଲାନ୍ସ ବିଭାଗ ଏସପି ଦାୟିତ୍ଵ ଦିଆଯାଇଥିବା ବେଳେ ଅରୁଣ କୁମାର ରାୟଙ୍କୁ ଏଡିଜି, କମ୍ୟୁନିକେସନ ଦାୟିତ୍ଵ। ଲଳିତ ଦାସଙ୍କୁ ଏଡିଜି, ହେଡକ୍ୱାର୍ଟର ଦାୟିତ୍ଵ। ଯଶୋବନ୍ତ ଜେଠୱାଙ୍କୁ ଏଡିଜି, ଆଇନଶ୍ରୁଙ୍ଖଳା ଦାୟିତ୍ଵ। ବିନୟତୋଷ ମିଶ୍ରଙ୍କୁ ଏସଆରବି ନିର୍ଦ୍ଦେଶକ ଦାୟିତ୍ଵ। ସଞ୍ଜୟ ସିଂହଙ୍କୁ ଆଇଜିପି, ପୋଲିସ ଆଧୁନିକକରଣ ଦାୟିତ୍ଵ। ରେଖା ଲୋହାନିଙ୍କୁ ଅତିରିକ୍ତ ପୋଲିସ କମିଶନର ଦାୟିତ୍ଵ। ରିତୁ ଆରୋର ହେଲେ ଗୃହ ବିଭାଗର ଓଏସଡି। ରାଜେଶ କୁମାରଙ୍କୁ  ଆଇଜି ପୋଲିସ ଏଫଏସଏଲର ଦାଇତ୍ଵ ମିଳିଛି।

 

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କୁ ଚାରୋଟି ପ୍ରସ୍ତାବ ଦେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ଭୟାବହ ସ୍ଥିତିକୁ ଯାଉଛି। ଏହାକୁ ମୁକାବିଲା କରିବାକୁ ତୁରନ୍ତ ପଦକ୍ଷେପ ନିଆ ନଗଲେ, ଏହା ଗୋଷ୍ଠୀ ସଂକ୍ରମଣ ଆଡକୁ ଯିବାର ଯଥେଷ୍ଟ ଆଶଙ୍କା ଅଛି ବୋଲି କହିଛନ୍ତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ପିସିସି ସଭାପତି ଆଗାମୀ ଦିନରେ କିଛି ନିର୍ଦ୍ଦିଷ୍ଟ ପଦକ୍ଷେପ ପାଇଁ  କଂଗ୍ରେସ ଦଳ ତରଫରୁ ପ୍ରସ୍ତାବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସରକାରର ମୁଖ୍ୟ ଭାବରେ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ, ଦୁର୍ବିପାକ ସହ ଲଢିବାର ଅଭିଜ୍ଞ ବ୍ୟକ୍ତିମାନଙ୍କ ସହ ଚର୍ଚ୍ଚା ଆଲୋଚନା କରି ଏହି ଅଭିଯାନକୁ ଏକ ସଫଳତାର ଦିଗରେ ଆଗକୁ ନେବାକୁ ଉଦ୍ୟମ କରିବେ  ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି।

ଶ୍ରୀ ପଟ୍ଟନାୟକ ନିର୍ଦ୍ଦିଷ୍ଟ ଭାବରେ ସରକାରଙ୍କୁ ଚାରୋଟି ପ୍ରସ୍ତାବ ଦେଇଛନ୍ତି-

୧. ଜଣେ ବ୍ୟକ୍ତି ଯିଏ ସରକାରୀ କୋଭିଡ୍ ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ଚାହୁଁ ନାହିଁ, ତା’ ପାଇଁ ବି ବ୍ୟବସ୍ଥା ରହିବା ଆବଶ୍ୟକ। ତା’ର ଚିକିତ୍ସା ପ୍ରାପ୍ତ ହେବାର ଅଧିକାରକୁ ସୁରକ୍ଷା ଦିଆଯାଉ। ପ୍ରତି ବେସରକାରୀ ଓ କର୍ପୋରେଟ୍ ଡାକ୍ତରଖାନା ମାନଙ୍କର ୨୦ ପ୍ରତିଶତ ବେଡ, ପଇସା ଖର୍ଚ୍ଚ କରି ଭଲ ପରିବେଶରେ ଚିକିତ୍ସିତ ହେବାକୁ ଚାହୁଁଥିବା ବ୍ୟକ୍ତିମାନଙ୍କ ପାଇଁ ରଖାଯାଉ।

୨. ସ୍ୱାସ୍ଥ୍ୟକର୍ମୀମାନଙ୍କ ଦ୍ୱାରା ରାଜ୍ୟ ସାରା ଗୃହ ସର୍ବେକ୍ଷଣ କରାଯାଇ ପ୍ରତି ଘରେ ବା ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କରେ ଥିବା ଆକ୍ରାନ୍ତଙ୍କୁ ଓ ସମାନ ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଉ।

୩. ରାଜ୍ୟର କୋଭିଡ୍ ହସ୍ପିଟାଲର ସଂଖ୍ୟା ବଢାଯାଇ ମେଡିକାଲ ଇକ୍ୟୁପ୍‌ମେଂଟ ତଥା ଜୀବନ ରକ୍ଷାକରୀ ଇକ୍ୟୁପ୍‌ମେଂଟ ଗୁଡିକ ଯଥେଷ୍ଟ ସଂଖ୍ୟାରେ ମହଜୁଦ୍ ରଖାଯାଉ। କରୋନା ଯୋଦ୍ଧାମାନଙ୍କୁ ସୁରକ୍ଷା କିଟ୍ ଦେବା ବାଧ୍ୟତାମୂଳକ କରାଯାଉ।

୪. ରାଜ୍ୟରେ ପ୍ରତିଦିନ ଟେଷ୍ଟିଂର ସଂଖ୍ୟା ଅନ୍ୟୁନ ୨୫୦୦୦ କରାଯାଉ। କଂଟାକ୍ଟ ଟ୍ରେସିଙ୍ଗ ଗୁରୁତ୍ୱର ସହ କରାଯାଉ ଓ ଟେଷ୍ଟିଂ କରାଯାଉ। ଏକାଧିକ ସଂକ୍ରମଣ ଦେଖାଯାଇଥିବା ଅଂଚଳରେ ଏକ ନିର୍ଦ୍ଧିଷ୍ଟ ବ୍ୟାସାର୍ଦ୍ଧ ପରିମିିତ ଅଂଚଳରେ ଶହେ ପ୍ରତିଶତ ବ୍ୟକ୍ତିଙ୍କୁ ଟେଷ୍ଟ କରାଯାଉ। ସଂଗରୋଧ କେନ୍ଦ୍ର ଓ କୋଭିଡ୍ ହସ୍ପିଟାଲରୁ ଛାଡିବା ପୂର୍ବରୁ ସେମାନଙ୍କର ଟେଷ୍ଟ ବାଧ୍ୟତାମୂଳକ କରାଯାଉ।

ସର୍ବୋପରି ଏହି ଭୟଙ୍କର ସଂକ୍ରମଣରୁ ରାଜ୍ୟକୁ ରକ୍ଷାକରିବା ପାଇଁ ସରକାର ଖୋଲା ହୃଦୟରେ ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରି ଆଗକୁ ନିଷ୍ପତି ନିଅନ୍ତୁ ଏବଂ ଏହାର ପରିଚାଳନା ଦାୟିତ୍ଵ ମୁଷ୍ଟିମେୟ ଅଧିକାରୀଙ୍କ ହାତରେ ଛାଡିନଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ  ପିସିସି ସଭାପତି  ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କରୋନାରେ ମୃତ ଦୁଇ ସାମ୍ବାଦିକଙ୍କ ପରିବାରକୁ 15 ଲକ୍ଷ ଲେଖାଏଁ ସହାୟତା

ଭୁବନେଶ୍ବର, କରୋନାରେ ମୃତ ଦୁଇ ସାମ୍ବାଦିକଙ୍କ ପରିବାରକୁ ରାଜ୍ୟ ସରକାର 15 ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । ରାଜ୍ୟର ଦୁଇ ସାମ୍ବାଦିକ ଗଞ୍ଜାମ ଜିଲ୍ଲାର ପ୍ରିୟଦର୍ଶୀ ପଟ୍ଟନାୟକ ଓ ଗଜପତିର ସାମ୍ବାଦିକ କେ ରତ୍ନମଙ୍କ ପରିବାରକୁ ଏହି ସହାୟତା ଦିଆଯାଇଛି। କୋଭିଡ ପଜିଟିଭ ଆସିବା ପରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରିୟଦର୍ଶୀ ପଟ୍ଟନାୟକ ଓ କେ ରତ୍ନମଙ୍କର ମୃତ୍ୟୁ ହୋଇଥିଲା।

ଫଳରେ ଦୁହିଁଙ୍କ ପରିବାରକୁ 15 ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯାଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପଦେଷ୍ଟା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି । ପୂର୍ବରୁ ଆର୍ଥିକ ସହାୟତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

8 ଟି ନୂଆ ଟେକନୋଲୋଜିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ, ପ୍ରାଶାସନିକ ଦକ୍ଷତା ଓ ଗୁଣବତ୍ତା ଉପରେ ଗୁରୁତ୍ବ

ଭୁବନେଶ୍ବର, ପବ୍ଲିକ ସର୍ଭିସରେ ଉନ୍ନତି ଆଣିବା ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି 8 ଟି ନୂଆ ଟେକନୋଲୋଜିର ଶୁଭାରମ୍ଭ କରିଛନ୍ତି। ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ବିଭିନ୍ନ ସରକାରୀ କାମ ଏହାଦ୍ବାରା ଅଧିକ ସରଳ ହେବା ସହ ବିଭିନ୍ନ କାର୍ଯ୍ୟକ୍ରମ ତ୍ବରାନ୍ବିତ ହୋଇ ପାରିବ। ଏହାଦ୍ବାରା ପ୍ରାଶାସନିକ ସଂସ୍କାର ବାବଦ ଲକ୍ଷ୍ୟ ମଧ୍ୟ ସୁବିଧାରେ ହାସକ କରାଯାଇ ପାରିବ। ନୂଆ ଟେକନୋଲୋଜିର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, 5ଟି ମଡେଲ ସହ ମୋ ସରକାର କାର୍ଯ୍ୟକ୍ରମ ଯୋଗୁଁ ରାଜ୍ୟ ପ୍ରଶାସନରେ ଦକ୍ଷତା ଓ ଗୁଣବତ୍ତା ଅନେକାଂଶରେ ବଢି ପାରିଛି।

ଭୁବନେଶ୍ବରରେ ସରକାରୀ ଜମିର ସୁରକ୍ଷା ଦିଗରେ ସ୍ପେସ ଟେକନୋଲୋଜି ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନସର ବ୍ୟବହାର କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ଏହାଦ୍ବାରା ରାଜଧାନୀର ଯୋଜନାବଦ୍ଧ ବିକାଶ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କୋଭିଡ ସଂକଟ ଯୋଗୁଁ ସମସ୍ତ ସରକାରୀ କାର୍ଯ୍ୟକ୍ରମ ପାଇଁ ସମୟ ସୀମା 2020 ଅକ୍ଟୋବର 2କୁ ବଢାଇ ଦିଆଯାଇଛି। ପୂର୍ବରୁ ଏହି ସୀମା ଅଗଷ୍ଟ 15 ଥିଲା।

ଏହି ଅବସରରେ ମୁଖ୍ୟ ସଚିବ ଅସିତ ତ୍ରିପାଠି, ଗୃହ ବିଭାଗ ପ୍ରମୁଖ ସଚିବ, ଦକ୍ଷତା ବିକାଶ ପ୍ରାଧୀକରଣ ଅଧ୍ୟକ୍ଷ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା, 5ଟି ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରବାସୀଙ୍କୁ ଜୀବିକା ଯୋଗାଇବେ ସରକାର

ଭୁବନେଶ୍ବର : ଓଡ଼ିଶା ଫେରୁଥିବା ପ୍ରବାସୀଙ୍କୁ ଜୀବିକା ଯୋଗାଇବେ ସରକାର। ପ୍ରବାସୀଙ୍କୁ ଜୀବିକା ଯୋଗାଇବାକୁ ସ୍ବତନ୍ତ୍ର ଖସଡା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ସେଥିପାଇଁ 17 ହଜାର କୋଟି ବ୍ୟୟ ଅଟକଳ କରିଛନ୍ତି ରାଜ୍ୟ ସରକାର। ଏହି ଅର୍ଥ ଜୁନ୍‌ 2020ରୁ ମାର୍ଚ୍ଚ 2021 ମଧ୍ୟରେ ଖର୍ଚ୍ଚ ହେବ ବୋଲି ସୂଚନା ରହିଛି । ଯୁଦ୍ଧକାଳୀନ ଭିତ୍ତିରେ ପ୍ରବାସୀଙ୍କୁ ଜୀବିକା ଯୋଗାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ।

ଏହି କ୍ରମରେ ଗ୍ରାମାଞ୍ଚଳରେ କୃଷି ପାଇଁ 2 ଶହ କୋଟି ଟଙ୍କା ଖର୍ଚ୍ଚ ହେବ । 24 ଲକ୍ଷ 56 ହଜାର ଚାଷୀ ଉପକୃତ ହେବେ ବୋଲି ସୂଚନା ରହିଛି । 4 ହଜାର ପାନଚାଷୀଙ୍କ ପାଇଁ 16 କୋଟି ଟଙ୍କା ଖର୍ଚ୍ଚ ହେବ । 10 ହଜାର ଚାଷୀ ଓ 5 ହଜାର ଏସ୍‌ଏଚ୍‌ଜିକୁ ଛତୁ ଚାଷ ପାଇଁ ସହାୟତା ମିଳିବ । ତିନି ହଜାର ଚାଷୀଙ୍କୁ ଫୁଲ ଚାଷ ପାଇଁ ସାହାଯ୍ୟ କରାଯିବ। ସେହିପରି ମତ୍ସ୍ୟଚାଷରେ 111.47 କୋଟି ଟଙ୍କା ଖର୍ଚ୍ଚ ହେବ। ସ୍କିଲ୍‌ ଡେଭଲ୍‌ପେମେଣ୍ଟ ବାବଦରେ 140 କୋଟି ଟଙ୍କା ଖର୍ଚ୍ଚ ହେବ । 40 ହଜାର ପ୍ରବାସୀଙ୍କୁ ପଞ୍ଚାୟତରାଜ ବିଭାଗ ଟ୍ରେନିଂ ଦିଆଯିବ ବୋଲି ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ବିମାନ ଓ ରେଳଯାତ୍ରୀଙ୍କ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର : ବିମାନ, ରେଳ ଯାତ୍ରୀଙ୍କ ପାଇଁ ଗାଇଡ୍‌ ଲାଇନ୍‌ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଆମେରିକା, ଦୁବାଇ, ମାଲେସିଆରୁ ଭୁବନେଶ୍ବର ବିମାନ ଆସିବ। ଭୁବନେଶ୍ବରରୁ ଦିଲ୍ଲୀ ଦୈନିକ ଯାତ୍ରୀବାହୀ ଟ୍ରେନ୍‌ ଯା‘ଆସ ହୋଇଛି। ସ୍ବତନ୍ତ୍ର ବିମାନ ଓ ରେଳ ଯାତ୍ରୀଙ୍କ ପାଇଁ ରାଜ୍ୟ ଗାଇଡ୍‌ ଲାଇନ୍‌ କରିଛି।

ଟ୍ରେନ୍‌ ଓ ବିମାନର  ଆସିବାକୁ ଥିବା ଲୋକ ସରକାରଙ୍କ ପୋର୍ଟାଲରେ ପଞ୍ଜୀକରଣ କରିବେ। ଯଦି ସେମାନେ ପଞ୍ଜୀକରଣ କରିନଥିବେ, ତେବେ ସରକାର  ନିଜ ଆଡୁ ତଥ୍ୟ ସଂଗ୍ରହ କରିବେ । ବିମାନଯାତ୍ରୀଙ୍କ ତଥ୍ୟ ନେଇ ସମ୍ପୃକ୍ତ ଜିଲ୍ଲା ଓ ଗାଁକୁ ଜଣାଇ ଦିଆଯିବ। ବିମାନରେ ଥରକେ 20 ଜଣିଆ ଗ୍ରୁପ୍‌ରେ ଯାତ୍ରୀଙ୍କୁ ଓହ୍ଲାଯିବ । ଟର୍ମିନାଲ୍‌ ବାହାରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ସେମାନଙ୍କ ସ୍କ୍ରିନିଂ ହେବ। ହାତରେ ଅଲିଭା କାଳିରେ ଷ୍ଟାମ୍ପ୍‌ ଲଗାଯିବ। ଲକ୍ଷଣ ନଥିବା ଯାତ୍ରୀମାନେ ମୁଖ୍ୟତଃ ନିଜ ଗାଡିରେ ଯିବେ। ନିଜ ଗାଡି ନଥିବା ଯାତ୍ରୀଙ୍କ ପାଇଁ ସୀମିତ କ୍ୟାବ୍‌ ବ୍ୟବସ୍ଥା କରାଯିବ । ଭୁବନେଶ୍ବର ଓ କଟକ ଯିବାକୁ ଥିବା ଯାତୀ ସିଟି ବସ୍‌ରେ ଯାଇପାରିବେ । ଘରେ ପହଞ୍ଚିଲେ ସେମାନେ 28 ଦିନ ପାଇ ହେମ୍‌ କ୍ବାରେଣ୍ଟିନ୍‌ରେ ରହିବେ । କ୍ବାରେଣ୍ଟିନରେ ଥିବା ଲୋକଙ୍କ ଘର ଆଗରେ ଷ୍ଟିକର୍‌ ଲଗାଯିବ। ସେମାନେ ଚାହିଁଲେ ହୋଟେଲ୍‌ରେ ପେଡ୍‌ କ୍ବାରେଣ୍ଟିନ୍‌ରେ ରହିପାରିବେ । କାହା ଦେହରେ ଲକ୍ଷଣ ଦେଖାଗଲେ ବା ଦେହ ଖରାପ ହେଲେ ସେମାନେ ନିଜ ହସ୍ପିଟାଲ ଯିବେ ନାହିଁ । 104କୁ ଫୋନ୍‌ କଲେ ସରକାର ହସ୍ପିଟାଲ ନେବାକୁ ବ୍ୟବସ୍ଥା କରିବେ । କରୋନା ଲକ୍ଷଣ ଦେଖାଗଲେ ବ୍ୟକ୍ତିଙ୍କୁ କୋଭିଡ୍‌ ହସ୍ପିଟାଲ ପଠାଯିବ ।

ସ୍ବତନ୍ତ୍ର ରେଳ ଯୋଗେ ଆସୁଥିବା ଯାତ୍ରୀଙ୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେବ ।  ରେଳ ଯାତ୍ରା କରୁଥିବା ଲୋକେ ଇ- ଟିକେଟ୍‌କୁ ପାସ୍‌ ଭାବେ ବ୍ୟବହାର କରିହେବ। ବାଲେଶ୍ବର ଓ ଭୁବନେଶ୍ବରରେ ଓହ୍ଲାଇବା ବେଳେ ଷ୍ଟେସନ ସିଲ୍‌ ହେବ । ଷ୍ଟେସନରେ ଥିବା ସ୍ବତନ୍ତ୍ର କେନ୍ଦ୍ରରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେବ । କାହାର ଲକ୍ଷଣ ବାହାରିଲେ ସେମାନଙ୍କୁ ହସ୍ପିଟାଲ ପଠାଯିବା ପାଇଁ ବ୍ୟବସ୍ଥା ହେବ । ଷ୍ଟେସନ ଓ ବିମାନ ବନ୍ଦରରୁ ବାହାରି ଯାତ୍ରୀମାନେ ରାସ୍ତାରେ କେଉଁଠି ରହିବେନି । ସିଧା ହୋମ୍‌ ବା ପେଡ୍‌ କ୍ବାରେଣ୍ଟିନ୍‌ ଯିବେ । ସମସ୍ତ ଯାତ୍ରୀମାନେ କ୍ବାରେଣ୍ଟିନ ନିୟମ କଡାକଡି ପାଳନ କରିବେ, ନ ହେଲେ ଏପିଡେମିକ୍‌ ଆକ୍ଟରେ କାର୍ଯ୍ୟାନୁଷ୍ଠାନ ହେବ । କେହି କ୍ବାରେଣ୍ଟିନ୍‌ ଭାଙ୍ଗିଲେ ତାଙ୍କୁ ସରକାରୀ କ୍ବାରେଣ୍ଟିନ୍‌ ଅଣାଯିବ ବୋଲି ସୂଚନା ରହିଛି । କ୍ବାରେଣ୍ଟିନ୍‌ ନିୟମ ଭାଙ୍ଗିଲେ ଏପିଡେମିକ୍‌ ଆକ୍ଟରେ କାର୍ଯ୍ୟାନୁଷ୍ଠାନ ହେବ ।