କୋହଳ ହେଲା ଯାତ୍ରା କଟକଣା: ଅନଲାଇନରେ ହେବ ନବମ ଏବଂ ଏକାଦଶ ପରୀକ୍ଷା

Published: Feb 27, 2021, 6:23 pm IST

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଗାଇଡଲାଇନ ଜାରି କରାଯାଇଛି। ଯାତ୍ରା, ଅପେରା ପାଇଁ କରୋନା କଟକଣା କୋହଳ କରାଯାଇଛି। ସର୍ବାଧିକ ୨ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ କରାଯାଇପାରିବ। ଜିଲ୍ଲା ପ୍ରଶାସନ କିମ୍ବା କମିଶନରଙ୍କ ଅନୁମତି ନେଇ ଯାତ୍ରା ପରିବେଷଣ କରାଯାଇପାରିବ। ତେବେ ରୋଗାକ୍ରାନ୍ତ ଦର୍ଶକଙ୍କୁ ଯାତ୍ରା ଦେଖିବା ପାଇଁ ବାରଣ କରାଯାଇଛି। ମାସ୍କ ପରିଧାନ, ସାମାଜିକ ଦୂରତା, ଥର୍ମାଲା ସ୍କାନିଂ ଆବଶ୍ୟକ। ସିଟ ମଧ୍ୟରେ ୬ ଫୁଟ ଦୂରତା ରହିବା ଆବଶ୍ୟକ। କୌଣସି ଦର୍ଶକଙ୍କ ଇନଫ୍ଳୁଏଞ୍ଜା ଲକ୍ଷଣ ଥିଲେ ଅନୁମତି ମିଳିବ ନାହିଁ। ଅନଲାଇନ ମାଧ୍ୟମରେ ଟିକେଟ ବିକ୍ରି ପାଇଁ ପରାମର୍ଶ ଦିଆଯାଇଛି।

ସେହିପରି ବାହାଘର, ଶୁଦ୍ଧିକ୍ରିୟା ପାଇଁ ୫୦୦ ଲୋକଙ୍କୁ ଅନୁମତି ମିଳିଛି। ଅନଲାଇନରେ ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ପାଇଁ  ନିଷ୍ପତ୍ତି ହୋଇଛି। ଅଭିବାବକଙ୍କ ସହ ଆଲୋଚନା କରାଯାଇ ଅନଲାଇନରେ ପରୀକ୍ଷା ପାଇଁ ପରାମର୍ଶ ଦିଆଯାଇଛି।

Related posts