Categories
PanchayatElection ବିଶେଷ ଖବର

ପଞ୍ଚାୟତ ନିର୍ବାଚନ ଲାଗି ନୂଆ କରୋନା ଗାଇଡଲାଇନ ଜାରି କଲେ ଏସଆରସି

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ଲାଗି କରୋନା ଗାଇଡଲାଇନ ଜାରି କରାଯାଇଛି। ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହାକୁ ନେଇ ସ୍ଵତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି।

ଗାଇଡଲାଇନ ଅନୁଯାୟୀ, ପ୍ରଚାରରେ ସାମାଜିକ ଗଣମାଧ୍ୟମ ଉପରେ ଅଧିକ ଗୁରୁତ୍ଵ ଦେବା ପାଇଁ ପରାମର୍ଶ ଦିଆଯାଇଛି। ଘରକୁ ଘର ପ୍ରଚାର ପାଇଁ ସର୍ବାଧିକ ୫ ଜଣଙ୍କୁ ଅନୁମତି ମିଳିଛି। କୋଭିଡ ପଜିଟିଭ ହୋଇଥିଲେ ପ୍ରଚାର ପାଇଁ ଅନୁମତି ନାହିଁ। ସାମାଜିକ ଗଣମାଧ୍ୟମରେ ଆକ୍ରାନ୍ତ ହୋଇଥିବା ପ୍ରାର୍ଥୀ ପ୍ରଚାର କରିପାରିବେ। ଶୋଭାଯାତ୍ରା, ବାଇକ ରାଲି, ସାଇକେଲ ରାଲି ଆଦିକୁ ସଂପୂର୍ଣ୍ଣ ବାରଣ କରାଯାଇଛି।

କୌଣସି ବଡ ସମାବେଶକୁ ବାରଣ କରାଯାଇଛି। କରୋନା କଟକଣା ଭିତରେ ପ୍ରଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏସବୁ ପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ମିଳିବା ଆବଶ୍ୟକ। ସେହିଭଳି ନାମାଙ୍କନ ସମୟରେ ପ୍ରାର୍ଥୀ ଏବଂ ଜଣେ ପ୍ରସ୍ତାବକଙ୍କୁ ଅନୁମତି ମିଳିବ। ଭୋଟ ଗଣତି ସମୟରେ କେନ୍ଦ୍ର ସମ୍ମୁଖରେ ଗହଳି କରାଯାଇପାରିବ ନାହିଁ। କୌଣସି ବିଜୟ ଶୋଭାଯାତ୍ରା ମଧ୍ୟ ହୋଇପାରିବ ନାହିଁ।

Categories
ଆଞ୍ଚଳିକ

ବାଣପୁର ଓକିଲ ସଂଘର ୪୨ ତମ ବାର୍ଷିକତ୍ସୋବ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘର ୪୨ ତମ ବାର୍ଷିକ ଉତ୍ସବ ସ୍ଥାନୀୟ କୋର୍ଟ ପରିସର ମଧ୍ୟରେ କରୋନା ଗାଇଡଲାଇନକୁ ଅବଲମ୍ବନ କରି ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିଲିକା ବିଚାର ବିଭଗୀୟ ଅଦାଲତର କନିଷ୍ଠ ଦେୱାନୀ ବିଚାରପତି ବିକାଶ ଗୋଏଲ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ସଂଘର ବରିଷ୍ଠ ଆଇନଜୀବୀ ତଥା ପ୍ରତିଷ୍ଠାତା ସଭାପତି ସତ୍ୟନାରାୟଣ ମହାପାତ୍ର ଯୋଗଦେଇଥିଲେ।

ଉକ୍ତ ସଭାରେ ବାଣପୁର ଓକିଲ ସଂଘର ସଭାପତି ପ୍ରଭାତ କୁମାର ପଟ୍ଟଯୋଶୀ ସଭାପତିତ୍ୱ କରିଥିବା ବେଳେ ସଂଘର ସମ୍ପାଦକ ଜଗନ୍ନାଥ ଭୋଳ ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥିମାନେ ପ୍ରଥମେ ବାଣପୁରର ଅଧିଷ୍ଠାତ୍ରୀ ଦେବି ମା’ ଭଗବତୀଙ୍କ ପଟ୍ଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିବାପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।

ଉକ୍ତ ଉତ୍ସବ କେବଳ ଆଇନଜୀବୀ ସଭ୍ୟମାନଙ୍କ ମଧ୍ୟରେ ସୀମିତ ରହିଥିବାବେଳେ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଯଥା ଉପସଭାପତି ପଦ୍ମଜା ପଟ୍ଟନାୟକ, ସହ ସମ୍ପାଦକ ନରେନ୍ଦ୍ର କୁମାର ନାୟକ ଓ କାର୍ଯ୍ୟକାରୀ କମିଟିର ସଦସ୍ୟ ଯଥା ଦେବବ୍ରତ ବଡ଼ଜେନା, ମନୋଜ କୁମାର ନନ୍ଦ ଏବଂ ରଜନୀକାନ୍ତ ରାଉତରାୟ ଆଦି ସକ୍ରିୟ ସହଯୋଗ କରିଥିଲେ।

ପରିଶେଷରେ ସଂଘର ଉପସଭାପତିଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଚିଲିକା ଓକିଲ ସଂଘର କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ତେବେ ସଂଘର ବାର୍ଷିକ ଉତ୍ସବ ଶାନ୍ତିଶୃଙ୍ଖଳାର ସହ ସମ୍ପାଦିତ ହୋଇଥିଲା।

Categories
DurgaPuja2021 ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଶାରଦୀୟ ଦୁର୍ଗାପୂଜା ପାଇଁ ନୂତନ କରୋନା ଗାଇଡଲାଇନ ଜାରି କଲା ବିଏମସି

ଭୁବନେଶ୍ୱର: ଚଳିତ ବର୍ଷ ଦୁର୍ଗାପୂଜା ପାଇଁ ନୂଆ କରୋନା ଗାଇଡଲାଇନ ଜାରି କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ବର୍ଷ ଭଳି ମଧ୍ୟ ପୂଜା ପାଇଁ କଟକଣା ଲାଗିଛି। ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଦୂର୍ଗା ପୂଜା ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି। ଅକ୍ଟୋବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ ରହିବ ସେହିପରି ମା’ଙ୍କ ମୂର୍ତ୍ତିର ସର୍ବାଧିକ ଉଚ୍ଚତା ୪ ଫୁଟ ରହିବ। ପୂଜା ପାଇଁ କମିଶନରେଟ ପୋଲିସର ଅନୁମତି ଆବଶ୍ୟକ।

ମଣ୍ଡପରେ ପୂଜା ପାଳନ ବେଳେ ତିନି ପାର୍ଶ୍ଵ ବନ୍ଦ ରହିବ। ଭକ୍ତଙ୍କୁ ଦର୍ଶନ ଲାଗି ପୂଜା ମଣ୍ଡପକୁ ବାରଣ କରାଯାଇଛି। ପୂଜା ସମୟରେ ସାମାଜିକ ଦୁରତ୍ଵ ଅନିବାର୍ଯ୍ୟ। ବିସର୍ଜନ ବେଳେ ଶୋଭାଯାତ୍ରାକୁ ଅନୁମତି ନାହିଁ। ମୂର୍ତ୍ତି ବିସର୍ଜନ ବେଳେ କେବଳ ୧୦ ଜଣଙ୍କୁ ଅନୁମତି ମିଳିବ। ଗାଇଡଲାଇନର ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଅଗଷ୍ଟ ମାସ ପାଇଁ ଜାରି ହେଲା ମାର୍ଗଦର୍ଶିକା: ତିନୋଟି ସହରକୁ ଛାଡି ଅନ୍ୟ ସ୍ଥାନରେ କୋହଳ ହେଲା କଟକଣା

ଭୁବନେଶ୍ବର: ରାଜ୍ୟରେ କରୋନା ଯୋଗୁଁ ଆଂଶିକ ଲକଡାଉନ ଜାରି ରହିଛି। ଆସନ୍ତାକାଲି ଠାରୁ ଏହି ଆଂଶିକ ଲକଡାଉନର କଟକଣା ସମାପ୍ତ ହେଉଛି। ତେବେ କରୋନା ସଂକ୍ରମଣକୁ ଦେଖି ରାଜ୍ୟ ସରକାର ଅଗଷ୍ଟ ୧ ତାରିଖ ଠାରୁ ସେପ୍ଟେମ୍ବର ୧ ତାରିଖ ଯାଏଁ ସମଗ୍ର ରାଜ୍ୟରେ ଆଂଶିକ ଲକଡାଉନକୁ ଜାରି ରହିବ। ଆଜି ପ୍ରେସ ବାର୍ତ୍ତାରେ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏନେଇ ଘୋଷଣା କରିଛନ୍ତି।

କଣ ରହିବ ବନ୍ଦ ଓ ଖୋଲା:

ସମଗ୍ର ରାଜ୍ୟରେ ସକାଳ ୬ ରୁ ସନ୍ଧ୍ୟା ୮ ଯାଏଁ ଦୋକାନ ବଜାର ଖୋଲା ରହିବ। ସପିଙ୍ଗ ମଲ, ପାର୍କ ଖୋଲିବା ପାଇଁ ଅନୁମତି ମିଳିଛି। ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ମଲ ଖୋଲିବ। ତିନୋଟି ସହର ବ୍ୟତୀତ ବାକି ସ୍ଥାନରେ ସପ୍ତାହନ୍ତ ସଟଡାଉନକୁ ଉଠାଇଦିଆଯାଇଛି। ହେଲେ ସନ୍ଧ୍ୟା ୮ ଟାରୁ ସକାଳ ୬ ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ପବ୍ଲିକ ଟ୍ରାନ୍ସପୋର୍ଟକୁ ଅନୁମତି। ବସରେ ଯେତିକି ସିଟ ଥିବା ସେତିକି ଯାତ୍ରୀଙ୍କୁ ନେଇ ବସ ସେବା ଚାଲିବ। ଫିଲ୍ମ ଶୁଟିଙ୍ଗ ପାଇଁ ଅନୁମତି ମିଳିଛି। ଉଭୟ ଇନଡୋର ଏବଂ ଆଉଟ ଡୋର ଶୁଟିଙ୍ଗ କୁ ଅନୁମତି। ସାପ୍ତାହିକ ହାଟକୁ ଅନୁମତି ମିଳିଛି। ରାଜନୈତିକ ସମାବେଶ, ଧାର୍ମିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଆଦିକୁ ଅନୁମତି ନାହିଁ। ଭୋଜି ଭାତ ପାଇଁ ବାରଣ କରାଯାଇଛି। ଜିଲ୍ଲା ପ୍ରଶାସନ ଅନୁମତିରେ ଧାର୍ମିକ ସ୍ଥଳ ଖୋଲିପାରିବେ। ସିନେମା ହଲ, ଥିଏଟରରେ ୫୦ ପ୍ରତିଶତ ଦର୍ଶକ ଏବଂ ରେଷ୍ଟୁରାଣ୍ଟ ୫୦ ପ୍ରତିଶତ ଲୋକଙ୍କୁ ନେଇ ସେବା ଜାରି ରହିବ। ରେଷ୍ଟୁରାଣ୍ଟ ଏବଂ ଢାବାରେ ୫୦ ପ୍ରତିଶତ ଗ୍ରାହକ ବସିକି ଖାଇବା ପାଇଁ ଅନୁମତି ମିଳିଛି। ରାସ୍ତାକଡ ଜଳିଖିଆ ଦୋକାନରେ ବସିକି ଖାଇବା ପାଇଁ ଗ୍ରାହକଙ୍କୁ ଅନୁମତି ମିଳିଛି। ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥଳୀ ଏବଂ ମ୍ୟୁଜିୟମ ଖୋଲିବ। ରାଜ୍ୟରେ ନନ୍ଦନ କାନନ ଖୋଲିବାକୁ ଅନୁମତି ମିଳିଛି।

ତେବେ ଭୁବନେଶ୍ବର, କଟକ ଏବଂ ପୁରୀ ସହରରେ ତିନୋଟି ସହରରେ ସପ୍ତାହାନ୍ତ ସଟ ଡାଉନ ଜାରି ରହିବ। କୋଭିଡ କଟକଣା ମାନି ଦୋକାନ ବଜାର ଖୋଲା ରଖିବାକୁ ନିର୍ଦ୍ଦେଶ ରହିଛି। ଦୋକାନ କର୍ମଚାରୀମାନେ ଗ୍ରାହକଙ୍କୁ କୋଭିଡ ଗାଇଡଲାଇନ ମାନିବାକୁ ପ୍ରବର୍ତ୍ତାଇବେ। ଯେଉଁ ଦୋକାନୀ କୋଭିଡ ଗାଇଡଲାଇନ ଉଲ୍ଲଂଘନ କରିବେ, ସେହି ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲିଠୁ ଅଫଲାଇନ୍ ମାଟ୍ରିକ ପରୀକ୍ଷା: ୬ ହଜାର ୫୯୭ ଜଣ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଭୁବନେଶ୍ବର: ଆସନ୍ତାକାଲି ଠାରୁ ରାଜ୍ୟରେ ଅଫଲାଇନ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। କରୋନା ଗାଇଡଲାଇନ ଅନୁଯାୟୀ ପରୀକ୍ଷା କରାଯିବ। ସେଥିପାଇଁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କଲା ବେଳେ ଛାତ୍ରଛାତ୍ରୀମାନଙ୍କୁ ଥର୍ମାଲ ସ୍କାନିଂ କରାଯିବ।

ମୋଟ ୬ ହଜାର ୫୯୭ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିବା ବେଳେ ମୋଟ ୨୭୮ ଟି କେନ୍ଦ୍ରରେ ପରୀକ୍ଷା ହେବ। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ କେବଳ ବ୍ଲକ୍‌ ମୁଖ୍ୟାଳୟ ଓ ଜିଲ୍ଲା ମୁଖ୍ୟାଳୟରେ ଥିବା ପ୍ରମୁଖ ବିଦ୍ୟାଳୟଗୁଡ଼ିକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରାଯାଇଛି। ସବୁ କେନ୍ଦ୍ରରେ ପରୀକ୍ଷା ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି।

ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ଅଗଷ୍ଟ ୫ ତାରିଖରେ ଶେଷ ହେବ। ଦିନ ୧୦ଟାରୁ ୧୨ ତା ଯାଏଁ ପରୀକ୍ଷା  ସମୟ ନିର୍ଦ୍ଧାରଣ ହୋଇଛି। ଏଥିପାଇଁ ସକାଳ ୯ଟା ପରଠାରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ। ପରୀକ୍ଷାରେ କୋଭିଡ-୧୯ର ସମସ୍ତ ଗାଇଡଲାଇନ ପାଳନ କରିବାକୁ ବୋର୍ଡ ତଥା ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି। ଏଥିପାଇଁ ୪୮ ଘଣ୍ଟା ପୂର୍ବରୁ ପରୀକ୍ଷାରେ ନିୟୋଜିତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ କୋଭିଡ ଟେଷ୍ଟ କରିଛନ୍ତି। ଆସନ୍ତା ୨୨ତାରିଖ ସୁଦ୍ଧା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରହିଛି। ଏନେଇ ବୋର୍ଡ ସଭାପତି ରମାସିସ ହାଜାରା ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୋହଳ ହେଲା ଯାତ୍ରା କଟକଣା: ଅନଲାଇନରେ ହେବ ନବମ ଏବଂ ଏକାଦଶ ପରୀକ୍ଷା

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଗାଇଡଲାଇନ ଜାରି କରାଯାଇଛି। ଯାତ୍ରା, ଅପେରା ପାଇଁ କରୋନା କଟକଣା କୋହଳ କରାଯାଇଛି। ସର୍ବାଧିକ ୨ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ କରାଯାଇପାରିବ। ଜିଲ୍ଲା ପ୍ରଶାସନ କିମ୍ବା କମିଶନରଙ୍କ ଅନୁମତି ନେଇ ଯାତ୍ରା ପରିବେଷଣ କରାଯାଇପାରିବ। ତେବେ ରୋଗାକ୍ରାନ୍ତ ଦର୍ଶକଙ୍କୁ ଯାତ୍ରା ଦେଖିବା ପାଇଁ ବାରଣ କରାଯାଇଛି। ମାସ୍କ ପରିଧାନ, ସାମାଜିକ ଦୂରତା, ଥର୍ମାଲା ସ୍କାନିଂ ଆବଶ୍ୟକ। ସିଟ ମଧ୍ୟରେ ୬ ଫୁଟ ଦୂରତା ରହିବା ଆବଶ୍ୟକ। କୌଣସି ଦର୍ଶକଙ୍କ ଇନଫ୍ଳୁଏଞ୍ଜା ଲକ୍ଷଣ ଥିଲେ ଅନୁମତି ମିଳିବ ନାହିଁ। ଅନଲାଇନ ମାଧ୍ୟମରେ ଟିକେଟ ବିକ୍ରି ପାଇଁ ପରାମର୍ଶ ଦିଆଯାଇଛି।

ସେହିପରି ବାହାଘର, ଶୁଦ୍ଧିକ୍ରିୟା ପାଇଁ ୫୦୦ ଲୋକଙ୍କୁ ଅନୁମତି ମିଳିଛି। ଅନଲାଇନରେ ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ପାଇଁ  ନିଷ୍ପତ୍ତି ହୋଇଛି। ଅଭିବାବକଙ୍କ ସହ ଆଲୋଚନା କରାଯାଇ ଅନଲାଇନରେ ପରୀକ୍ଷା ପାଇଁ ପରାମର୍ଶ ଦିଆଯାଇଛି।