ଶାରଦୀୟ ଦୁର୍ଗାପୂଜା ପାଇଁ ନୂତନ କରୋନା ଗାଇଡଲାଇନ ଜାରି କଲା ବିଏମସି

Published: Sep 23, 2021, 9:20 pm IST

ଭୁବନେଶ୍ୱର: ଚଳିତ ବର୍ଷ ଦୁର୍ଗାପୂଜା ପାଇଁ ନୂଆ କରୋନା ଗାଇଡଲାଇନ ଜାରି କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ବର୍ଷ ଭଳି ମଧ୍ୟ ପୂଜା ପାଇଁ କଟକଣା ଲାଗିଛି। ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଦୂର୍ଗା ପୂଜା ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି। ଅକ୍ଟୋବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ ରହିବ ସେହିପରି ମା’ଙ୍କ ମୂର୍ତ୍ତିର ସର୍ବାଧିକ ଉଚ୍ଚତା ୪ ଫୁଟ ରହିବ। ପୂଜା ପାଇଁ କମିଶନରେଟ ପୋଲିସର ଅନୁମତି ଆବଶ୍ୟକ।

ମଣ୍ଡପରେ ପୂଜା ପାଳନ ବେଳେ ତିନି ପାର୍ଶ୍ଵ ବନ୍ଦ ରହିବ। ଭକ୍ତଙ୍କୁ ଦର୍ଶନ ଲାଗି ପୂଜା ମଣ୍ଡପକୁ ବାରଣ କରାଯାଇଛି। ପୂଜା ସମୟରେ ସାମାଜିକ ଦୁରତ୍ଵ ଅନିବାର୍ଯ୍ୟ। ବିସର୍ଜନ ବେଳେ ଶୋଭାଯାତ୍ରାକୁ ଅନୁମତି ନାହିଁ। ମୂର୍ତ୍ତି ବିସର୍ଜନ ବେଳେ କେବଳ ୧୦ ଜଣଙ୍କୁ ଅନୁମତି ମିଳିବ। ଗାଇଡଲାଇନର ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ।

Related posts