ଆସନ୍ତାକାଲିଠୁ ଅଫଲାଇନ୍ ମାଟ୍ରିକ ପରୀକ୍ଷା: ୬ ହଜାର ୫୯୭ ଜଣ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

Published: Jul 29, 2021, 2:21 pm IST

ଭୁବନେଶ୍ବର: ଆସନ୍ତାକାଲି ଠାରୁ ରାଜ୍ୟରେ ଅଫଲାଇନ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। କରୋନା ଗାଇଡଲାଇନ ଅନୁଯାୟୀ ପରୀକ୍ଷା କରାଯିବ। ସେଥିପାଇଁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କଲା ବେଳେ ଛାତ୍ରଛାତ୍ରୀମାନଙ୍କୁ ଥର୍ମାଲ ସ୍କାନିଂ କରାଯିବ।

ମୋଟ ୬ ହଜାର ୫୯୭ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିବା ବେଳେ ମୋଟ ୨୭୮ ଟି କେନ୍ଦ୍ରରେ ପରୀକ୍ଷା ହେବ। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ କେବଳ ବ୍ଲକ୍‌ ମୁଖ୍ୟାଳୟ ଓ ଜିଲ୍ଲା ମୁଖ୍ୟାଳୟରେ ଥିବା ପ୍ରମୁଖ ବିଦ୍ୟାଳୟଗୁଡ଼ିକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରାଯାଇଛି। ସବୁ କେନ୍ଦ୍ରରେ ପରୀକ୍ଷା ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି।

ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ଅଗଷ୍ଟ ୫ ତାରିଖରେ ଶେଷ ହେବ। ଦିନ ୧୦ଟାରୁ ୧୨ ତା ଯାଏଁ ପରୀକ୍ଷା  ସମୟ ନିର୍ଦ୍ଧାରଣ ହୋଇଛି। ଏଥିପାଇଁ ସକାଳ ୯ଟା ପରଠାରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ। ପରୀକ୍ଷାରେ କୋଭିଡ-୧୯ର ସମସ୍ତ ଗାଇଡଲାଇନ ପାଳନ କରିବାକୁ ବୋର୍ଡ ତଥା ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି। ଏଥିପାଇଁ ୪୮ ଘଣ୍ଟା ପୂର୍ବରୁ ପରୀକ୍ଷାରେ ନିୟୋଜିତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ କୋଭିଡ ଟେଷ୍ଟ କରିଛନ୍ତି। ଆସନ୍ତା ୨୨ତାରିଖ ସୁଦ୍ଧା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରହିଛି। ଏନେଇ ବୋର୍ଡ ସଭାପତି ରମାସିସ ହାଜାରା ସୂଚନା ଦେଇଛନ୍ତି।

Related posts