Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଲଣ୍ଡନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,ଏଲିଜାବେଥ-୨ଙ୍କ ଅନ୍ତିମ ସଂସ୍କାରରେ ଦେବେ ଯୋଗ

ନୂଆଦିଲ୍ଲୀ: ଆଜି ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନରେ ପହଞ୍ଚିଛନ୍ତି। ସେ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ବିଦେଶ ଗସ୍ତ କରିଛନ୍ତି।   ବ୍ରିଟେନର ପୂର୍ବତନ ମୁଖ୍ୟ ତଥା କମନୱେଲଥ୍ ଅଫ୍ ନେସନ୍ସର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କର ଏହି ମାସ 8 ତାରିଖରେ ପରଲୋକ ହୋଇଯାଇଛି।

ଭାରତ ତରଫରୁ ତାଙ୍କ ପରିବାର ତଥା ଦେଶକୁ ସମବେଦନା ଜଣାଇବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ବିଦେଶ ଗସ୍ତରେ ଆଛନ୍ତି। ରାଣୀଙ୍କ ଅନ୍ତିମ ସଂସ୍କାର ଆସନ୍ତାକାଲି ୧୯ ସେପ୍ଟେମ୍ବରରେ ୱେଷ୍ଟମିନିଷ୍ଟର ଆବେରେ କରାଯିବ। ସେଠାରେ ବିଶ୍ବର ପ୍ରାୟ ୨୦୦୦ ଭିଆଇପି ଅନ୍ତିମ ସଂସ୍କାରରେ ଯୋଗଦେବେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଆଜି ପ୍ରଥମ ବିଦେଶ ଗସ୍ତ, ଜାଣନ୍ତୁ କେଉଁ ଦେଶକୁ ଯିବେ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ପ୍ରଥମ ବିଦେଶ ଗସ୍ତ ହେବ। ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପରେ ସେ ବିଦେଶ ଗସ୍ତ କରି ନାହାଁନ୍ତି। ଆଜି ରାଷ୍ଟ୍ରପତି ବ୍ରିଟେନର ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ବ୍ରିଟେନ ଗସ୍ତ କରିବେ।

ଭାରତ ତରଫରୁ ତାଙ୍କ ପରିବାର ତଥା ଦେଶକୁ ସମବେଦନା ଜଣାଇବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ ୧୯ ତାରିଖ ପର୍ଯ୍ୟନ୍ତ ଲଣ୍ଡନ ଗସ୍ତରେ ଯିବେ । ରାଣୀଙ୍କ ଅନ୍ତିମ ସଂସ୍କାର ୧୯ ସେପ୍ଟେମ୍ବରରେ ୱେଷ୍ଟମିନିଷ୍ଟର ଆବେରେ କରାଯିବ। ସେଠାରେ ବିଶ୍ବର ପ୍ରାୟ ୨୦୦୦ ଭିଆଇପି ଅନ୍ତିମ ସଂସ୍କାରରେ ଯୋଗଦେବେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶୋକ କରି କହିଲେ ଏକ ନୂଆ କଥା

ଭୁବନେଶ୍ବର: ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଦେହାନ୍ତ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରି ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ,  ମହାରାଣୀ ଏଲିଜାବେଥ୍ ଦ୍ୱିତୀୟ ଆମ ସମୟର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ସ୍ମରଣୀୟ ରହିବେ।

ସେ ନିଜ ଦେଶ ତଥା ସାଧାରଣ ଲୋକଙ୍କୁ ପ୍ରେରଣାଦାୟକ ନେତୃତ୍ୱ ପ୍ରଦାନ କରିଥିଲେ। ସେ ସର୍ବସାଧାରଣ ଜୀବନରେ ସମ୍ମାନ ଏବଂ ସଚ୍ଚୋଟତାକୁ ପ୍ରାଥମିକତା ଦେଉଥିଲେ। ଏପରି ଦୁଃଖଦ ସମୟରେ ମୋର ସମବେଦନା ତାଙ୍କ ପରିବାର ଏବଂ ବ୍ରିଟେନର ଲୋକଙ୍କ ସହିତ ଅଛି।

୨୦୧୫ ଏବଂ ୨୦୧୮ ରେ ମୋର ବ୍ରିଟେନ ଗସ୍ତ ସମୟରେ ମୁଁ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ସହିତ ସ୍ମରଣୀୟ ବୈଠକ କରିଥିଲି। ମୁଁ ତାଙ୍କର ଉଦାରତା ଏବଂ ଦୟାକୁ କେବେବି ଭୁଲି ପାରିବି ନାହିଁ। ଗୋଟିଏ ବୈଠକରେ ମୋତେ ଏକ ରୁମାଲ ଦେଖାଇ କହିଥିଲେ ଯେ, ଏହା ମହାତ୍ମା ଗାନ୍ଧୀ ତାଙ୍କୁ ତାଙ୍କ ବିବାହରେ ଉପହାର ଦେଇଥିଲେ। ମୁଁ ସେହି ଭାଗାବେଗକୁ ସର୍ବଦା ସମ୍ମାନ କରିବି। ( ଫାଇଲ ଫଟୋ)