Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନାର ଦ୍ଵିତୀୟ ଲହରରେ କମ ବୟସ୍କ ରୁହନ୍ତୁ ସତର୍କ: ରାଜ୍ୟବାସୀଙ୍କୁ ପରାମର୍ଶ ଦେଲେ ସରକାର

ଭୁବନେଶ୍ବର: ପ୍ରଥମ ଲହର ଠାରୁ ଦ୍ଵିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି।ବିଶେଷକରି ପ୍ରଥମ ଲହର ଅପେକ୍ଷା ଦ୍ଵିତୀୟ ଲହରରେ କମ ବୟସ୍କମାନେ ଅଧିକ ସଂକ୍ରମିତ ହେଉଛନ୍ତି। ଲୋକେ ଠିକରେ ମାସ୍କ ପିନ୍ଧୁନଥିବାରୁ ରାଜ୍ୟରେ ଅଧିକ ସଂକ୍ରମିତ ହେଉଛନ୍ତି। ସଠିକ ଭାବେ ମାସ୍କ ପିନ୍ଧିଲେ ସଂକ୍ରମଣକୁ ରୋକା ଯାଇପାରିବା। ସର୍ଜିକାଲ ମାସ୍କ ଠାରୁ କପଡ଼ାରେ ତିଆରି ମାସ୍କ ଅଧିକ ନିରାପଦ। ଏହା ବାୟୁରେ ଅଧିକ ବ୍ୟାପୁଥିବାରୁ ବନ୍ଦ କୋଠରିରେ ଅଧିକ ଲୋକ ବସି ବୈଠକ ନକରିବା ପାଇଁ କୁହାଯାଇଛି। ତେଣୁ ବନ୍ଦ କୋଠରି କିମ୍ବା ଗାଡି ମଧ୍ୟରେ ବସିଲେ ମଧ୍ୟ ମାସ୍କକୁ ଠିକ ଭାବେ ପରିଧାନ କରିବା ଉଚିତ।

ତେବେ ପ୍ରଥମ ଲହର ଠାରୁ ଦ୍ଵିତୀୟ ଲହରରେ ସଂକ୍ରମିତ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଭିନ୍ନ ଲକ୍ଷଣ ଦେଖାଯାଉଛି। ବାନ୍ତି ହେବା, ପତଳା ଝାଡା ହେବା ଲକ୍ଷଣ ରୋଗୀଙ୍କ ନିକଟରେ ଦେଖାଯାଉଛି। ଟୀକା ନେଇସାରିଥିବା ଲୋକଙ୍କୁ ପୁନଃ ସଂକ୍ରମଣ ସମ୍ଭାବନା ମଧ୍ୟ ରହିଛି। କିନ୍ତୁ ଟୀକା ନେଇଥିବା ଲୋକ ଆକ୍ରାନ୍ତ ହେଲେ ଗୁରୁତର ହୋଇନଥିବା ଦେଖାଯାଉଛି।

ଜ୍ଵର ହୋଇ ଶରୀରର ତାପମାତ୍ରା ୧୦୦ ଉପରେ କିମ୍ବା ଅମ୍ଳଜାନ ସ୍ତର ୯୦ ତଳକୁ ଖସିଲେ ହସ୍ପିଟାଲ ଯାଅନ୍ତୁ। ଲକ୍ଷଣ ଦେଖାଗଲେ ୧୯୨୯କୁ ଫୋନ କରି ଡାକ୍ତରଖାନା ଯାଇପାରିବେ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଦୁଇ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେଇଛନ୍ତି।