Categories
ଆଜିର ଖବର ରାଜ୍ୟ ଖବର

କାର୍ଯ୍ୟରେ ଯୋଗଦେଲେ ନୂତନ ଏସ୍‌ପି ରାହୁଲ ଜୈନ

ସୁଧାକର ମିଶ୍ର

ନୟାଗଡ଼: ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଦାୟିତ୍ୱ ଗ୍ରହଣ କରିଛନ୍ତି। ନୟାଗଡ଼ ଜିଲ୍ଲା ପୂର୍ବତନ ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି ଗତ ୩୦ ତାରିଖରେ ଅବସର ଗ୍ରହଣ କରିଥିଲେ। ଏହା ପରଠାରୁ ଖୋର୍ଦ୍ଧା ଏସ୍‌ପି ସିଦ୍ଧାର୍ଥ କାଟାରିଆ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବେ ଦାୟିତ୍ୱରେ ରହିଥିଲେ।

ଗତ ଦୁଇଦିନ ତଳେ ରାଜ୍ୟ ସରକାର ଆରକ୍ଷୀ ଅଧିକ୍ଷକ ଭାବେ ରାହୁଲ ଜୈନଙ୍କୁ ଭୁବନେଶ୍ୱରରୁ ନୟାଗଡ଼ ବଦଳି କରିଥିଲେ। ଆଜି ସେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ କଡା ନଜରରେ ରଖିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହିତ ନିଶା କାରବାର ଉପରେ କଡା ନଜର ରହିବ ବୋଲି ପ୍ରକାଶ କରିଛନ୍ତି।

ବ୍ରାଉନସୁଗାର ବେପାରୀଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ରଖାଯିବ ସହ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରାଯିବ ବୋଲି ନୂତନ ଏସ୍‌ପି ରାହୁଲ ଜୈନ ପ୍ରକାଶ କରିଛନ୍ତି।