Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ବିନା ଅନୁମତିରେ ବାଜିଲା ଡ଼ିଜେ, ଜବତ ହେଲା ଗାଡ଼ି, ରୁଜୁ ହେଲା ମାମଲା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳରେ ବେଆଇନ ଭାବେ ଡ଼ିଜେ ବାଜିବା ଉପରେ ନିକଟରେ ଖବର ପ୍ରସାରଣ ହେବା ପରେ ପୋଲିସ ଆକ୍ସନ ମୁଡ଼କୁ ଆସିଛି। ବିଗତ ୩ ଦିନ ହେବ ବାଣପୁର ପୋଲିସ ଏକାଧିକ ଡ଼ିଜେ ଗାଡ଼ି ଜବତ କରୁଥିବା ବେଳେ ଆଜି ବାଲୁଗାଁ ପୋଲିସ ଅନୁରୂପ ଭାବେ ଏନଏସି କାଇଁଚସାହିରୁ ଏକ ଡ଼ିଜେ ଗାଡ଼ିକୁ ଜବତ କରିବା ସହ ଫୌଜଦାରୀ ମାମଲା ରୁଜୁ କରିଥିବାର ଆଇଆଇସି ରଶ୍ମିରଂଜନ ଦାସ ସୂଚନା ଦେଇଛନ୍ତି।

ଉକ୍ତ ଡ଼ିଜେ ଗାଡ଼ିର କୌଣସି ଅନୁମତି ପତ୍ର ନଥିବା ବେଳେ ରାତି ୮ ଘଟିକାରେ ଉଚ୍ଚ ଶବ୍ଦ ରେ ଡ଼ିଜେ ବଜାଉଥିବାର ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଥଲେ। ଅଭିଯୋଗ ପାଇ ତୁରନ୍ତ ଆଇଆଇସି ଉକ୍ତ ସ୍ଥାନକୁ ଯାଇ ଡିଜେ ଗାଡ଼ି ଜବତ କରିଛନ୍ତି।

ଅନୁରୂପ ଭାବେ ଉକ୍ତ ଡ଼ିଜେରେ କିଛି ମଦ୍ୟପ ଯୁବକ ମଧ୍ୟ ନାଚୁଥୁବା ବେଳେ ଥାନା ପରିସରରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରିଥିବାରୁ ସେମାନଙ୍କ ନାମରେ ମଧ୍ୟ ଫୌଜଦାରୀ ମାମଲା ରୁଜୁ ହୋଇଥିବାର ଆଇଆଇସି ଶ୍ରୀ ଦାସ କହିଛନ୍ତି। ୮୪ ଡେସିମିଲ ରୁ ଅଧିକ ଶବ୍ଦ ହେଲେ ବୟସ୍କ ବ୍ୟକ୍ତି ତଥା ହୃଦରୋଗୀଙ୍କ ଜୀବନ ପ୍ରତି ବିପଦ ରହୁଛି।

ଏହି ପରିପ୍ରେକ୍ଷୀରେ ଏପରି ବେଆଇନ କାର୍ଯ୍ୟକୁ ଜମା ବି ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଆଇଆଇସି କହିଛନ୍ତି। ଏସଡିପିଓଙ୍କ ନିର୍ଦ୍ଦେଶ ମୁତାବକ ବେଆଇନ ଡ଼ିଜେ ବାଜିବାକୁ ନେଇ ବାଲୁଗାଁ ପୋଲିସ ଶକ୍ତ ଅଭିମୁଖ୍ୟ ଗ୍ରହଣ କରିଛି।

ସେହିପରି ଭାବେ ଡ଼ିଜେ ପାଇଁ ଆଇନ ଅନୁଯାୟୀ ଅନୁମତିପତ୍ର ଆଣି ଜନସାଧାରଣ ମାନେ ତାହା ବଜାଇପାରିବେ ବୋଲି ବାଲୁଗାଁ ପୋଲିସ ସୂଚନା ଦେଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ମା’ଙ୍କୁ ୧୦ ବର୍ଷ ଘରେ ବନ୍ଦୀ କରି ରଖିଥିଲେ ଅବସରପ୍ରାପ୍ତ ପୋଲିସ୍, ରୁଜୁ ହେଲା ମାମଲା  

ତଞ୍ଜାଭୁର: ଚେନ୍ନାଇରେ ଜଣେ ୭୨ ବର୍ଷ ବୟସ୍କା ମହିଳାଙ୍କୁ ତାଙ୍କ ଦୁଇ ପୁଅ ଗତ ଦଶ ବର୍ଷ ଧରି ବନ୍ଦୀ କରି ରଖିଥିଲେ। ସୂଚନାନୁସାରେ, ଅବସରପ୍ରାପ୍ତ ପୋଲିସ ଇନ୍ସପେକ୍ଟର ଶନମୁଗୁସୁନ୍ଦରମ ତାଙ୍କ ଭାଇ ଭେଙ୍କଟେସନଙ୍କ ସହ ଏହି କାମ କରିଥିଲେ। ଦୁହେଁ ଏକାଠି ହୋଇ ନିଜ ମାଆ ଜ୍ଞାନଜ୍ୟୋତିଙ୍କୁ ନିଜ ଘରେ ବନ୍ଦ କରି ରଖିଥିଲେ। ଧାରା ୨୪ ଅନୁଯାୟୀ ଶନମୁଗୁସୁନ୍ଦରମ ଏବଂ ତାଙ୍କ ସାନଭାଇ ଭେଙ୍କଟେସନଙ୍କ ବିରୋଧରେ ତାମିଲ ବିଶ୍ୱବିଦ୍ୟାଳୟ ପୋଲିସ ମାମଲା ରୁଜୁ କରିଛି।

ସାମାଜିକ କଲ୍ୟାଣ ବିଭାଗକୁ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ସୂଚନା ପରେ ୭୨ ବର୍ଷିୟା ଜ୍ଞାନଜ୍ୟୋତିଙ୍କୁ ଉଦ୍ଧାର କରାଯାଇଥିଲା। ଜିଲ୍ଲା କଲେକ୍ଟର ଦୀନେଶ ପୋନରାଜ କହିଛନ୍ତି ଯେ, ମହିଳା ଜଣକ ଶୀଘ୍ର ସୁସ୍ଥ ହେବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଡାକ୍ତରମାନଙ୍କୁ ଅନୁରୋଧ କରାଯାଇଥିବାବେଳେ ତଞ୍ଜାଭୁର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଶୁକ୍ରବାର ଦିନ ପଡୋଶୀମାନେ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ ଯେ, ପୁଅମାନେ ଅନ୍ୟତ୍ର ରହୁଥିବାରୁ ସେମାନଙ୍କ ମା’ଙ୍କୁ ଖାଦ୍ୟ ଯୋଗାଇବା ପାଇଁ ବ୍ୟବସ୍ଥା କରିଥିଲେ। ପୋଲିସ କହିଛି ଯେ ଯେତେବେଳେ ସେ ଭୋକିଲା ଅନୁଭବ କରନ୍ତି ଏବଂ ଖାଦ୍ୟ ଆବଶ୍ୟକ କରନ୍ତି, ଜ୍ଞାନଜ୍ୟୋତି ଆଲାର୍ମ ବଜାଇବେ ଏବଂ ପଡ଼ୋଶୀମାନେ ବନ୍ଦ ଘରେ ବିସ୍କୁଟ କିମ୍ବା ଫଳ ପକାଇବେ। ଯଦିଓ ପଡ଼ୋଶୀମାନେ ତାଙ୍କ ଅବସ୍ଥା ବିଷୟରେ ଜାଣିଥିଲେ, ତଥାପି ସେମାନେ ଭୟଭୀତ ହୋଇ ସୂଚନା ଦେଉନଥିଲେ। ପୋଲିସର ସହାୟତାରେ ସାମାଜିକ କଲ୍ୟାଣ ବିଭାଗର କର୍ମଚାରୀମାନେ ତାଲା ଭାଙ୍ଗି ବୃଦ୍ଧା ମହିଳାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ।