Categories
ଆଜିର ଖବର ରାଜ୍ୟ ଖବର

ମାଲବାହୀ ଟ୍ରେନ ଧକ୍କାରେ, ୮ ଗାଈ ମୃତ

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରେଳ ଷ୍ଟେସନ ନିକଟ କେରାଣ୍ଡି ବ୍ରିଜ ଠାରେ ରବିବାର ଦିନ ସନ୍ଧ୍ୟା ସମୟରେ ମାଲବାହୀ ଟ୍ରେନ ଧକ୍କା ହେବା ଫଳରେ ୮ଟି ଗାଈ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନା ଯୋଗ୍ୟ ଯେ, ରେଢ଼ାଖୋଲ ରେଳ ଷ୍ଟେସନ ନିକଟ କେରାଣ୍ଡି ବ୍ରିଜ ଠାରେ ରବିବାର ସନ୍ଧ୍ୟା ସମୟରେ ଗାଈ ପଲ ରେଳ ଧାରଣା ପାର ହେଉଥିବା ବେଳେ ହଠାତ୍ ମାଲବାହୀ ଟ୍ରେନ ଆସି ଯାଇଥିଲା। ରେଳ ଧାରଣା ଉପରେ ଗାଈ ମାନଙ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଗାଈ ଗୁଡ଼ିକ ଛିଟିକି ପଡିଥିଲେ। ଛିଟିକି ପଡ଼ି ଗାଈ ମାନେ ମୃତ୍ୟୁବରଣ କରିଥିଲେ।

ଏପରିକି ଜାତୀୟ ରାଜପଥ ଉପରେ ଗାଈମାନେ ମେଳି ବାନ୍ଧି ରାସ୍ତା ଅବରୋଧ କରି ରହିଥିବା ଦେଖିବାକୁ ମିଳୁଛି, ସେଥିପାଇଁ ରେଢ଼ାଖୋଲ ସହରରେ ବାରମ୍ବାର ଦୁର୍ଘଟଣା ଘଟି ଗୋରୁ ଗାଈ ମାନଙ୍କ ମୃତ୍ୟୁ ହେଉଛି। ବର୍ତ୍ତମାନ ଧାନ ଚାଷ ସମୟରେ ମାଲିକ ମାନେ ଗାଈଗୋରୁଙ୍କୁ ଏମିତି ବୁଲା ଛାଡୁଥିବାରୁ ଏପରି ଅଘଟଣ ଘଟୁଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।