Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିବାହ ପୂର୍ବରୁ ପତ୍ନୀ ଗର୍ଭବତୀ ଥିବା ଜାଣି ଯୁବକଙ୍କ ଆତ୍ମହତ୍ୟା

କନ୍ଦର୍ପ ବେହେରା
ରେଢାଖୋଲ: ଭଗବାନଙ୍କୁ ସାକ୍ଷୀ ରଖି ବିବାହ ବନ୍ଦନରେ ବାନ୍ଧି ହୋଇଥାନ୍ତି ପୁଅ ଆଉ ଝିଅ। ନୂତନ ସଂସାର ଗଢିବା ପାଇଁ ବିବାହ ହେଉଛି ଏକ ପବିତ୍ର ବନ୍ଧନ। ଏହି ବନ୍ଧନ ଯୁଗ ଯୁଗର। ହେଲେ ବିବାହ ପୂର୍ବରୁ ଝିଅଟି ଗର୍ଭବତୀ ହେବା ଏବଂ ପରେ ବିବାହ ବନ୍ଧନରେ ବାନ୍ଧିହେବା , ତିନି ଦିନ ପରେ ସ୍ୱାମୀ ଏ ସଂପର୍କରେ ଜାଣି ପାରିବା ପରେ ସ୍ତ୍ରୀଙ୍କୁ ବାପ ଘରକୁ ପଠାଇଦେବା ଭଳି ଘଟଣା ଘଟିଛି ରେଢାଖୋଲ ଥାନା ଅଂଚଳରେ। ମାନସିକ ଭାରସାମ୍ୟ ହରାଇ ଶେଷରେ ନବବିବାହିତ ପୂରୁଷ ବିବାହିତା ସ୍ତ୍ରୀର ଶାଢୀରେ ଝୁଲି ଆତ୍ମ ହତ୍ୟା କରିବା ଭଳି ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି। ରେଢାଖୋଲ ପୋଲିସ୍ ଘଟଣାର ତଦନ୍ତ କରୁଥିବା ଜଣା ପଡିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ଥାନା କୁକୁଡାବାହାଳି ଗ୍ରାମର ମୋହନ ଦେହୁରୀ (୨୪)ଗତ ଜାନୁଆରୀ ମାସ ୨୫ ତାରିଖରେ ଚାରମାଳ ଥାନା ଡଙ୍ଗାପଥର ଗ୍ରାମରେ ବୈଦିକ ରୀତିନୀତି ଅନୁଯାୟୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ହେଲେ କିଛି ଦିନ ପରେ ନବବଧୂ ୩/୪ ମାସର ଗର୍ଭବତୀ ଥିବା ପିଲାଘର ଜାଣି ପାରି ଝିଅର ବାପଘରକୁ ଖବର ଦେଇଥିଲେ। ପରବର୍ତ୍ତୀ ସମୟରେ ଗାଁରେ ଏ ନେଇ ଏକ ସଭା ମଧ୍ୟ ବସିଥିଲା। ସଭାରେ ଗ୍ରାମବାସୀ ଡାକ୍ତଖାନାରେ ଝିଅକୁ ପରୀକ୍ଷା କରିବା ପାଇଁ କହିଥିଲେ। ସେଇ ଅନୁଯାୟୀ ଝିଅକୁ ରେଢାଖୋଲ ଡାକ୍ତରଖାନାରେ ଅଲଟ୍ରାସାଉଣ୍ଡ୍ କରିବାରୁ ନବବଧୂଟି ଗର୍ଭବତୀ ଥିବାର ଡାକ୍ତର ପ୍ରକାଶ କରିଥିଲେ। ଶେଷରେ ଝିଅଟି ଶାଶୂ ଘରେ ରହିବାକୁ ଇଚ୍ଛା ପ୍ରକାଶ କରିନ ଥିଲା। ମୋହନ ଶେଷରେ ଝିଅକୁ ବାପ ଘରେ ଛାଡି ପଳାଇ ଆସିଥିଲା। ଝିଅଟି ବାପ ଘରେ ରହିବା ସମୟରେ ବାପ ଘର ଅତି ଚତୂରତାର ସହ ଝିଅଟିର ଗର୍ଭପାତ କରିବାରେ ସକ୍ଷମ ହୋଇଥିଲେ।

ଏ ସଂପର୍କରେ ମୋହନ ଦେହୁରୀ କିଛି ବି ଜାଣି ପାରି ନ ଥିଲେ। ତଥାପି ପତ୍ନୀକୁ ନିଜ ଘରକୁ ଆଣିବାକୁ ଶ୍ୱଶୁର ଘର ମୋହନ ଯାଇଥିଲେ। ହେଲେ ସ୍ତ୍ରୀ ଓ ଶାଶୂ ତାଙ୍କୁ ଗାଳିଗୁଲଜ କରିଥିବା ମୋହନର ମା ରେଢାଖୋଲ ଥାନାରେ ଲିଖିତା କାରରେ ଅଭିଯୋଗ କରିଛନ୍ତି। ସ୍ତ୍ରୀ ଏବଂ ଶାଶୂଙ୍କର ଗଞଣା ତଥା ସାହି ପଡିଶାରେ ଏ ସଂପର୍କରେ ନାନା ଟାହି ଟାପରା ଶୁଣି ଶୁଣି ମୋହନ ମାନସିକ ଅବସାଦ ମଧ୍ୟରେ ରହୁଥିଲେ। କୁଆଡେ ସେ ଆତ୍ମହତ୍ୟା କରିବାକୁ ମଧ୍ୟ ଧମକ ଦେଇଥିଲେ ବୋଲି ମୋହନ ର ମାଆ ପ୍ରକାଶ କରିଛନ୍ତି।

ଗତକାଲି ସେ ପୂର୍ବାହ୍ନ ୧୧ ଟା ଭିତରେ ଘରେ କେହି ନଥିବାର ସୁଯୋଗ ପାଇ ନିଜ ସ୍ତ୍ରୀର ଶାଢୀରେ ଝୁଲି ଆତ୍ମ ହତ୍ୟା କରିଥିବାର ଅନୁମାନ କରାଯାଉଛି। ମୋହନର ସ୍ତ୍ରୀ ଓ ଶାଶୂ ଏଥିପାଇଁ ଦାୟୀ ବୋଲି ମୋହନ ର ମାଆ ଅଭୀଯୋଗ କରିବା ସହ ସେମାନଙ୍କୁ ଗିରଫ ନ କରିବା ଯାଏଁ ଶବକୁ ଛାଡିବୁ ନାହିଁ ବୋଲି ଗ୍ରାମବାସୀ ଅଡି ବସିଥିଲେ। ପୋଲିସ୍ ବହୁତ ବୁଝାସୁଝା ପରେ ସଂଧ୍ୟାରେ ଶବକୁ ଛାଡିଥିଲେ ବୋଲି ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି। ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମିନି ଟ୍ରକ୍‌ରୁ ୨୩୦ କେଜି ଗଞ୍ଜେଇ ଜବତ: ଡ୍ରାଇଭର ସହ ୩ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ପୋଲିସ୍ ପୁରୁଣାଗଡ ଛକ ଠାରେ ଗାଡି ଚେକିଙ୍ଗ ଓ ନାକା ଡ୍ୟୁଟି କରୁଥିବା ସମୟରେ ୨ ଟି ଗାଡିରୁ ୨୩୦ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଗତକାଲି ସଂଧ୍ୟାରେ ରେଢାଖୋଲ ସହର ନିକଟସ୍ଥ ପୁରୁଣାଗଡ ଛକରେ ସବଇନ୍ସପେକ୍ଟର ସୈାମ୍ୟରଂଜନ ମାହାଳିକଙ୍କ ନେତୃତ୍ୱରେ ନାକାଡ୍ୟୁଟି ଚାଲିଥିବା ବେଳେ ସଂଧ୍ୟା ପ୍ରାୟ ୭ ଟାରେ ବୈାଦ୍ଧ ପଟୁ ଧୂସର ରଙ୍ଗର ଏକ ୭୦୮ ମିନି ଟ୍ରକ (ଓଆର୍ ୦୨ବିକେ୩୭୪୮)କୁ ପୋଲିସ୍ ଅଟକାଇ ଥିଲା। ଗାଡଟିକୁ ଚେକିଙ୍ଗ କରୁଥିବା ବେଳେ ଗାଡିର ଆଭ୍ୟନ୍ତରିଣ ସ୍ଥାନରୁ ୧୫୩ ପ୍ୟାକେଡ୍ (୨୩୦କେଜି) ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିଲା ଏବଂ ଗଞ୍ଜେଇ ଗାଡିକୁ ପାଇଲଟିଙ୍ଗ କରି ଆଣୁଥିବା ଏକ ସୁଇଟ୍ ଡିଜାର କାରକୁ (ଓଡି ୦୨ ଏଏଲ୍‌୦୩୯୭) ମଧ୍ୟ ପୋଲିସ୍ ଧରିବାରେ ସଫଳ ହୋଇଛି। ଏଥିସହ ନଗଦ ୧୦୧୫୦୦ଟଙ୍କା, ୪ ଟି ବିଭିନ୍ନ ମଡେଲ୍‌ର ମୋବାଇଲ୍ ଜବତ କରିଛି ପୋଲିସ୍। ମାଜିଷ୍ଟେଟ୍ ଦାୟିତ୍ୱରେ ରେଢାଖୋଲ ଅତିରିକ୍ତ ତହସିଲ୍‌ଦାର୍ ଅମୂଲ୍ୟ ବାଘ ଉପସ୍ଥିତ ଥିଲେ।

ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ପିଙ୍କୁ ସାହୁ(୨୯)ଧନଖାଣ୍ଡି, ବୈାଦ୍ଧ, ଛବିଦାସ (୪୦) ପୁରୀ ଜିଲ୍ଲା ନିମାପଡାର ସକଡା ଗ୍ରାମ,ଏବଂ ନିରଞନ ସାହୁ (୪୦) ପୁରୀ ଜିଲ୍ଲା ନିମାପଡା ତଳତାନଳା ଗ୍ରାମର ବୋଲି ଜଣା ପଡିଛି। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ରେଢାଖୋଲ କେସ୍ ନଂ ୧୨୯ ତା ୨୨/୭/୨୦୨୦ ୟୁ/ଏସ ୨୦(ବି) (ଆଇଆଇ)(ସି)ଏନ୍‌ଡିପିଏସ୍ ଆକ୍ଟ ରେ କେସ ରୁଜୁ ହୋଇଥିବା ଜଣା ପଡିଛି।

ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆଙ୍କ ନିର୍ଦ୍ଦେଶରେ ସବଇନ୍ସପେକ୍ଟର ସୈାମ୍ୟରଞନ ମାହାଳିକ, ବୈଭବମାଳା ସ୍ୱାଇଁ, ହାବିଲଦାର ଜି.ଚନ୍ଦ୍ର ପ୍ରଧାନ, କେ.ଏସ୍ ପଣ୍ଡା, ଆର୍ ମହାନନ୍ଦ, ବି. ଧରୁଆ ପ୍ରମୁଖ ସାମିଲ୍ ହୋଇଥିଲେ।