Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ମିନି ଟ୍ରକ୍‌ରୁ ୨୩୦ କେଜି ଗଞ୍ଜେଇ ଜବତ: ଡ୍ରାଇଭର ସହ ୩ ଗିରଫ
ଅପରାଧ

ମିନି ଟ୍ରକ୍‌ରୁ ୨୩୦ କେଜି ଗଞ୍ଜେଇ ଜବତ: ଡ୍ରାଇଭର ସହ ୩ ଗିରଫ

July 22, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ପୋଲିସ୍ ପୁରୁଣାଗଡ ଛକ ଠାରେ ଗାଡି ଚେକିଙ୍ଗ ଓ ନାକା ଡ୍ୟୁଟି କରୁଥିବା ସମୟରେ ୨ ଟି ଗାଡିରୁ ୨୩୦ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଗତକାଲି ସଂଧ୍ୟାରେ ରେଢାଖୋଲ ସହର ନିକଟସ୍ଥ ପୁରୁଣାଗଡ ଛକରେ ସବଇନ୍ସପେକ୍ଟର ସୈାମ୍ୟରଂଜନ ମାହାଳିକଙ୍କ ନେତୃତ୍ୱରେ ନାକାଡ୍ୟୁଟି ଚାଲିଥିବା ବେଳେ ସଂଧ୍ୟା ପ୍ରାୟ ୭ ଟାରେ ବୈାଦ୍ଧ ପଟୁ ଧୂସର ରଙ୍ଗର ଏକ ୭୦୮ ମିନି ଟ୍ରକ (ଓଆର୍ ୦୨ବିକେ୩୭୪୮)କୁ ପୋଲିସ୍ ଅଟକାଇ ଥିଲା। ଗାଡଟିକୁ ଚେକିଙ୍ଗ କରୁଥିବା ବେଳେ ଗାଡିର ଆଭ୍ୟନ୍ତରିଣ ସ୍ଥାନରୁ ୧୫୩ ପ୍ୟାକେଡ୍ (୨୩୦କେଜି) ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିଲା ଏବଂ ଗଞ୍ଜେଇ ଗାଡିକୁ ପାଇଲଟିଙ୍ଗ କରି ଆଣୁଥିବା ଏକ ସୁଇଟ୍ ଡିଜାର କାରକୁ (ଓଡି ୦୨ ଏଏଲ୍‌୦୩୯୭) ମଧ୍ୟ ପୋଲିସ୍ ଧରିବାରେ ସଫଳ ହୋଇଛି। ଏଥିସହ ନଗଦ ୧୦୧୫୦୦ଟଙ୍କା, ୪ ଟି ବିଭିନ୍ନ ମଡେଲ୍‌ର ମୋବାଇଲ୍ ଜବତ କରିଛି ପୋଲିସ୍। ମାଜିଷ୍ଟେଟ୍ ଦାୟିତ୍ୱରେ ରେଢାଖୋଲ ଅତିରିକ୍ତ ତହସିଲ୍‌ଦାର୍ ଅମୂଲ୍ୟ ବାଘ ଉପସ୍ଥିତ ଥିଲେ।

ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ପିଙ୍କୁ ସାହୁ(୨୯)ଧନଖାଣ୍ଡି, ବୈାଦ୍ଧ, ଛବିଦାସ (୪୦) ପୁରୀ ଜିଲ୍ଲା ନିମାପଡାର ସକଡା ଗ୍ରାମ,ଏବଂ ନିରଞନ ସାହୁ (୪୦) ପୁରୀ ଜିଲ୍ଲା ନିମାପଡା ତଳତାନଳା ଗ୍ରାମର ବୋଲି ଜଣା ପଡିଛି। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ରେଢାଖୋଲ କେସ୍ ନଂ ୧୨୯ ତା ୨୨/୭/୨୦୨୦ ୟୁ/ଏସ ୨୦(ବି) (ଆଇଆଇ)(ସି)ଏନ୍‌ଡିପିଏସ୍ ଆକ୍ଟ ରେ କେସ ରୁଜୁ ହୋଇଥିବା ଜଣା ପଡିଛି।

ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆଙ୍କ ନିର୍ଦ୍ଦେଶରେ ସବଇନ୍ସପେକ୍ଟର ସୈାମ୍ୟରଞନ ମାହାଳିକ, ବୈଭବମାଳା ସ୍ୱାଇଁ, ହାବିଲଦାର ଜି.ଚନ୍ଦ୍ର ପ୍ରଧାନ, କେ.ଏସ୍ ପଣ୍ଡା, ଆର୍ ମହାନନ୍ଦ, ବି. ଧରୁଆ ପ୍ରମୁଖ ସାମିଲ୍ ହୋଇଥିଲେ।

ଗଞ୍ଜେଇ ଜବତ ରେଢାଖୋଲ ପୋଲିସ୍
Share. Facebook Twitter LinkedIn Email WhatsApp Copy Link

Related Posts

ରଥଯାତ୍ରା ଭିଡ଼ ପରିଚାଳନା ପାଇଁ ଚଳିତ ବର୍ଷ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ: ଅଶ୍ୱିନୀ ବୈଷ୍ଣବ

July 24, 2026

ପୁରୀ ରେଳ ଷ୍ଟେସନରେ ଏଆଇ ସଞ୍ଚାଳିତ “ଡିଏସ୍‌ସି ଅର୍ଜୁନ” ମୁତୟନ

July 24, 2026

ତାଳଚେର-ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ ପାଇଁ ୯୫୦ କୋଟିର ବଜେଟ୍ ବ୍ୟବସ୍ଥା

July 24, 2026

କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ୩ ଜିଲ୍ଲାକୁ ନେଇ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ

July 24, 2026
Latest News

ରଥଯାତ୍ରା ଭିଡ଼ ପରିଚାଳନା ପାଇଁ ଚଳିତ ବର୍ଷ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ: ଅଶ୍ୱିନୀ ବୈଷ୍ଣବ

July 24, 2026

ପୁରୀ ରେଳ ଷ୍ଟେସନରେ ଏଆଇ ସଞ୍ଚାଳିତ “ଡିଏସ୍‌ସି ଅର୍ଜୁନ” ମୁତୟନ

July 24, 2026

ତାଳଚେର-ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ ପାଇଁ ୯୫୦ କୋଟିର ବଜେଟ୍ ବ୍ୟବସ୍ଥା

July 24, 2026

କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ୩ ଜିଲ୍ଲାକୁ ନେଇ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ

July 24, 2026

ଯୁବକଙ୍କୁ ଗୁଳିକରି ହତ୍ୟା: ଅଭିଯୁକ୍ତ ଫେରାର

July 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.