Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

କନ୍ଦର୍ପ ବେହେରା

ରେଢାଖୋଲ: ରେଢାଖୋଲ ବନ ଉପଖଣ୍ଡ ନାକଟିଦେଉଳ ବ୍ଲକ ଜାମୁଜୋରୀ ପଞ୍ଚାୟତ କୁଡ଼ାନାଳୀ ଗ୍ରାମରେ ଜନୈକ ବୃଦ୍ଧଙ୍କୁ ଭାଲୁ ଆକ୍ରମଣ କରିଥିବା ଖବର ହସ୍ତଗତ ହୋଇଛି।

ସୂଚନାଯୋଗ୍ୟ ଯେ, ଜାମୁଜୋରୀ ପଞ୍ଚାୟତ କୁଡ଼ାନାଳୀ ଗ୍ରାମର ଚିଲାଣ୍ଟୁ ସାହୁ (୮୦) ନାମକ ଜଣେ ବୃଦ୍ଧ ସକାଳ ୧୦ ଟା ୩୦ରେ ନିଜ ବାଡିପଟ ବଗିଚାରେ କାମ କରୁଥିଲେ। ହଠାତ ଗୋଟେ ଭାଲୁ ଜଙ୍ଗଲରୁ ଆସି ବୃଦ୍ଧ ଜଣଙ୍କୁ ଆକ୍ରମଣ କରିଥିଲା। ଚିଲାଣ୍ଟୁଙ୍କୁ ଭାଲୁ ଆକ୍ରମଣ ହୋଇଥିବା ଶୁଣି ଗ୍ରାମବାସୀ ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କ ହାତରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ତୁରନ୍ତ ଛେଣ୍ଡିପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଅନୁଗୁଳ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ରହିଛି।