Categories
ଆଜିର ଖବର ରାଜ୍ୟ ଖବର

ଆଜି ଭୁବନେଶ୍ବରରୁ ପୁଣି 19 ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 19 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି 19 ଆକ୍ରାନ୍ତଙ୍କ ମଧ୍ୟରୁ 4 ଜଣ ହୋମ୍‌ କ୍ବାରେଣ୍ଟିନ୍‌ ଥିବାବେଳେ 15 ଜଣ ଲୋକାଲ୍‌ କେସ୍‌ ରହିଛି ।

ହୋମ୍‌ କ୍ବାରେଣ୍ଟିନ୍‌ରେ ଥିବା  ଚାରି ଆକ୍ରାନ୍ତମାନେ ରେଲଓ୍ବେ କର୍ମଚାରୀ ବୋଲି ସୂଚନା ରହିଛି । ଦିଲ୍ଲୀରୁ ଫେରିଥିବା ଏହି ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 43, 55, 44 ଓ 32 ବର୍ଷ ବୋଲି ଜଣାପଡିଛି ।

ସେହିପରି ଅନ୍ୟ 15 ଆକ୍ରାନ୍ତଙ୍କ ମଧ୍ୟରେ ଏକ ଘରୋଇ ହସ୍ପିଟାଲର 6 ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ତିନି ମହିଳା  ଓ ତିନି ପୁରୁଷ କର୍ମଚାରୀ ରହିଛନ୍ତି । ସେହିପରି ଅନ୍ୟ ଏକ ଘରୋଇ ହସ୍ପିଟାଲର ମଧ୍ୟ ଦୁଇ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 45 ବର୍ଷୀୟ ମହିଳା ଥିବାବେଳେ ଆଉ ଜଣେ 27 ବର୍ଷୀୟ ଯୁବକ ରହିଛନ୍ତି । ଏକ ସରକାରୀ ହସ୍ପିଟାଲର 51 ବର୍ଷୀୟ ଜଣେ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।  ସୁବାସ ନଗର ବସ୍ତି ଅଞ୍ଚଳରୁ 5 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ପାଞ୍ଚ ଆକ୍ରାନ୍ତ ମାନେ ସମେସ୍ତ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 24, 19, 38, 18, 15 ବର୍ଷ ବୋଲି ଜଣାପଡିଛି ।  ଲକ୍ଷ୍ମୀ ବଜାର ବସ୍ତିର ଜଣେ 9 ବର୍ଷୀୟ ବାଳକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ସୁବାସ ନଗର ବସ୍ତି ଅଞ୍ଚଳରୁ ଆଜି ଚିହ୍ନଟ ହୋଇଥିବା ପଜିଟିଭ୍‌ଙ୍କ କୌଣସି ଟ୍ରାଭେଲ୍‌ ହିଷ୍ଟ୍ରି ନଥିବାରୁ ବିଏମ୍‌ସି ସୁବାସ ନଗର ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ରୂପେ ଘୋଷଣା କରିଛି ।