Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଲଣ୍ଡନରେ ଫସିରହିଥିବା 329 ଯାତ୍ରୀଙ୍କୁ ନେଇ ମୁମ୍ବାଇରେ ପହଁଞ୍ଚିଲା ଏୟାର ଇଣ୍ଡିଆ ବିମାନ

ମୁମ୍ବାଇ, ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ଆଣିବା ପାଇଁ କେନ୍ଦ୍ର ସରକାର ଲାଗୁ କରିଛନ୍ତି ବନ୍ଦେ ଭାରତ ଏକ୍ସେପ୍ରେସ କାର୍ଯ୍ୟକ୍ରମ। ଏହି କ୍ରମରେ ଆଜି ଲଣ୍ଡନରୁ ଏକ ବିମାନ ଆସି ମୁମ୍ବାଇରେ ପହଁଞ୍ଚିଛି। ଆଜି ସକାଳେ ଲଣ୍ଡନରୁ 329 ଜଣ ଯାତ୍ରୀ ନେଇ ଏହି ବିମାନ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜା ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଛି। ଏୟାର ଇଣ୍ଡିଆ ବିମାନ AI-130 ରେ ଏହି ଯାତ୍ରୀମାନେ ଆସିଛନ୍ତି।

ବିମାନ ବନ୍ଦରରେ କଡା ପରୀକ୍ଷା କରି ସମସ୍ତ ଯାତ୍ରୀଙ୍କୁ ବାହାର କରାଯାଇଛି। ତେବେ ନିୟମ ଅନୁସାରେ ସେମାନେ 14 ଦିନ ପର୍ଯ୍ୟନ୍ତ ଏକାନ୍ତବାସରେ ରହିବେ। ସେଥିପାଇଁ ସରକାରଙ୍କ ତରଫରୁ ବନ୍ଦୋବସ୍ତ କରାଯାଇଛି। ଏହାପରେ ଆଉ ଦୁଇଟି ବିମାନ ବିଦେଶରେ ଫସିଥିବା ଭାରତୀୟମାନଙ୍କୁ ଆଣିବାର ଯୋଜନା ଚାଲିଛି। ଏହି ଦୁଇଟି ସିଙ୍ଗାପୁର ଏବଂ ଫିଲଫାଇନସରୁ ଆସିବ ବୋଲି ଜଣାପଡିଛି।