Categories
ଆଜିର ଖବର ଖେଳ ଜାତୀୟ ଖବର

କେ.ଏଲ୍ ରାହୁଲ ଶତକ ସ୍କୋର କରି ସୃଷ୍ଟି କଲେ ଇତିହାସ, ଆଇପିଏଲରେ ହେଲେ ପ୍ରଥମ ବ୍ୟାଟ୍ସମ୍ୟାନ୍

ମୁମ୍ବାଇ: ବ୍ରେବୋର୍ନ ଷ୍ଟାଡିୟମରେ ଆଇପିଏଲ୍-୨୦୨୨ ର ୨୬ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଲକ୍ଷ୍ନୌ ସୁପର ଜିଆଣ୍ଟସର ସମ୍ମୁଖୀନ ହୋଇଥିଲା। ଏହି ମ୍ୟାଚରେ କେ.ଏଲ୍ ରାହୁଲ ଇତିହାସ ସୃଷ୍ଟି କରିଥିଲେ। ସେ ନିଜର ୧୦୦ ତମ ଆଇପିଏଲ ମ୍ୟାଚରେ ଏକ ଶତକ ହାସଲ କରିଥିଲେ। ଏଭଳି କରିବାର ସେ ଆଇପିଏଲରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।

ମୁମ୍ବାଇ ବିପକ୍ଷରେ ରାହୁଲ ମାତ୍ର ୫୬ ବଲରେ ଶତକ ହାସଲ କରିଥିଲେ। ଏହା ତାଙ୍କର ୧୦୦ ତମ ଆଇପିଏଲ ମ୍ୟାଚ୍ ଥିଲା। ଏହା ବ୍ୟତୀତ ସେ ଆଇପିଏଲର ୧୦୦ ତମ ମ୍ୟାଚରେ ସର୍ବାଧିକ ରନ୍ ସ୍କୋରର ମଧ୍ୟ ହୋଇଛନ୍ତି। ରାହୁଲ ମୁମ୍ବାଇ ସହ ୬୦ ଟି ବଲରେ ୧୦୩ ରନ୍ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ସେ ୯ ଟି ଚୌକା ଓ ୫ ଟି ଛକା ମାରିଥିଲେ। ତାଙ୍କ ଇନିଂସ ହେତୁ ଲକ୍ଷ୍ନୌ ୨୦ ଓଭରରେ ୧୯୯ ରନ୍ ସଂଗ୍ରହ କରିପାରିଥିଲା।

୧୦୦ ତମ ଆଇପିଏଲ ମ୍ୟାଚରେ ସର୍ବାଧିକ ରନ୍ ସ୍କୋର କରିଥିବା ଖେଳାଳି:

୧୦୩*- କେ.ଏଲ୍ ରାହୁଲ
୮୬- ଫାଫ୍ ଡୁ ପ୍ଲେସିସ୍
୬୯- ଡେଭିଡ୍ ୱାର୍ଣ୍ଣର
୫୯- ମୁରଲୀ ବିଜୟ

କେ.ଏଲ୍ ରାହୁଲଙ୍କ ବ୍ୟତୀତ କ୍ରିସ୍ ଗେଲ୍, ବିରାଟ କୋହଲି ଡେଭିଡ ୱାର୍ଣ୍ଣର ମଧ୍ୟ ସମାନ ଦଳ ବିରୋଧରେ ଦୁଇଥର ଶତକ ହାସଲ କରିଛନ୍ତି। ଅଧିନାୟକ ଭାବରେ ଦୁଇ କିମ୍ବା ଅଧିକ ଶତକ ସ୍କୋର କରିବାରେ କେ.ଏଲ୍ ରାହୁଲ ଦ୍ୱିତୀୟ ଖେଳାଳି ହୋଇଛନ୍ତି। କୋହଲି ତାଙ୍କ ଅପେକ୍ଷା ଅଧିନାୟକ ଭାବରେ ଅଧିକ ଶତକ ହାସଲ କରିଛନ୍ତି। କୋହଲି ଅଧିନାୟକ ଭାବରେ ୫ ଟି ଶତକ ହାସଲ କରିଛନ୍ତି।