Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବାଣପୁରରେ ନିଆରା ପରମ୍ପରା ଭେଟ ଅମାବାସ୍ୟା, ସପ୍ତମାତୃଶକ୍ତିର ମହାମିଳନ ମହୋତ୍ସବ

ବାଣପୁର (ସୀତାରାମ ଅଗ୍ରୱାଲ): ଶକ୍ତିପୀଠ ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କୁ ଆଧାର କରି ଶାରଦୀୟ ଦୂର୍ଗୋତ୍ସବ ସଂପୂର୍ଣ୍ଣ ନିଆରା ଢଙ୍ଗରେ କାହିଁ କେଉଁ କାଳରୁପାଳନ କରାଯାଉଥିବାର ପରମ୍ପରା ଚଳି ଆସିଛି। ରାଜ୍ୟତଥା ଦେଶର ପ୍ରତ୍ୟେକ ଶକ୍ତିପୀଠମାନଙ୍କରେ ଆଶ୍ଵିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଯାହା ମୂଳାଷ୍ଟମୀ ଭାବରେ ପରିଚିତ ଏହି ଦିନଠାରୁ ଶୁକ୍ଳ ଦଶମୀ ଦିନ ଯାହା ଦଶହରା ଭାବରେ ସର୍ବତ୍ର ପରିଚିତ ଏହି ଦିନ ପର୍ଯ୍ୟନ୍ତ ଷୋଡଷ ଦିବସ ଧରି ଶାରଦୀୟ ଦୂର୍ଗା ପୂଜାରେ ମାତୃଶକ୍ତିର ପୂଜା ଆରାଧନା କରାଯାଉଥିବା ବେଳେ ବାଣ ପୁରରେ ବର୍ଷର ପ୍ରାରମ୍ଭ ବିଷ୍ଣୁବ ସଂକ୍ରାନ୍ତି ଠାରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ଆଶ୍ଵୀନ ମାସ କୁମାର ପୂର୍ଣ୍ଣମୀରେ ଶେଷ ହୁଏ। ସର୍ବତ୍ରପୀଠ ଦେବୀଙ୍କୁ ଏକାକୀ କେବଳ ପୂଜାର୍ଚ୍ଚନା କରାଯାଉଥିବାବେଳେ ଏଠାରେ ପୀଠ ଦେବୀ ମା’ ଭଗବତୀଙ୍କ ସହିତ, ପ୍ରାଚୀନବଙ୍କାଡ ରାଜ୍ୟ ଅଧୁନା ବାଣପୁରର ଚାରି ସୀମାରେ ପ୍ରତିଷ୍ଠିତ ମା’ନାରାୟଣୀ, ମା’କାଳିଜାଇ, ମା’ଶିଦ୍ଧେଶ୍ଵରୀ, ମା’ବିରିଜାଇ, ବଙ୍କାଡଗଡ଼ଦେବୀ ମା’ କନକଦୁର୍ଗା, ଓ ମା’ ବୁଢୀ ଠାକୁରାଣୀ ଏହି ପରି ସପ୍ତମାତୃଶକ୍ତି ଯାହା ସାତ ଭଉଣୀ ଭାବରେ ପରିଚିତ ସମସ୍ତଙ୍କୁ ସାଥିରେ ନେଇ ଦୁର୍ଗୋତ୍ସବ ପାଳନ କରାଯାଉଥିବାର ନିଆରା ପରମ୍ପରା, କାହିଁକେଉଁକାଳରୁ ଚଳି ଆସିଛି।

ସାତ ଭଉଣୀଙ୍କ ଉପାସନା ପାଇଁ ଏକ ସ୍ଵତନ୍ତ୍ର ପୀଠ ରହିଛି ଯାହାକୁ ସାତବଖରା ଭିତର ପର୍ବଗୃହ ବୋଲି କୁହାଯାଏ। ଆଶ୍ଵିନ ଅମାବାସ୍ୟା ମହାଳୟା ଅମାବାସ୍ୟା ଭାବରେ ସର୍ବତ୍ର ପରିଚିତ ଥିବାବେଳେ ବାଣପୁରରେ ଏହି ତିଥିକୁ ଭେଟ ଅମାବାସ୍ୟା ବୋଲି କୁହାଯାଏ।

ପଶ୍ଚିମଓଡିଶାର ନୂଆଖାଇ ଭେଟଘାଟ ପର୍ବ ପରି ବାଣପୁରର ଭେଟ ଅମାବାସ୍ୟା ପର୍ବ ଅବିଭକ୍ତ ପୁରୀ ଜିଲ୍ଲା ସହିତ ଉତ୍ତର ଗଞ୍ଜାମ ଅଞ୍ଚଳରେ ମା’ ଭଗବତୀଙ୍କ ପ୍ରଧାନ ପର୍ବ ଭାବରେ ଜନମାନସରେ ପରିଚିତ। ବର୍ଷର ଏହି ଦିବସକୁ ବାଣପୁର ବାସୀ ଆନନ୍ଦ ଉଲ୍ଲାସର ସହିତ ପାଳନ କରନ୍ତି। ଆଶ୍ଵିନ ଅମାବାସ୍ୟା ତିଥି ପରେ ପ୍ରତିପଦା ଲାଗି ହେଲେ ଏହି ପବିତ୍ର ଲଗ୍ନରେ ସପ୍ତମାତୃଶକ୍ତି ମାନଙ୍କର ମହାମିଳନ ବା ଭେଟଉତ୍ସବ ବାଣପୁର ବଡ଼ ଦାଣ୍ଡରେ ଅନୁଷ୍ଠିତ ହୁଏ।

ଶାରଦୀୟ ଦୁର୍ଗା ଉତ୍ସବର ଏହି ଦିବସଟି ଅନେକ ତାପ୍ତର୍ଯ୍ୟ ବହନ କରେ। ଏହି ପୁଣ୍ୟ ତିଥିରେ ମାତୃ ଶକ୍ତିର ମହାମିଳନକୁ ଦର୍ଶନ କରିବା ପାଇଁ ସ୍ଵର୍ଗର ଦେବତା, ଗନ୍ଧର୍ବ, କିନ୍ନର ମଧ୍ୟଏକତ୍ର ହୋଇପୁଷ୍ପ ବୃଷ୍ଟି କରନ୍ତି ବୋଲି ବିଶ୍ୱାସ ଅଛି। ଆସୁରିକ ଶକ୍ତିଙ୍କୁ ସଂହାର କରି ଧରାପୃଷ୍ଠରେ ସୁଖ, ଶାନ୍ତି ,ସମୃଦ୍ଧି ପ୍ରତିଷ୍ଠା କରିବା ପାଇଁ ମାତୃଶକ୍ତିର ବନ୍ଦନା କରାଯାଏ। ଏହି ଶୁଭଲଗ୍ନରେ ମା’ମାନଙ୍କୁ ଦର୍ଶନ କରି ଅଶେଷ ମାତୃ କୃପାଲାଭ କରିବା ପାଇଁ ବାଣପୁର ବାସୀ ଅପେକ୍ଷା କରିଥାନ୍ତି। ଏହି ଦିନ ଘରେ ଘରେ ବନ୍ଧୁ ବାନ୍ଧବ, ସାଙ୍ଗସାଥି,କୁଣିଆ ମୈତ୍ର,ଝୀ ଅଝିଆରୀ, ଦୁର ଦୁରାନ୍ତରରୁ ଆସି ପହଞ୍ଚିଯାଆନ୍ତି। ସମସ୍ତଙ୍କର ପରସ୍ପର ପରସ୍ପର ଭିତରେ ଭେଟ ହୁଏ।

ଘରମାନଙ୍କରେ ପର୍ବ ଆସର ଜମେ।ସୁସ୍ଵାଦୁ ପର୍ବଘାଣ୍ଟ ହେଉଛି ବାଣ ପୁର ଅଞ୍ଚଳରେଏହି ସମୟର ଏକ ସ୍ୱତନ୍ତ୍ର ବ୍ୟଞ୍ଜନ। ପ୍ରତି ଗାଁ ଗଣ୍ଡା,ପୁରପଲ୍ଲୀର ଦେବୀ ପୀଠମାନଙ୍କରେ ଏହି ପର୍ବଘାଣ୍ଟର ମହ ମହ ବାସ୍ନା ସମସ୍ତଙ୍କୁ ଆତୁର କରିଦିଏ। ଗାଁମାନଙ୍କରେ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେଏକତା , ସଂହତି,ଭାଇଚାରା ଭାବ ସୃଷ୍ଟି କରିଥାଏ ଏହି ଶାରଦୀୟ ପର୍ବ ଘାଣ୍ଟ। ବନ୍ଧୁବାନ୍ଧବ ମୈତ୍ରୀ ଭାବନାକୁ ବାନ୍ଧିରଖିବାରେ ଏହି ମା’ଙ୍କ ପର୍ବ ଘାଣ୍ଟ ବିଶେଷ ସହାୟକ ହୋଇଥାଏ। ଦିନରେ ମା’ଙ୍କପର୍ବ ପ୍ରସାଦ, ଘାଣ୍ଟ ଖାଇ ରାତିରେ ଭେଟ ଉତ୍ସବ ଦର୍ଶନ କରିବା ସହିତ ମାତୃ କୃପାଲାଭ କରିବା ପାଇଁ ଅଗଣିତଜନ ସମୁଦ୍ର ବାଣ ପୁର ବଡ଼ ଦାଣ୍ଡରେ ଏକାଠି ହୁଅନ୍ତି।

କେବଳ ମା’ଭଗବତୀ ଓ ମା’ ବିରି ଜାଇଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀଙ୍କୁ ସେବାୟତମାନେ ଘଣ୍ଟା ଘଣ୍ଟ ବୀର ବାଦ୍ୟ କାହାଳୀର ତାଳେ ତାଳେ ନୃତ୍ୟ କରାଇପରସ୍ପରଙ୍କୁ ଭେଟକରାଉଥିବାବେଳେ ଅନ୍ୟ ପାଞ୍ଚ ଦେବୀଙ୍କର ଆଜ୍ଞାମାଳ ଓ ଦେବୀ ପ୍ରତିମାକୁ ମଧ୍ୟ ଏକ ତ୍ର ଭେଟ କରାଇ ପ ର୍ବଗୃହକୁ ବିଜେ କରାଯିବା ପରେ ପର୍ବ ପୂଜା ଆରମ୍ଭ ହୁଏ। ଥାଟ ପଟୁଆର ବାଜାରୋଷଣୀ, ଶଙ୍ଖ ହୁଳହୁଳି, ମା’ଙ୍କ ଜୟ ଜୟକାର ଧ୍ଵନୀରେ ବଡ଼ ଦାଣ୍ଡ ଉଛୁଳି ପଡ଼େ। ଚଳିତବର୍ଷ ଏହି ଯାତ୍ରା ମହାଳୟାଅମାବାସ୍ୟା ତିଥି ଶନିବାର ତା ୧୪_୧୦- ୨୩ରିଖ ରାତ୍ର ୯ ଘଟିକାରୁ ଆରମ୍ଭ ହୋଇରାତ୍ର ୧୧ ଘଟିକାରେ ଶେଷ ହେବ ବୋଲି ମନ୍ଦିର ପ୍ରଶାସନ ତରଫରୁ ସ୍ଥିର କରାଯାଇଛି।

ଏହାକୁ ସରସ ସୁନ୍ଦର ଓ ଶୃଙ୍ଖଳିତ କରିବା ସହିତ ସମସ୍ତ ଶ୍ରଦ୍ଧାଳୁମାନଙ୍କ ଦିବ୍ଯଦର୍ଶନ କରାଇବା ପାଇଁ ମନ୍ଦିର ପ୍ରଶାସନ, ସ୍ଥାନୀୟ ପ୍ରଶାସନ ଓ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁସମସ୍ତ ପ୍ରକାର ସୁବ୍ୟବସ୍ଥା କରାଯାଇଛି ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ଠାରୁ ପ୍ରକାଶ।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

କେବେ ଆରମ୍ଭ ହେଉଛି ଶାରଦୀୟ ନବରାତ୍ରୀ?: ଜାଣନ୍ତୁ ଏହି ପର୍ବରେ କଳଶ ସ୍ଥାପନ କରିବାର ମହତ୍ତ୍ଵ

ନୂଆଦିଲ୍ଲୀ; ହିନ୍ଦୀ କ୍ୟାଲେଣ୍ଡର ଅନୁଯାୟୀ, ନବରାତ୍ରୀ ବର୍ଷରେ ୪ ଥର ପାଳନ କରାଯାଏ। ଦୁଇଥର ଗୁପ୍ତ ନବରାତ୍ରି ଏବଂ ଦୁଇଟି ନବରାତ୍ରି ମୁଖ୍ୟ ଭାବେ ପାଳନ କରାଯାଏ। ଏଥିରେ ଚୈତ୍ର ଏବଂ ଶାରଦୀୟ ମୁଖ୍ୟ ନବବ୍ରତ ଅଟ, ଯାହା ସମଗ୍ର ଦେଶରେ ପୂର୍ଣ୍ଣ ଉତ୍ସାହ ସହିତ ପାଳନ କରାଯାଇଥାଏ। ନବରାତ୍ରୀ ଅର୍ଥ ନଅ ରାତି।

ନଅ ଦିନିଆ ଶାରଦୀୟ ନବରାତ୍ରୀ ସମୟରେ ମା’ ଦୁର୍ଗାଙ୍କର ନଅ ପ୍ରକାର ପୂଜା କରାଯାଏ। କେବଳ ଏତିକି ନୁହେଁ, ନବରାତ୍ରିଙ୍କ ଦିନ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। ଏହିସମୟରେ ପଣ୍ଡିତଙ୍କ ବିନା ପରାମର୍ଶରେ ଯେକୌଣସି ଶୁଭ କାର୍ଯ୍ୟ କରାଯାଇପାରିବ। ଚଳିତ ବର୍ଷ ଅକ୍ଟୋବର ୭ ତାରିଖ ଗୁରୁବାର ଠାରୁ ଶାରଦୀୟ ନବରାତ୍ରୀର ଆରମ୍ଭ ହୋଇ ଅକ୍ଟୋବର ୧୫ ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ପାଳନ କରାଯିବ। ଆସନ୍ତୁ ଆପଣଙ୍କୁ କହିବା ଯେ ଆଶ୍ୱିନ ମାସର ଶୁକ୍ଲ ପକ୍ଷର ପ୍ରତିପଦା ତିଥିରୁ ଶାରଦୀୟ ନବରାତ୍ରି ଆରମ୍ଭ ହୁଏ। ପୁରାଣରେ ଶାରଦୀୟ ନବରାତ୍ରୀର ବିଶେଷ ମହତ୍ତ୍ୱ କୁହାଯାଇଛି। ସେଥିପାଇଁ ଲୋକମାନେ ଏହି ନବରାତ୍ରୀକୁ ଉତ୍ସାହର ସହିତ ଅପେକ୍ଷା କରନ୍ତି।

ନଅ ରୂପରେ ଦୁର୍ଗା ମାତାଙ୍କର କାହିଁକି ପୂଜା ପାଆନ୍ତି:

ନବରାତ୍ରୀ ହେଉଛନ୍ତି ଦେବୀ ଦୁର୍ଗାଙ୍କ ପୂଜା ପର୍ବ, ଯେଉଁଠାରେ ହିନ୍ଦୁ ଧର୍ମରେ ଏହାକୁ ନବରାତ୍ରୀ କୁହାଯାଏ। ଯେତେବେଳେ ବଙ୍ଗୀୟ ଧର୍ମରେ ମାତା ଦୁର୍ଗାଙ୍କ ନଅ ଦିନ ପୂଜା କରାଯାଏ। ପ୍ରଥମ ଦିନରେ ମାତାଙ୍କର ପ୍ରତିଷ୍ଠା ଏବଂ ସମାପନରେ ବୁଡ ପକାଯାଏ। ପ୍ରତିବର୍ଷ ନବରାତ୍ରୀ କେବଳ ଶ୍ରାଦ୍ଧ ପରେ ଆରମ୍ଭ ହୁଏ। ସବୁ ସ୍ଥାନରେ ଭକ୍ତିମୟ ପରିବେଶ ସୃଷ୍ଟି ହୁଏ। ଏହି ନଅ ଦିନର ଦୀର୍ଘ ପର୍ବରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଦେବୀଙ୍କୁ ପୂଜା କରାଯାଇଥାଏ। ପ୍ରଥମ ତିନି ଦିନରେ ମା ଦୁର୍ଗାଙ୍କର ଶକ୍ତି ଏବଂ ଉର୍ଜା ପୂଜା କରାଯାଏ। ଏହା ପରେ ଅର୍ଥାତ୍ ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ଦିନରେ ଜୀବନରେ ଶାନ୍ତି ପ୍ରଦାନ କରୁଥିବା ଦେବୀ ଲକ୍ଷ୍ମୀଙ୍କୁ ପୂଜା କରାଯାଏ। କଳା ଏବଂ ଜ୍ଞାନର ଦେବୀଙ୍କୁ ସପ୍ତମ ଦିନରେ ପୂଜା କରାଯାଏ। ଅଷ୍ଟମ ଦିନ ଦେବୀ ମହାଗୌରୀଙ୍କୁ ପୂଜା କରାଯାଏ। ମାତା ସିଦ୍ଧିଦାତ୍ରୀ ଦେବୀଙ୍କୁ ଶେଷ ଦିନରେ ଅର୍ଥାତ୍ ନବମୀ ଦିନ ପୂଜା କରାଯାଏ।

କଳଶର ମହତ୍ତ୍ୱ କ’ଣ?

ଶାସ୍ତ୍ର ଅନୁସାରେ, ନବରାତ୍ରୀର ପ୍ରଥମ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତିପଦା ତିଥି ଅର୍ଥାତ୍ ନବରାତ୍ରୀର ପ୍ରଥମ ଦିନରେ କଳଶ ପ୍ରତିଷ୍ଠିତ ହୋଇଥାନ୍ତି। କଳଶ ଭଗବାନ ବିଷ୍ଣୁଙ୍କ ରୂପ ବୋଲି ବିବେଚନା କରାଯାଏ। ତେଣୁ ନବରାତ୍ରୀ ପୂଜା ପୂର୍ବରୁ ଘଟ ସ୍ଥାପନା ଅର୍ଥାତ୍ କଳଶ ସ୍ଥାପିତ କରାଯାଏ।