Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ହିଞ୍ଜିଳି: ଦୁର୍ଘଟଣାରେ ଶିଶୁ ପୁତ୍ରର ମୃତ୍ୟୁ, ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

କୈଳାଶ ଚନ୍ଦ୍ର ଚୌଧୁରୀ

ହିଞ୍ଜିଳି: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ଫଳରେ ଉତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ହିଞ୍ଜିଳି ଥାନା ଅନ୍ତର୍ଗତ ଶିକିରି ଗ୍ରାମ ମୁଖ୍ୟ ରାସ୍ତାରେ ହିମାଂଶୁ ଦଳେଇଙ୍କ ୪ ବର୍ଷର ଶିଶୁ ପୁତ୍ର ସିଦ୍ଧାର୍ଥ ଦଳେଇଙ୍କ ଉପରେ ଏକ ହାଇୱ। ଟ୍ରକ୍ ମାଡ଼ିଯାଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ଶିଶୁ ପୁତ୍ରର ମୃତ୍ୟୁ ହୋଇ ଯାଇଥିଲା। ଉକ୍ତ ଘଟଣା ପରେ ଉତ୍ୟକ୍ତ ଗ୍ରାମବାସୀମାନେ ମୃତ ଦେହକୁ ରଖି ରାସ୍ତା ଅବରୋଧ କରିଥିଲେ।

ଖବର ପାଇ ହିଞ୍ଜିଳି ପୋଲିସ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରି ଅବରୋଧ ହଟାଇବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଅଟକାଇ ଘଟଣାର ତଦନ୍ତ ଚଳାଇଛି।