Categories
ଆଜିର ଖବର ଜାତୀୟ ଖବର

ଗଣେଶ ଚତୁର୍ଥୀରେ ସମସ୍ତଙ୍କୁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣେଶ ଚତୁର୍ଥୀର ଶୁଭ ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି। ଏହି ଉତ୍ସବ ସମସ୍ତଙ୍କ ଜୀବନରେ ସୌଭାଗ୍ୟ, ସଫଳତା ଓ ସମୃଦ୍ଧି ଆଣିଦେଉ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି।

ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ, ‘‘ଦେଶସାରା ମୋ ପରିବାରଜନଙ୍କୁ ଗଣେଶ ଚତୁର୍ଥୀର ମଙ୍ଗଳକାମନା। ବିଘ୍ନବିନାଶନ-ବିନାୟକଙ୍କ ଉପାସନା ସହ ଜଡ଼ିତ ଏହି ପାର୍ବଣ ଉତ୍ସବ ଆପଣଙ୍କ ସମସ୍ତଙ୍କ ଜୀବନରେ ସୌଭାଗ୍ୟ, ସଫଳତା ଓ ସମ୍ପୂର୍ଣ୍ଣତା ଭରିଦେଉ । ଗଣପତି ବପ୍ପା ମୋରେୟା!’’

‘‘ସର୍ବ ଦେଶବାସୀୟାଂନା ଗଣେଶ ଚତୁର୍ଥୀଚ୍ୟା ହାର୍ଦ୍ଦିକ ଶୁଭେଚ୍ଛା। ଗଣପତି ବପ୍ପା ମୋରେୟା!’’

Categories
ଆଜିର ଖବର ଜାତୀୟ ଖବର

ବିଶ୍ୱ ସଂସ୍କୃତ ଦିବସ ଉପଲକ୍ଷେ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସଂସ୍କୃତ ଦିବସ ଅବସରରେ ଶୁଭକାମନା ଜଣାଇଛନ୍ତି। ସଂସ୍କୃତ ପ୍ରତି ବିଶେଷ ଆଗ୍ରହ ରଖୁଥିବା ସମସ୍ତ ଲୋକଙ୍କୁ ମଧ୍ୟ ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି। ଏହାକୁ ପାଳନ କରିବା ପାଇଁ, ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ସଂସ୍କୃତରେ ଗୋଟିଏ ବାକ୍ୟ ସେୟାର କରିବା ନିମନ୍ତେ ଅପିଲ କରିଛନ୍ତି।

ଏକାଧିକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘‘ବିଶ୍ୱ ସଂସ୍କୃତ ଦିବସ ଅବସରରେ ମୋର ଶୁଭକାମନା। ମୁଁ ସେହି ଲୋକମାନଙ୍କୁ ପ୍ରଶଂସା କରୁଛି, ଯେଉଁମାନେ ସଂସ୍କୃତ ପ୍ରତି ବିଶେଷ ଆଗ୍ରହ ରଖୁଛନ୍ତି। ସଂସ୍କୃତ ପ୍ରତି ଭାରତର ବହୁତ ସ୍ୱତନ୍ତ୍ର ସମ୍ପର୍କ ରହିଛି । ଏହି ମହାନ ଭାଷାକୁ ନେଇ ଉତ୍ସବ ପାଳନ ପୂର୍ବକ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ସଂସ୍କୃତରେ ଗୋଟିଏ ବାକ୍ୟ ସେୟାର କରିବା ପାଇଁ ଆହ୍ୱାନ ଦେଉଛି। ନିମ୍ନରେ ଏକ ପୋଷ୍ଟ ଜରିଆରେ ମୁଁ ଏକ ବାକ୍ୟ ମଧ୍ୟ ସେୟାର କରିବି। ‘#ସେଲିବ୍ରେଟିଂସାଂସ୍କ୍ରିଟ’ର ଉପଯୋଗ କରିବା ପାଇଁ ଭୁଲନ୍ତୁ ନାହିଁ।’’