Categories
ଆଜିର ଖବର ବ୍ୟବସାୟ

ଷ୍ଟକ୍ ଏକ୍ସଚେଞ୍ଚରେ ତାଲିକାଭୁକ୍ତ ହେବ‘ଇସିଜିଏସ୍‌’, କ୍ୟାବିଟେନର ନିଷ୍ପତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏମ୍ ଏସ୍ ଏକ୍ସପୋର୍ଟ କ୍ରୋଡିଟ୍ ଗ୍ୟାରେଣ୍ଟି କର୍ପୋରସନ ଲିମିଟେଡ(ଇସିଜିସି) ଷ୍ଟକ୍ ଏକ୍ସଚେଂଚରେ ତାଲିକାଭୁକ୍ତ କରିବା (ଲିଷ୍ଟିଂ) ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।

ଇସିଜିସି ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ସିପିଏସ୍‌ସି) ଯାହା ଏଯାଏ ଷ୍ଟକ ବଜାରରେ ତାଲିକାଭୁକ୍ତ ହୋଇ ନ ଥିଲା। ଏହି ଅନୁମୋଦନ ପୂର୍ବରୁ ଇସିଜିସି ‘ସେବି’ ନିୟମ୨୦୧୮ ଅନୁସାରେ ଷ୍ଟକ୍ ଏକ୍ସଚେଞ୍ଚରେ ଆଇପିଓ କାରବାର କରୁଥିଲା ।

ଏହା ଭାରତ ସରକାରଙ୍କ ସମ୍ପୂର୍ଣ୍ଣ ମାଲିକାନାରେ ଏକ ସଂସ୍ଥା । ରପ୍ତାନୀ ବାଣିଜ୍ୟକୁ ବଢାଇବା ସହ ରପ୍ତାନୀକାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି ପାଇଁ ତିଆରି ହୋଇଥିବା ଏହି ସଂସ୍ଥା କ୍ରେଡିଟ ରିସ୍କ ଇନ୍‌ସୁରାନ୍ସ ଓ ସେବା ଯୋଗାଉଛି । ଏହି କମ୍ପାନୀର ବର୍ତ୍ତମାନର ଦେଣା ପରିମାଣ ଏକଲକ୍ଷ କୋଟି ଟଙ୍କା, ୨୦୨୫-୨୬ ମଧ୍ୟରେ ଏହି ଦେଣା(ଲିଆବିଲିଟି) ପରିମାଣକୁ ସର୍ବାଧିକ ୨.୦୩ଲକ୍ଷ କୋଟି ଟଙ୍କାରେ ପହଂଚାଇବାକୁ ଲକ୍ଷ୍ୟ ରଖିଛି ।

ଇସିଜି ଷ୍ଟକ ମାର୍କେଟରେ ଲିଷ୍ଟିଂ ହେଲେ ଏହାର ପ୍ରକୃତ ମୂଲ୍ୟ ନିର୍ଦ୍ଧାରିତ ହେବ ଏବଂ ସର୍ବସାଧାରଣ ଏହାର ସେୟାର ବିକ୍ରି ପାଇଁ ମିଳିବ । ଲୋକେ ଯେତେ ସେୟାର କିଣିବେ କମ୍ପାନୀର ମାଲିକାନା ପରିସର ସେତେ ବଢିବ ଏବଂ ଏହା ଜନତାଙ୍କ କମ୍ପାନୀର ପରିଣତ ହେବ । ଏହା ଫଳରେ କର୍ପୋରେଟ ଗଭର୍ଣ୍ଣାସ ପାଇଁ ବାଟ ଫିଟିବ ଓ କମ୍ପାନୀର ପରିଚାଳନାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଢିବ ।

ଲିଷ୍ଟଂ ଫଳରେ ଏହି କମ୍ପାନୀ ସେୟାର ବା ଆଇପିଓ ବିକି ଅଧିକ ପୁଞ୍ଜି ବଜାରରୁ ସଂଗ୍ରହ କରିପାରିବ । ସରକାର ଏଥିରୁ ନିଜର ଅଂଶଧନ ପ୍ରତ୍ୟାହାର କରି ତାହାକୁ ବିଭିନ୍ନ ସାମାଜିକ କ୍ଷେତ୍ରର ଯୋଜନା ବାବଦରେ ଖର୍ଚ୍ଚ କରିବ ।