Categories
ଆଜିର ଖବର ଜାତୀୟ ଖବର

ଏଣିକି ଯାତ୍ରୀମାନେ ଅନଲାଇନରେ କରିପାରିବେ ଏଟିଭିଏମ ସ୍ମାର୍ଟ କାର୍ଡ ରିଚାର୍ଜ

ଭୁବନେଶ୍ବର: ଏଟିଭିଏମ ସ୍ମାର୍ଟ କାର୍ଡ ଉପଯୋଗ କରୁଥିବା ଯାତ୍ରୀମାନଙ୍କ ପାଇଁ ଖୁସି ଖବର ମିଳିଛି। ଏଣିକି ରିଚାର୍ଜ ପାଇଁ ସେମାନଙ୍କୁ ଷ୍ଟେସନ ବୁକିଂ କାଉଣ୍ଟର ଯିବାକୁ ପଡିବ ନାହିଁ।  ସେମାନଙ୍କର ମୋବାଇଲ ଫୋନ କିମ୍ବା କମ୍ପ୍ୟୁଟର ମାଧ୍ୟମରେ ୟୁଟିଏସ ଅନ ମୋବାଇଲ ୱେବସାଇଟ/ଆପ ଦ୍ୱାରା ଅନ ଲାଇନରେ ସେମାନଙ୍କର ଏଟିଭିଏମ ସ୍ମାର୍ଟ କାର୍ଡକୁ ରିଚାର୍ଜ କରିପାରିବେ। ଯାତ୍ରୀମାନେ ଏଟିଭିଏମ ସ୍ମାର୍ଟ କାର୍ଡର ରିଚାର୍ଜ ପାଇଁ ସମସ୍ତ ଡିଜିଟାଲ୍ ଦେୟ ମାଧ୍ୟମ ବ୍ୟବହାର କରିପାରିବେ।

ଏଥିପାଇଁ ଯାତ୍ରୀମାନେ www.utsonmobile.indianrail.gov.in ସାଇଟ୍ ଉପଯୋଗ କରିବାକୁ ପଡିବ। ଯାତ୍ରୀଙ୍କୁ ୟୁଟିଏସ ଅନ ମୋବାଇଲ ୱେବସାଇଟ/ଆପ ରେ ପଞ୍ଜିକରଣ କରିବାକୁ ପଡିବ। ଯଦି, ଯାତ୍ରୀ ମୋବାଇଲ୍ ଟିକେଟ୍ ପାଇଁ ପଞ୍ଜୀକୃତ ହୋଇସାରିଛନ୍ତି, ତାହେଲେ ସେମାନଙ୍କର ଆକାଉଣ୍ଟ୍ ବ୍ୟବହାର କରାଯାଇପାରିବ। ସଫଳ ଲଗଇନ୍ ପରେ ଯାତ୍ରୀଙ୍କୁ ମେନୁ ବିକଳ୍ପ “SMART CARD RECHARGE” ଚୟନ କରିବାକୁ ପଡିବ ଏବଂ କାର୍ଡରେ ମୁଦ୍ରିତ ଏଟିଭିଏମ ସ୍ମାର୍ଟ କାର୍ଡ ଷ୍ଟକ୍ ନମ୍ବର ଦର୍ଶାଇବାକୁ ପଡିବ। ତା’ପରେ ଯାତ୍ରୀଙ୍କୁ ବୈଧ ରିଚାର୍ଜ ପରିମାଣ ପ୍ରବେଶ କରିବାକୁ ପଡିବ ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏଟିଭିଏମ ରେ ଟପ୍ ଅପ୍ ସମ୍ପୂର୍ଣ୍ଣ କରିବାକୁ ରାଜି ହେବାକୁ ପଡିବ।