Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଟ୍ରେନ୍ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା: ଦୁଇଟି ଷ୍ଟେସନରେ ସଂଶୋଧିତ ସମୟରେ ଚଳାଚଳ କରିବ ପ୍ରଶାନ୍ତି ସ୍ପେଶାଲ୍

ଭୁବନେଶ୍ବର: ଯାତ୍ରୀମାନଙ୍କ ସୁବିଧା ପାଇଁ ବାଙ୍ଗାଲୋର ପୂର୍ବ ଏବଂ ବାଙ୍ଗାଲୋର କ୍ୟାଣ୍ଟ ଷ୍ଟେସନରେ ପ୍ରଶାନ୍ତି ସ୍ପେଶାଲ ଟ୍ରେନର ସମୟକୁ ସଂଶୋଧନ କରିବା ଏବଂ ଅସ୍ଥାୟୀ ଭାବରେ କୃଷ୍ଣରାଜପୁରମ୍ ଷ୍ଟେସନ ଠାରେ ହାଓଡ଼ା-ଯଶୋବନ୍ତପୁର ସ୍ପେଶାଲ୍ ର ଅତିରିକ୍ତ ରହଣି କରିବାକୁ ନିଷ୍ପତ୍ତି ନିଆଯାଇଛି।

ଭୁବନେଶ୍ୱରରୁ ଅକ୍ଟୋବର ୨୦ ତାରିଖ ଠାରୁ ଛାଡୁଥିବା ୦୮୪୬୩ ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ସ୍ପେଶାଲ ବାଙ୍ଗାଲୋର ପୂର୍ବ ଷ୍ଟେସନ ଠାରେ ଏହାର ପୂର୍ବ ନିର୍ଦ୍ଧାରିତ ସମୟ ସାରଣୀ ବଦଳରେ ପୂର୍ବାହ୍ନ ୧୦ଘ.୪୫ମି.ରେ ପହଞ୍ଚି ପୂର୍ବାହ୍ନ ୧୦ଘ.୪୬ମି.ରେ ଛାଡିବ। ଏହି ଟ୍ରେନ ବାଙ୍ଗାଲୋର କ୍ୟାଣ୍ଟରେ ଏହାର ପୂର୍ବ ସମୟ ସାରଣୀ ବଦଳରେ ପୂର୍ବାହ୍ନ ୧୦ଘ.୫୧ମି.ରେ ପହଞ୍ଚି ପୂର୍ବାହ୍ନ ୧୦ଘ.୫୨ମି.ରେ ବାଙ୍ଗାଲୋର ମୁଖ୍ୟ ଷ୍ଟେସନକୁ ଯାତ୍ରା କରିବ।

ଏହା ବ୍ୟତୀତ ଅକ୍ଟୋବର ୧୯ ତାରିଖରୁ ଫେବୃଆରୀ ୧୫ ତାରିଖ ମଧ୍ୟରେ ହାଓଡ଼ାରୁ ଛାଡୁଥିବା ୦୬୫୯୮ ହାଓଡ଼ା-ଯଶୋବନ୍ତପୁର ସ୍ପେଶାଲ କୃଷ୍ଣରାଜପୁରରେ ସନ୍ଧ୍ୟା ୭ଘଟିକାରେ ପହଞ୍ଚି ସନ୍ଧ୍ୟା ୭ଘ.୦୧ମି.ରେ ଯଶୋବନ୍ତପୁରକୁ ଯାତ୍ରା କରିବ।