Categories
ଆଜିର ଖବର ଜାତୀୟ ଖବର

ପ୍ରତିଭା ପ୍ରଦର୍ଶନ ପାଇଁ ସଂସଦୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଏକ ଉତ୍ତମ ପଦକ୍ଷେପ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସଂସଦୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଏକ ଉତ୍ତମ ପଦକ୍ଷେପ ଯେଉଁଠି ବିଭିନ୍ନ ସଂସଦୀୟ କ୍ଷେତ୍ରର ଲୋକଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ ଏବଂ ସାଂସ୍କୃତିକ ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଥାଏ। ଏଥିରେ ସାମିଲ ହେଉଥିବା ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିବାକୁ ଶ୍ରୀ ମୋଦୀ ସମସ୍ତଙ୍କୁ ଅନୁରୋଧ କରିଥିଲେ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ,‘ସାଂସଦ ସାଂସ୍କୃତିକ କାର୍ଯ୍ୟକ୍ରମ ଏକ ଉତ୍ତମ ପଦକ୍ଷେପ ଯେଉଁଠି ବିଭିନ୍ନ ସଂସଦୀୟ ନିର୍ବାଚନମଣ୍ଡଳୀର ଲୋକେ ନିଜ ପ୍ରତିଭା ପ୍ରଦର୍ଶନ ଏବଂ ସାଂସ୍କୃତିକ ମହୋତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥା’ନ୍ତି। ଆଜିକାଲି ବିଜେପିର ସାଂସଦମାନେ ଏହାର ଆୟୋଜନରେ ଜୋରସୋରରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଁ କାଶୀରେ ମଧ୍ୟ ଏକ ବିନମ୍ର ଉଦ୍ୟମ କରିଛି। ଏଥିରେ ସାମିଲ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି।’