Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲା ସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ସଂସାଧନ ସଭ୍ୟଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଏହାକୁ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା ଓ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଦଲ ମହାନ୍ତି ଉଦଘାଟନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ପାରମ୍ପରିକ ଲୋକ କଳା ମାଧ୍ୟମରେ ସରକାରଙ୍କର ବିବିଧ ଜନ କଲ୍ୟାଣକାରୀ ଯୋଜନା ଗୁଡିକୁ ଜନ ସାଧାରଣ ଙ୍କ ନିକଟରେ ପହଞ୍ଚାଇବାରେ ଏହି ଶିବିର ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ। ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଅବଗତ ହେବା ସହ ନିଜ ଲୋକକଳା ମାଧ୍ୟମରେ ଏହାକୁ ଲୋକ ମାନଙ୍କୁ ସଚେତନ କରିବା ଯାହା ଦ୍ବାରା ହିତାଧିକାରୀଙ୍କ ଉପକୃତ ସହଜ ହୋଇ ପାରିବ ବୋଲି କହିଥିଲେ।

ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଦଲ ମହାନ୍ତି ସାଧାରଣ ଲୋକ ମାନଙ୍କୁ ସଚେତନ କରିବାର ଏହା ଏକ ଅଭିନବ ପଦକ୍ଷେପ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ସମାଧାନ ହେବା ସହ ଅଧିକ ରୁ ଅଧିକ ହିତାଧିକାରୀ ଉପକୃତ ହୋଇପାରିବେ ବୋଲି କହିଥିଲେ। ମୁଖ୍ୟ ପ୍ରଶିକ୍ଷକ ଭାବେ ଡଃ ପ୍ରଶାନ୍ତ କୁମାର ଦାଶ, DPHO, ଏବଂ ପ୍ରସନ୍ନ କୁମାର ମହାପାତ୍ରଙ୍କ ତରଫରୁ ସ୍ବାସ୍ଥ୍ୟ ବିଭାଗର ବିଜୁ ସ୍ଵାସ୍ଥ୍ୟ ଯୋଜନା ଏବଂ ଆମ ହସ୍ପିଟାଲ ଯୋଜନା/ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ମମତା ଯୋଜନା/ଡ଼ି,ପି ଏମ ,ଓ ଏଲ ଏମଙ୍କ କାର୍ଯ୍ୟାଳୟ ତରଫରୁ ମିଶନ ଶକ୍ତି ଉପରେ , /ସାମାଜିକ ସୁରକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ତରଫରୁ ମଧୁବାବୁ ପେନସନ ଯୋଜନା , ବିଧବା ପେନସନ, ବିକଳାଙ୍ଗ ପେନସନ ଯୋଜନା ଏବଂ 30 ବର୍ଷ ପର୍ଯ୍ୟନ୍ତ ଅବିବାହିତ ଝିଅ ଙ୍କ ପାଇଁ ସରକାର ଙ୍କ ଯୋଜନା ଇତ୍ୟାଦି ଉପରେ ବିସ୍ତୃତ ଭାବେ
ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଉଦ୍ଦେଶ୍ୟ ଓ ସଚେତନତା ସମ୍ପର୍କରେ ବିଭିନ୍ନ ଉଦାହରଣ ପ୍ରଦାନ କରିଥିଲେ।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୋତ୍ସାମୟୀ ଆଚାର୍ଯ୍ୟ ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଭୁବନେଶ୍ୱର ଜିତେନ୍ଦ୍ରିୟ ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।

ଯୋଜନା,ମିଶନ ଶକ୍ତିର ଡିପିସି ମହିଳା ମାନଙ୍କ ସାମାଜିକ ଓ ଆର୍ଥିକ ସଶକ୍ତିକରଣ ଏବଂ ଜିଲ୍ଲା ସୂଚନା,ଶିକ୍ଷା ଓ ଯୋଗାଯୋଗ ବା ଆଇ ଇ ସି ମାଧ୍ୟମରେ ସରକାରଙ୍କ ର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା କୁ ଲୋକ ମାନଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟ ରେ ଏହି ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିରରେ ସମସ୍ତ ବ୍ଲକର ସିଡିପିଓ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ଓ ବରିଷ୍ଠ କଳାକାର ମାନେ ଯୋଗ ଦେଇଥିଲେ।

ଏହି ପ୍ରଶିକ୍ଷଣ ଶିବିର ପରେ ବ୍ଲକ ସ୍ତରରେ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଥିବା ଲୋକକଳା ଦଳ ମାନଙ୍କୁ ପ୍ରଶିକ୍ଷିତ କରାଯିବା ସହ କଳାର ବିକାଶ କରାଯାଇ କଳାକାର ମାନଙ୍କୁ ପ୍ରୋତ୍ସାହିତ କରାଯୀବ ବୋଲି ସଂସ୍କୃତି ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ଲୋକକଳା ମାଧ୍ୟମରେ ଜନ ସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଚଳିତ ମାସ ୧୫ ତାରିଖରୁ ସମସ୍ତ ଗ୍ରାମ ପଞ୍ଚାୟାତରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏଥିନିମନ୍ତେ ସମସ୍ତ ଆର୍ଥିକ ସହଯୋଗ ପ୍ରଦାନ କରାଯାଉଥିବା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆନୁଷଙ୍ଗିକ ସହଯୋଗ ପ୍ରଦାନ କରାଯିବ।