Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଖୋର୍ଦ୍ଧା: ବାତ ଜ୍ଵର ନିରାକରଣ ଅଭିଯାନ, ୧୦ ଦିନ ଧରି ଚାଲିବ ଔଷଧ ସେବନ କାର୍ଯ୍ୟକ୍ରମ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଆଜି ଫାଇଲେରିଆ ଅଭିଯାନ ସଚେତନତା ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ବୈଠକ ଏଡିଏମ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ଆର୍ତ୍ତବନ୍ଧୁ ନାୟକ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ) ଜୀବନ୍ତ କୁମାର ଆଚାର୍ଜୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ତରାଇ, ଜିଲ୍ଲା ମଙ୍ଗଳ ଅଧିକାରୀ ମନୋଜ କୁମାର ନାୟକ, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣି ସୁଷମା ମହାନ୍ତି ଏବଂ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଫେବୃୟାରୀ ୧୦ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସାର୍ବଜନୀନ ବାତ ଜ୍ଵର ଔଷଧ ସେବନ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପାଖାପାଖି ୭୮୯୩ ଆଶାକର୍ମୀ, ଅଙ୍ଗନବାଡି କର୍ମୀ ଓ ସ୍ଵେଚ୍ଛାସେବୀଙ୍କ ଦ୍ଵାରା ଜିଲ୍ଲାରେ ସମସ୍ତ ଜନ ସାଧାରଣଙ୍କୁ ଘର ଘର ବୁଲି ଡ଼ିଇସି ଓ ଆଲବେନଜୋଲ ବଟିକା ଖୁଆ ଯିବାର ଲକ୍ଷ୍ୟ ରଖାଯାଇଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଭବାନୀପାଟଣା ଠାରେ ଚଳିତ ଛତରଯାତ୍ରା ପର୍ବରେ ପଶୁ ବଳିକୁ ନିରୁତ୍ସାହିତ ନିମନ୍ତେ ସଚେତନତା ବୈଠକ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଭବାନୀପାଟଣା ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଚଳିତ ଛତର ଯାତ୍ରାରେ ପଶୁବଳି କୁ ନିରୁତ୍ସାହିତ କରିବା ତଥା ଏ ଦିଗରେ ସଚେତନତା ସୃଷ୍ଟି ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଶୁମାନଙ୍କ ପ୍ରତି ନିଷ୍ଠୁରତା,ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ରାୟ, କୋମଳମତି ଶିଶୁ ମାନଙ୍କ ଉପରେ ପ୍ରଭାବ, ନିର୍ଦ୍ଦୟତା ପ୍ରତି ସମ୍ବେଦନଶୀଳର ହ୍ରାସକୁ ଆଖି ଆଗରେ ରଖି ପଶୁବଳି କୁ ନିରୁତ୍ସାହିତ କରିବା ଉଦ୍ଧେଶ୍ୟରେ ଉପସ୍ଥିତ ସମସ୍ତଙ୍କ ମତ ପ୍ରକାଶ ପାଇଁ ଜିଲ୍ଲାପାଳ ଆଗ୍ରହ ପ୍ରକାଶ କରିଥିଲେ।

ସଭାରେ ବରିଷ୍ଠ ଆଇନଜୀବୀ ଜଗନ୍ନାଥ ମୁଣ୍ଡ, ସମାଜ ସେବୀ ଉତ୍ସବ ସାହୁ, ଓକିଲ ସଂଘ ସଭାପତି ସୁବ୍ରତ ବହିଦାର ତଥା ସାମନ୍ତ ଖମାରୀ ନିଜ ମତ ପ୍ରକାଶ କରି ମା ମାଣିକେଶ୍ଵରୀ ଙ୍କ ଛତର ଯାତ୍ରା ସମୟରେ ମାଙ୍କ ଉଦ୍ଦେଶ୍ୟରେ ପଶୁବଳି ଦେବା ଭକ୍ତ ମାନଙ୍କରେ ସଦିଚ୍ଛା,ମାନସିକ ପୂରଣ ଓ ଭକ୍ତିଭାବ କାହିଁ ବହୁ ବର୍ଷରୁ ଚଳିଆସୁଅଛି ଏବଂ ଏହା କଳାହାଣ୍ଡି ଜନମାନସର ଭାବାବେଗ ସହିତ ଜଡ଼ିତ। ପଶୁବଳି ଦ୍ଵାରା କୋମଳମତି ଶିଶୁ ଓ ସମ୍ବେଦନଶୀଳ ବ୍ୟକ୍ତି ବିଶେଷଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଉଥିବାରୁ ପଶୁବଳିକୁ ନିରୁତ୍ସାହିତ କରିବା ନିମନ୍ତେ ଭକ୍ତ ମନରେ ଏକ ସଚେତନତା ବାର୍ତ୍ତା ଦେବା ପାଇଁ ଗାଁ ଗାଁ ରେ ହୋର୍ଡିଁ, ଲିଫ୍ଲେଟ, ମାଇକ ଦ୍ୱାରା ଘୋଷଣା କଲେ ଧୀରେ ଧୀରେ ଏହା ହ୍ରାସ ପାଇବ ବୋଲି ପ୍ରକାଶ କରିଥିଲେ।

ସର୍ବ ସମ୍ମତିକ୍ରମେ ସଭାରେ ମାଙ୍କ ଛତର ଯାତ୍ରା ସମୟରେ ପ୍ରବଳ ଜନଗହଲିକୁ ଦୃଷ୍ଟିରେ ରଖି କୌଣସି ବ୍ୟକ୍ତି କୌଣସି ଧାରୁଆ ଅସ୍ତ୍ରଶସ୍ତ୍ର ଧରିବା ଏକ ଅପରାଧ ଭାବେ ଗଣାଯିବ ଏବଂ ସେଭଳି ସାଂସ୍କୃତିକ ଦଳରେ ଧାରୁଆ ଅସ୍ତ୍ର ଧରିବା ସଂପୂର୍ଣ୍ଣ ବାରଣ କରାଯାଇଛି। ଜେନାଖାଲ ଠାରୁ ମାଆ ମାଣିକେଶ୍ଵରୀ ମନ୍ଦିର ପର୍ଯ୍ୟନ୍ତ ସମସ୍ତ ଭକ୍ତମାନଙ୍କ ଦର୍ଶନ ପାଇବାର ଅଧିକାର ରହିଛି, ଏଣୁ ପଶୁବଳିକୁ ନିରୁତ୍ସାହିତ କରିବାକୁ ସହରବାସୀଙ୍କୁ ଅନୁରୋଧ କରାଗଲା ବୋଲି ସମସ୍ତେ ମତ ପ୍ରକାଶ କଲେ। ଛତର ଯାତ୍ରା ସମୟରେ ମୁଖ୍ୟରାସ୍ତାକୁ ପରିଷ୍କାର, ପରିଚ୍ଛନ୍ନ ସହ ଆବର୍ଜନା ମୁକ୍ତ କରିବାକୁ ସମସ୍ତେ ଚେଷ୍ଟା କରିବାକୁ ନିବେଦନ କରାଗଲା।

ସଚେତନତା ପାଇଁ ପୌରପରିଷଦ ଦ୍ଵାରା ମାଇକ ଘୋଷଣା, ହୋର୍ଡିଂ ଓ ଲିଫ୍ଲେଟ୍ ବଣ୍ଟନ କରାଯିବ ବୈଠକରେ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ସୁଶାନ୍ତ କୁମାର ପଟେଲ, ପୌରପରିଷଦ ଅଧ୍ୟକ୍ଷ ସଂଯୁକ୍ତା ବେହେରା, ଉପ ଜିଲ୍ଲାପାଳ ଡ଼ ବିଶ୍ୱଜିତ୍ ଦାସ, ତହସିଲଦାର ଉପେନ୍ଦ୍ର ଲୁହା, ଡି ଆଈ ପି ଆର୍ ଓ ମନୋଜ ବେହେରା, ଡି ଏସ ଡବ୍ଲୁ ଓ ଜ୍ୟୋତ୍ସ୍ନାରାଣୀ ପାତ୍ର, ଆଇ ଆଇ ସି ଟାଉନ ଥାନା ପ୍ରଦୀପ ଧାରୁଆ, ଆର୍ ଆଇ ଅଫ ପୋଲିସ ଏ ବିଘ୍ନେଶ୍ୱର ରାଓ, ଅଶୋକ ନେଗୀ, ଶଶି ଚୌଧୁରୀ, ଅଭୟ ନାୟକ, ଜିଲ୍ଲାପାଳଙ୍କ ବିଚାର ଶାଖାର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ!