Categories
ଆଜିର ଖବର ରାଜ୍ୟ ଖବର

ଆସିଲା ନୂଆବର୍ଷ, ଭୁବନେଶ୍ବରରେ ବଣଭୋଜି କରିବା ପାଇଁ ଜଙ୍ଗଲ ବିଭାଗ ଦେଲା ଅନୁମତି

ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜଧାନୀରେ ବଣଭୋଜି ପାଇଁ ଅନୁମତି ମିଳିବ। ସେହିପରି ସବୁଜ ପର୍ଯ୍ୟଟନ ଭ୍ରମଣ ପାଇଁ ମଧ୍ୟ ଅନୁମତି ମିଳିବ ବୋଲି ଜଣାପଡିଛି। କରୋନା ଯୋଗୁଁ ଏସବୁ ବଣଭୋଜୀ ବାରଣ କରାଯାଇଥିଲା। ବର୍ତ୍ତମାନ କରୋନା କଟକଣା ଭିତରେ ଏସବୁ ଭୋଜି କରିବା ପାଇଁ ଅନୁମତି ପ୍ରଦାନ କରାଯିବ। ଯଦି କେହି ଏକ କଟକଣା ନ ମାନିବେ ତେବେ ସେମାନଙ୍କ ଭୋଜିକୁ ଅଧାରୁ ବନ୍ଦ କରିଦିଆଯିବ ବୋଲି କୁହାଯାଇଛି।

ମୁଖ୍ୟତଃ ଭୁବନେଶ୍ବରର ନନ୍ଦନକାନନର ବଟନିକାଲ ଗାର୍ଡନ ଏବଂ ଖଣ୍ଡଗିରି ନିକଟରେ ଥିବା ଜୟଦେବ ବାଟିକାରେ ଏହି ବଣଭୋଜୀ ପାଇଁ ଅନୁମତି ରହିଛି। ଯେଉଁମାନେ ଏହି ସ୍ଥାନରେ ବଣଭୋଜୀ କରିବେ ସେମାନେ ପିଣ୍ଢି ବୁକିଂ ଅନଲାଇନରେ କରିପାରିବେ। ବର୍ତ୍ତମାନ ନୂଆବର୍ଷ ଆସୁଥିବାରୁ ପୁରୁଣା ବର୍ଷକୁ ବିଦାୟ ଦେବା ପାଇଁ ଲୋକମାନେ ବଣଭୋଜୀ କରିଥାନ୍ତି। ତାହାକୁ ଦୃଷ୍ଟିରେ ରଖି ଜଙ୍ଗଲ ବିଭାଗ ତରଫରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।