Categories
ଆଜିର ଖବର ରାଜ୍ୟ ଖବର

ବାତ୍ୟା ଅସାନି ଅପଡେଟ: ଓଡିଶାରେ ଆଉ ପଡିବନି ପ୍ରଭାବ, କିନ୍ତୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ଵର: ବାତ୍ୟାକୁ ନେଇ ଆଜି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅପଡେଟ ପ୍ରଦାନ କରାଯାଇଛି। ଓଡିଶାରେ ଆଉ ବାତ୍ୟା ‘ଅସାନି’ର କୌଣସି ପ୍ରଭାବ ପଡିବ ନାହିଁ। ଆଜି ସକାଳେ ବାତ୍ୟା ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। କିନ୍ତୁ ମତ୍ସ୍ୟଜୀବୀମାନଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ସେମାନଙ୍କୁ ଏବେ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି। ରାଜ୍ୟର ସମସ୍ତ ବନ୍ଦରଗୁଡିକରୁ ବିପଦ ସଂକେତ ପ୍ରତ୍ୟାହାର କରାଯାଇଛି। ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ଯଦିବା ଆଜି ଉପକୂଳ ଓ ଦକ୍ଷିଣ ଓଡିଶାରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ହେବ, ହେଲେ ଏହା ବାତ୍ୟାର ପ୍ରଭାବ ନୁହେଁ ବୋଲି ଶ୍ରୀ ଦାସ କହିଛନ୍ତି।