Categories
ଆଜିର ଖବର

ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ନୂଆ ପ୍ରୟାସ: ରିଲିଜ ହେଲା ନୂଆ ସମ୍ବଲପୁରୀ ଚଳଚ୍ଚିତ୍ର “ଲାରେଲାପା”

ଭୁବନେଶ୍ଵର: ଓଡ଼ିଶାର ଅଗ୍ରଣୀ ଓଟିଟି ପ୍ଲାଟଫର୍ମ ‘କଞ୍ଚା ଲଙ୍କା’ ପାରମ୍ପରିକ ସିନେମା ହଲ୍ ରୁ ଆଉ ପାଦେ ଆଗେଇ ନିଜର ନୂଆ ଟି.ଭି.ଓ.ଡି. ସର୍ଭିସ୍ ‘କଞ୍ଚା ଲଙ୍କା ସିନେମା ହଲ୍’ କୁ ସିନେମା ଦୁନିଆରେ ଉପସ୍ଥାପନ କରିଛି।

କଞ୍ଚା ଲଙ୍କା ସିନେମା ହଲ୍’ ରେ ଏବେ ରିଲିଜ ହେଇସାରିଛି ନୂଆ ସମ୍ବଲପୁରୀ ଚଳଚ୍ଚିତ୍ର “ଲାରେଲାପା”। ଯଦୁମଣୀ ନାୟକଙ୍କ ଦ୍ୱାରା ନିର୍ମିତ ଓ ନିର୍ଦ୍ଦେଶିତ ‘ଲାରେଲାପା’
ଦିନେ ଗୋଟେ ପାର୍କରେ ଜଣେ ସ୍କୁଲ ପିଲା ହଜିଯାଇଥିବା ଲରେଲାପାକୁ ଖୋଜିବାରେ ବିଫଳ ହେଇ ରାତିରେ ସେହି ପାର୍କରେ ଶୋଇଥାଏ। ସେଦିନ ରାତିରେ ପାଟ୍ରୋଲିଂ କରୁଥିବା ପୋଲିସ ତାଙ୍କୁ ଭେଟି ତାଙ୍କ ଘରେ ଛାଡିଦେବାକୁ କହିଥିଲେ, କିନ୍ତୁ ସେ ପିଲା ତାଙ୍କ ପିତାମାତାଙ୍କ ନିକଟକୁ ଯିବାକୁ ମନା କରିଦେଇଥିଲେ। ହେଲେ କ’ଣ ପାଇଁ ସେ ଛୋଟ ପିଲା ତାଙ୍କ ପିତାମାତାଙ୍କ ପାଖକୁ ଯିବା ପାଇଁ ମନା କରୁଛି? ତାହାହିଁ ହଉଛି ଆମ କାହାଣୀ

କେବଳ ଓଡ଼ିଶାରୁ ନୁହେଁ ଦେଶ ବିଦେଶରୁ ଦର୍ଶକ କଞ୍ଚା ଲଙ୍କାରେ ଶୋ ବୁକ୍ କରି ଓଡ଼ିଆ ସିନେମା ଦେଖିପାରିବେ। କଞ୍ଚା ଲଙ୍କା ସିନେମା ହଲ୍ ମାଧ୍ୟମରେ ଏହି ଚଳଚ୍ଚିତ୍ର ବହୁ ଦର୍ଶକଙ୍କ ପାଖରେ ପହଁଚିପାରିବ ତଥା ଏହା ଏକ ସଫଳ ବ୍ଯବସାୟିକ ଚଳଚ୍ଚିତ୍ର ହେବ ବୋଲି ପ୍ରଯୋଜକ ଓ ନିର୍ଦ୍ଦେଶକ ଯଦୁମଣୀ ନାୟକ ଆଶା ପ୍ରକଟ କରିଛନ୍ତି ଏବଂ କଞ୍ଚା ଲଙ୍କା ଓଟିଟି ପ୍ଲାଟଫର୍ମ କୁ ଧନ୍ୟବାଦ ଦେଇଛନ୍ତି।

ଏହା ଉପରେ ଅଧିକ ସୂଚନା ଦେଇ ଲାରେଲାପା ନିର୍ଦ୍ଦେଶକ ଯଦୁମଣୀ ନାୟକ କହିଛନ୍ତି ଯେ, ‘ଓଡିଶାରେ ଏହି ମହତ୍ତ୍ୱପୂର୍ଣ୍ଣ ଡିଜିଟାଲ୍ ମିଶନ୍ ରେ ଅଂଶ ଗ୍ରହଣ କରି ମୁଁ ବହୁତ ଖୁସି। ମୁଁ ଆଶା କରୁଛି ଯେ ଅଧିକରୁ ଅଧିକ ଚଳଚ୍ଚିତ୍ର ନିର୍ମାତା ଏହି ମିଶନରେ ଯୋଗଦେବେ ଯାହା କେବଳ ଓଡିଶାର ସିନେମା ହଲ୍ ଅଭାବର ସମସ୍ୟାର ସମାଧାନ ପାଇଁ ଏକ ନିର୍ଦ୍ଦିଷ୍ଟ ପଦକ୍ଷେପ ନୁହେଁ ବରଂ ଆମକୁ ଓଡ଼ିଆ ସଂସ୍କୃତିକୁ ଚଳଚ୍ଚିତ୍ର ମାଧ୍ୟମରେ ଦେଶ ବିଦେଶରେ ପହଞ୍ଚାଇବାରେ ସାହାଯ୍ୟ କରିବ’।

‘କଞ୍ଚା ଲଙ୍କା’ ସିନେମା ହଲ୍ ୱେବସାଇଟ୍, ମୋବାଇଲ୍ ଆପ୍ (ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍), ଆଣ୍ଡ୍ରଏଡ୍ ଟିଭି, ଫାୟାର ଟିଭି, ଆପଲ୍ ଟିଭି ସହ ଭାରତ ଏବଂ ଅନ୍ୟାନ୍ୟ ୧୬ଟି ଦେଶରେ ଉପଲବ୍ଧ। ଆପ୍ ଭିତରେ ବିଜ୍ଞପ୍ତି (ପ୍ରାୟ ୧୦ ଲକ୍ଷ ଆପ୍ ଇନଷ୍ଟଲ୍), ୟୁ ଟ୍ୟୁବ୍ ପୋଷ୍ଟ (୧ ଲକ୍ଷରୁ ଉର୍ଦ୍ଧ୍ବ ସବସ୍କ୍ରାଇବର୍), ଫେସ୍ ବୁକ୍ ପୋଷ୍ଟ (ପ୍ରାୟ ୫୦ ହଜାର ଫଲୋଅର), ଟ୍ୱିଟର୍, ଇନଷ୍ଟାଗ୍ରାମ୍ ଏବଂ ଅନ୍ୟାନ୍ୟ ମାଧ୍ୟମରେ ‘କଞ୍ଚା ଲଙ୍କା’ ଫିଲ୍ମକୁ ମାର୍କେଟିଂ ସହାୟତା ପ୍ରଦାନ କରିବ। ଫିଲ୍ମ ନିର୍ମାତାମାନେ ମଧ୍ୟ ମାର୍କେଟିଂ କରିବେ ଯାହା ଦ୍ବାରା ଅଧିକରୁ ଅଧିକ ଗ୍ରାହକ ଟି.ଭି.ଓ.ଡ଼ି. ବିଷୟରେ ଜାଣିପାରିବେ।