Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିମଳ ସଚେତନତା କାର୍ଯ୍ୟକ୍ରମ

ବାଣପୁର (ସୀତାରାମ ଅଗ୍ରୱାଲ): ସମ୍ୱନ୍ୱିତ ଯୁବ ବିକାଶ ଯୋଜନା ମାଧ୍ୟମରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା କଲେଜ ପରିସରରେ ଏକ ପରିମଳ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀ ମାନେ କଲେଜ ମୁଖ୍ୟ ଫାଟକରୁ ପରିମଳ ସଂକ୍ରାନ୍ତିୟ ବିଭିନ୍ନ ପ୍ରକାର ସ୍ଲୋଗାନ ପ୍ରଦାନ କରି ବେଙ୍ଗରାଜ ପଲି ଗ୍ରାମରେ ପହଂଚିଥିଲେ।

ଉକ୍ତ ଗ୍ରାମର ଛୋଟ ପିଲା, ଗ୍ରାମର ସ୍ତ୍ରୀ ପୁରୁଷ, ଯୁବକ ଯୁବତୀ ମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ କରିଥିଲେ। ସେମାନଙ୍କୁ ସଚେତନ ନିମନ୍ତେ ବିଭିନ୍ନ ପ୍ରକାର ନାଚ ଓ ଗୀତ ମାଧ୍ୟମରେ ସଚେତନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତା ଉଦଘାଟନ କରିଥିବା ବେଳେ ଅଧ୍ୟାପକ ଆଦିତ୍ୟ ସାରଥୀ ବେହେରା, ସ୍ଵାଗତିକା ସାହୁ, ଗୋଲଖ ବେହେରା ଛାତ୍ରଛାତ୍ରୀ ମାନଙ୍କୁ ଉତତ୍ସାହିତ କରିଥିଲେ।

ଅଧକ୍ଷ ଶ୍ରୀଯୁକ୍ତ ହୋତା ଗ୍ରାମର ପିଲା ମାନଙ୍କୁ ପରିମଳ ସମ୍ବଦ୍ଧିୟ ଆବଶ୍ୟକୀୟ ଉପକରଣ ବଣ୍ଟନ କରିବା ସହ ଶିକ୍ଷା,ସ୍ଵାସ୍ତ୍ୟର ସଚେତନତା ପାଇଁ ପ୍ରେରଣା ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପୂର୍ବତନ କ୍ରୀଡା ଶିକ୍ଷକ ବୈରାଗୀ ବଳ,ପୂର୍ବତନ ପ୍ରାଣୀ ବିଜ୍ଞାନ ଡେମନ ଷ୍ଟ୍ରେଟର ଜୟନ୍ତୀ ଲାଲ ଚୌହାନ,ସମାଜ ସେବୀ ରବୀନ୍ଦ୍ର ପାଲ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ।