Categories
ଆଜିର ଖବର ରାଜ୍ୟ ଖବର

ଦୁଇ ବିଧାୟକଙ୍କୁ ମିଲିଲା ନୂଆ ଦାୟିତ୍ବ, ଜଣେ ସରକାରୀ ଦଳ ମୁଖ୍ୟ ସଚେତକ, ଆଉ ଜଣେ ଉପମୁଖ୍ୟ

ଭୁବନେଶ୍ବର: ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ହେଲେ ସରକାରୀ ମୁଖ୍ୟ ସଚତେକ। ଆଜି ମନ୍ତ୍ରୀ ମଣ୍ଡଳ ଶପଥ ପରେ ଏହି ଘୋଷଣା କରାଯାଇଛି। ସେହିପରି ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ମିଳିଛି ଉପ ମୁଖ୍ୟ ସଚେତକ। ଏ ନେଇ ଆଜି ସଂସଦୀୟ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ଦୁଇ ପଦବୀରେ ମୁଖ୍ୟ ସଚେତକ ଭାବେ ପ୍ରମିଳା ମଲ୍ଲିକ ଏବଂ ଉପମୁଖ୍ୟ ସଚେତକ ଭାବେ ରୋହିତ ପୂଜାରୀ ଥିଲେ। ହେଲେ ସେମାନେ ମନ୍ତ୍ରୀ ଭାବେ ଶପଥ ନେବା ପରେ ଏହି ଦୁଇ ପଦବୀ ଖାଲି ପଡିଥିଲା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ଜଣଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି।