Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ପୁଣି ପାକିସ୍ତାନରେ ବିସ୍ଫୋରଣ: ବନ୍ଦ ହେଲା କ୍ରିକେଟ ମ୍ୟାଚ

ନୂଆଦିଲ୍ଲୀ: ପାକିସ୍ତାନର କ୍ୱେଟାରେ ବାବର ଆଜାମ ଏବଂ ସରଫରାଜ ଅହମ୍ମଦଙ୍କ ଦଳ ମଧ୍ୟରେ ପାକିସ୍ତାନ ସୁପର ଲିଗର ଏକ ପ୍ରଦର୍ଶନୀ ମ୍ୟାଚ୍ ହଠାତ୍ ମଝିରେ ବନ୍ଦ କରାଯାଇଛି। କ୍ୱେଟାରେ ବୋମା ବିସ୍ଫୋରଣ ପରେ ଏହା କରାଯାଇଛି। ସହରର ମୁସା ଚୌକ୍ ଠାରେ ଏହି ବିସ୍ଫୋରଣ ଘଟିଛି। ଏଥିରେ ଅନେକ ଲୋକ ଆହତ ହେବାର ଖବର ରହିଛି। ସୂଚନା ଅନୁଯାୟୀ, ବିସ୍ଫୋରଣ ପରେ ବାବର ଆଜାମଙ୍କ ଦଳ ପେଶୱାର ଜାଲମି ଏବଂ କ୍ୱେଟା ଗ୍ଲାଡିଏଟର୍ସ ମଧ୍ୟରେ କ୍ୱେଟା ଷ୍ଟାଡିୟମରେ ଚାଲିଥିବା ମ୍ୟାଚ ୩୦ ମିନିଟ ପାଇଁ ସତର୍କତାମୂଳକ ପଦକ୍ଷେପ ଭାବରେ ବନ୍ଦ ହୋଇଯାଇଥିଲା।

ଏହା ବ୍ୟତୀତ ଷ୍ଟାଡିୟମରେ ଲୋକଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ହୋଇଥିଲା। ଏଠାରେ ପଥର ଫିଙ୍ଗିବା ଆରମ୍ଭ ହେବା ପରେ ଖେଳାଳିମାନଙ୍କୁ ଷ୍ଟାଡିୟମରୁ ସୁରକ୍ଷିତ ଭାବେ ବାହାରକୁ ନିଆଯାଇଥିଲା। ଏହି ବିସ୍ଫୋରଣ ପୋଲିସ ଲାଇନ୍ସ ଅଞ୍ଚଳରେ ଘଟିଥିଲା ​​ଯେଉଁଥିରେ ୫ ଜଣ ଆହତ ହୋଇଥିଲେ।

ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଏହି ବିସ୍ପୋରଣରେ ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ନିଜକୁ ଦାୟୀ କରିଛି। ଟିଟିପି ଏକ ବିବୃତ୍ତିରେ କହିଛି ଯେ, ସୁରକ୍ଷା ଅଧିକାରୀଙ୍କୁ ଟାର୍ଗେଟ କରାଯାଇଛି।