Categories
ଆଜିର ଖବର ରାଜ୍ୟ ଖବର

ଏନସିସି ପକ୍ଷରୁ ଚିଲିକାରେ ଆରମ୍ଭ ହେଲା ସର୍ବଭାରତୀୟ ନୌଚାଳନା ପ୍ରତିଯୋଗୀତା

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକାରେ ଆରମ୍ଭ ହୋଇଯାଇଛି ସର୍ବଭାରତୀୟ ନୌଚାଳନା ପ୍ରତିଯୋଗିତା।  ଏନସିସି ନିର୍ଦ୍ଦେଶାଳୟ, ଓଡ଼ିଶା ଶାଖା ପକ୍ଷରୁ ଉକ୍ତ ପ୍ରତିଯୋଗିତା ଆୟୋଜନ କରାଯାଇଛି।  ଗତ ବୁଧବାର ସଂଧ୍ୟାରେ ଅନୁଷ୍ଠାନିକ ଭାବେ ଏହାର ଉଦଘାଟନ ହୋଇଥିବାବେଳେ ଆସନ୍ତା ୨୪ ତାରିଖରେ ଏହା ସମାରୋପ ହେବ।

ଚିଲିକା ହ୍ରଦ ସ୍ଥିତ ଭାରତୀୟ ନୌଚାଳନା ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟରେ ଉକ୍ତ ପ୍ରତିଯୋଗିତା ଜାରି ରହିଛି। ସର୍ବାଭାରତରେ ଥିବା ଏନସିସିର ୧୭ ଗୋଟି ନିର୍ଦ୍ଦେଶାଳୟ ମଧ୍ୟରୁ ସମୁଦାୟ ୧୦୨ ଜଣ ଏନସିସି କ୍ୟାଡେଟ ଉକ୍ତ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ଯେଉଁଥିରେ ୫୧ ଜଣ ବାଳିକା ଏବଂ ୫୧ ଜଣ ବାଳକ ସାମିଲ ଅଛନ୍ତି।

ତେବେ ନୌଚାଳନା ସମେତ ଅନ୍ୟାନ୍ୟ ବିଭାଗରେ ମଧ୍ୟ କ୍ୟାଡେଟ ମାନଙ୍କ ପ୍ରତିଯୋଗିତା ଅନୁଷ୍ଠିତ ହେବ। ତେବେ ଉକ୍ତ ସର୍ବଭାରତୀୟ ପ୍ରତିଯୋଗିତାରେ ଓଡ଼ିଶା ଏନସିସି ର ସମସ୍ତ କ୍ୟାଡେଟ ମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ବାଣପୁର ବ୍ଲକ ବୋରିଗାଁର ଜାତୀୟ ସ୍ତରର ଖେଳାଳି ତଥା ପ୍ରଶିକ୍ଷକ ରଞ୍ଜିତ ରାଉତରାୟ। ଉକ୍ତ ଶିବିରକୁ କଲୋନେଲ ଅମିତାଭ ରୟ ଏବଂ ଲିଉଟନାଣ୍ଟ ସିଡ଼ିଆର ଭି. ରବି ଜଦୁ ଆଦି ପରିଚାଳନା କରୁଛନ୍ତି।