Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡି ଛାଡି ବିଜେପିରେ ସାମିଲ ହେବା ପରେ କଣ ଭର୍ତ୍ତୁହରି ଓ ସିଦ୍ଧାନ୍ତ ନିଜର ପତିୟାରା ଦେଖାଇପାରିବେ ?

ଭୁବନେଶ୍ବର: ନିର୍ବାଚନ ପାଖେଇଲେ ଦଳବଦଳ ହେବା ଏକ ଚିରାଚରିତ ପ୍ରଥା ହୋଇ ସାରିଲାଣି। ଏବେ ନିର୍ବାଚନ ପାଖେଇ ଆସୁଥିବାରୁ ଏହି ଦଳ ବଦଳ ପକ୍ରିୟା ଜୋରଦାର ଚାଲିଛି। ତେବେ ସବୁଠାରୁ ଚର୍ଚ୍ଚାର ପରିସରକୁ ଯାହା ଆସିଛି ତାହା ହେଲା ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ନେତାଙ୍କ ଭାଗ୍ୟ।

ଗତକାଲି ବିଜେଡି ଛାଡି ବିଜେପିରେ ଯୋଗଦେଇଛନ୍ତି ସାଂସଦ ଭର୍ତ୍ତୁହରି ମହତାବ ଏବଂ ସିଦ୍ଧାନ୍ତ ମହାପାତ୍ର। ତା ପୂର୍ବରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବିଧାୟକ ଅରବିନ୍ଦ ଢାଲି ଏବଂ ଦେବାଶିଷ ନାୟକ ପ୍ରମୁଖ ବିଜେପିରେ ଯୋଗଦେଇଛନ୍ତି। ସିଦ୍ଧାନ୍ତ ମହାପାତ୍ର ବିଜେଡି ବ୍ରାଣ୍ଡରେ ଦୁଇଥର ଏବଂ ଭର୍ତ୍ତୁହରି ମହତାବ ସେହି ବିଜେଡି ବ୍ରାଣ୍ଡରେ ଛଅ ଥର ସାଂସଦ ହୋଇଛନ୍ତି।

ତେବେ ଗତ 2019 ନିର୍ବାଚନ ପୂର୍ବରୁ ମଧ୍ୟ ଏହିପରି ଘଟଣା ପରିଲକ୍ଷିତ ହୋଇଥିଲା। ସେତେବେଳେ ବିଜେଡିର ଦୁଇ ଟାଣୁଆ ନେତା ରଘୁନାଥ ମହାନ୍ତି ଓ ଦାମୋଦର ରାଉତ ବିଜେପିରେ ସାମିଲ ହୋଇଥିଲେ। ସମୟ ଚକ୍ରରେ ଉଭୟଙ୍କୁ ମଧ୍ୟ ବିଜେଡି ଦଳରୁ ବହିସ୍କାର କରିଥିଲା। ଆଉ ଉଭୟ ସେତେବେଳେ ବିଜେପିରେ ସାମିଲ ହୋଇଥିଲେ।

ଦାମୋଦର ରାଉତଙ୍କୁ ବିଜେପି ଦଳର ପ୍ରଚାର କମିଟର ଅଧ୍ୟକ୍ଷ କରିଥିଲା। ସେତିକି ନୁହେଁ ନିର୍ବାଚନରେ ଲଢେଇ କରିବା ପାଇଁ ବାଲିକୂଦା ଏରସମାରୁ ବିଜେପି ଟିକେଟ ମଧ୍ୟ ଦେଇଥିଲା। ହେଲେ ଦାମୋଦର ଜିତିବା ଦୂରେ ଥାଉ ସେ ତୃତୀୟ ସ୍ଥାନକୁ ଖସି ଆସିଥିଲେ। ସେଠାରେ ରଘୁନନ୍ଦନ ଦାସ ଜିତିଥିବା ବେଳେ ଦ୍ବିତୀୟରେ ଥିଲେ କଂଗ୍ରେସ ପ୍ରାର୍ଥୀ।

ନିଜର ପତିୟାରା ଏବଂ ସାତଥର ବିଧାୟକ ସହ ବହୁବାର ମନ୍ତ୍ରୀ ଥାଇ ମଧ୍ୟ ବିଜେଡି ଛାଡିବା ପରେ ତାଙ୍କର ସ୍ଥିତି ସାଂଘାତିକ ହୋଇଗଲା। ଅନ୍ୟପଟେ ହାରିବା ପରେ ବିଜେପି ତାଙ୍କୁ କଣଠୋସା କରିଦେଲା। ପରିସ୍ଥିତି ଏପରି ହେଲା ଯେ, ସେ ପରବର୍ତ୍ତି ସମୟରେ ବିଜେପିରୁ ଇସ୍ତଫା ମଧ୍ୟ ଦେବାକୁ ବାଧ୍ୟ ହୋଇଥିଲେ। ତେବେ ବିଜେଡି ଦାମୋଦରଙ୍କ ମୃତ୍ୟୁ ପୂର୍ବରୁ ନିଲମ୍ବନ ହଟାଇ ଦେଇଥିଲା।

ସେହିପରି ରଘୁନାଥ ମହାନ୍ତିଙ୍କ ଏକଦା ବିଜେଡିରେ ଥିଲେ ଅନ୍ୟତମ ପତିୟାରା ଥିବା ନେତା। ଏକାଥରେ ସେ ଥିଲେ ବହୁ ବିଭାଗର ମନ୍ତ୍ରୀ। ତାଙ୍କ ଉପରେ ନବୀନଙ୍କ ଭରସା ବେଶ ଭଲଥିଲା। ହେଲେ ପୁଅ ବୋହୂଙ୍କ ବିବାଦ ନେଇ ଛନ୍ଦି ହୋଇଗଲେ ରଘୁନାଥ। ଶେଷରେ ଜେଲ ଯିବାକୁ ମଧ୍ୟ ପଡିଲା। ରଘୁଙ୍କୁ ବିଜେଡି ବହିସ୍କାର କଲା। ସେ ମଧ୍ୟ ପରବର୍ତ୍ତି ସମୟରେ ବିଜେପିରେ ସାମିଲ ହୋଇ ବସ୍ତାରୁ ଗତ ନିର୍ବାଚନରେ ଲଢେଇ କରିଥିଲେ। ତାଙ୍କ ଅବସ୍ଥା ମଧ୍ୟ ସେଇଆ। ଜିତିବା ଦୂରେ ଥାଉ ତୃତୀୟ ସ୍ଥାନକୁ ଖସି ଆସିଥିଲେ ରଘୁନାଥ।

ଉଭୟ ନେତାଙ୍କର ତାଙ୍କ ନିର୍ବାଚନ ମଣ୍ଡଳିରେ ରହିଥିଲା ବେଶ ଦବଦବା। ହେଲେ ସେମାନଙ୍କୁ ଯେଉଁଦିନ ବିଜେଡି ଦୂରେଇ ଦେଲା, ସେହିଦିନ ଲୋକସବୁ ତାଙ୍କଠାରୁ ଦୂରେଇ ଗଲେ। ଏଥିରୁ ସ୍ପଷ୍ଟ ହେଲା ଯେ, ବିଜେଡି ବିନା ଏମାନଙ୍କର ସ୍ଥିତି ନାହିଁ। ସେମାନେ ଯେତେ ବଡ ବଡ ଦଳରେ ଯୋଗ ଦିଅନ୍ତୁ ପଛେ ନବୀନଙ୍କ ବିନା ଏମାନେ ତିଷ୍ଠିବା ଅସମ୍ଭବ।

ବର୍ତ୍ତମାନ ସେମିତି ବିଜେଡିର ଦୁଇ ନେତା ଭର୍ତ୍ତୁହରି ଏବଂ ସିଦ୍ଧାନ୍ତ ମହାପାତ୍ର ବିଜେଡି ବ୍ରାଣ୍ଡରେ ନେତା ହୋଇ ସାଂସଦ ହୋଇଥିଲେ। ବର୍ତ୍ତମାନ ସେମାନେ ବିନା ବିଜେଡିରେ କିପରି ନିଜର ରାଜନୈତିକ କ୍ୟାରିରୟରକୁ ଆଗକୁ ନେବେ ତାହା ସନ୍ଦେହ ଘେରରେ ରହିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

Breaking News: ବିଜେପିରେ ସାମିଲ ହେବେ କଟକ ସାଂସଦ ଭର୍ତ୍ତୁହରି ମହତାବ !!

ଭୁବନେଶ୍ବର: କଟକ ସାଂସଦ ଭର୍ତ୍ତୁହରି ମହତାବ ବିଜେପିରେ ସାମିଲ ହେବେ। ସେ ନୂଆଦିଲ୍ଲୀରେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଦଳରେ ସାମିଲ ହେବେ। ଆଜି ସେ ବିଜେପିରେ ସାମିଲ ହେବେ ବୋଲି ଜଣାପଡିଛି। ସେ ନିକଟରେ ବିଜେଡିରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏହାପରେ ସେ ବିଜେପିକୁ ଯିବେ ବୋଲି ଅନୁମାନ କରାଯାଇଛି।

ଭର୍ତ୍ତୁହରିଙ୍କ ଉପରେ ବିଜେଡି ଖୁସି ନ ଥିଲା। ସେଥିପାଇଁ ଦଳ ଏଥର ତାଙ୍କୁ ଟିକେଟ ଦେବ ନାହିଁ ବୋଲି ପୂର୍ବରୁ ଜଣାପଡିଥିଲା। ଏହାର ଆଭାସ ପାଇବା ପରେ ଭର୍ତ୍ତୁହରି ବିଜେଡିରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏହା ସହିତ ଭର୍ତ୍ତୁହରିଙ୍କର ବିଜେପି ଶୀର୍ଷ ନେତୃତ୍ବଙ୍କ ସହିତ ଭଲ ସଂପର୍କ ରହିଛି। ସେ କଟକ ଲୋକସଭା ଆସନରୁ ଏଥର ବିଜେପି ପ୍ରାର୍ଥୀ ହେବେ ବୋଲି ଜଣାପଡିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଏମିତି କାହିଁକି କହିଲେ ବିଜେଡି ସାଂସଦ ଭର୍ତ୍ତୁହରି ମହତାବ, ଯାହାକୁ ନେଇ ଚାଲିଛି ଚର୍ଚ୍ଚା

ଭୁବନେଶ୍ବର: ଆଜି ବିଜେଡି ସାଂସଦ ଭର୍ତ୍ତୁହରି ମହତାବଙ୍କ ଏକ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଚାଲିଛି ଚର୍ଚ୍ଚା। ସବୁବେଳେ ମିଡିଆରୁ ଦୂରେଇ ରହୁଥିବା ଭର୍ତ୍ତୁହରି ମହତାବ ହଠାତ ମିଡିଆ ଆଗରେ ବିଷ ଓଗାଳିବା ପରି ବିଭିନ୍ନ କଥା କହି ଚାଲିଲେ। ହେଲେ ସେହି କଥାର ଗୁରୁତ୍ବ କେତେ ରହିବ ତାହା ଭିନ୍ନ କଥା।

ଆଜି ତାଙ୍କୁ ପଚରାଯାଇଥିଲା ଯେ, ସେ କାହିଁକି ପୁରୀରେ ବିଜେଡିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ନାହିଁ। ତାହାର ଉତ୍ତରରେ ସେ କହିଥିଲେ ଯେ, ମୁଁ ଏବେ କହିବି ନାହିଁ ପରେ କହିବି। ମୁଁ ଚାରୋଟି ପ୍ରସଂଗରେ କହିବି। ହେଲେ ଏବେ କହିବି ନାହିଁ। ସେ ସାମ୍ବାଦିକମାନଙ୍କୁ ମନୋଜ ଦାସଙ୍କ ଏକ ଗପକୁ ଦୃଷ୍ଟାନ୍ତ ଦେଇଥିଲେ। କହିଥିଲେ ମନ୍ମଥ ଦାସଙ୍କ ଗପରେ ଅଛି ‘ଦେଖା ହେଲେ କହିବି ସେ କଥା।’

ତାଙ୍କୁ ଏହି ଚାରୋଟି ପ୍ରସଂଗରେ ଯେତେ ପଚରାଯାଇଥିଲା ତାହାର କୌଣସି ଉତ୍ତର ଦେଇ ନ ଥିଲେ। ତେବେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ଅନୁପସ୍ଥିତକୁ ନେଇ ମଧ୍ୟ ସେ ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଯେ, ପୁରୀ ସାଂସଦ ପିନାକୀ ମିଶ୍ର ମଧ୍ୟ ସେହି ସଭାରେ ଯୋଗ ଦେଇ ନ ଥିଲେ। ସଭାରେ ଘୋଷଣା କରାଯାଇଥିଲା ଯେ, ତାଙ୍କର ଅସୁସ୍ଥତା ଯୋଗୁ ସେ ଆସିପାରିଲେ ନାହିଁ। ତେବେ ସେ କେଉଁଠି ଥିଲେ କେହି କିଛି ତାଙ୍କୁ ପଚାରିଛି କି ବୋଲି ଭର୍ତ୍ତୁହରି ପ୍ରଶ୍ନ କରିଥିଲେ।

ସେହିପରି ବିଜେଡି ଆଉ ଶହେ ବର୍ଷ ସେବା କରିବ ପ୍ରଶ୍ନରେ ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହାର ମର୍ମ ସେ ନିଜେ ବୁଝିଛନ୍ତି ବୋଲି କହିଛନ୍ତି। ମାଆମାନଙ୍କ ଆର୍ଶିବାଦ ମିଳିଲେ ଆଉ ଶହେ ବର୍ଷ ସେବା କଥା ଥିଲା ଦଳର କର୍ମିମାନଙ୍କୁ ଏକ ଆହ୍ବାନ। ସେ କଟକରୁ ଏଥର ଛିଡା ହେବା କି ନାହିଁ ଉତ୍ତରେ କହିଥିଲେ ଯେ, ଏହା ଆଉ ଏକ ପ୍ରସଂଗ।

ଭର୍ତ୍ତୁହରି ଆହୁରି କହିଥିଲେ ଯେ, କଟକରେ ବିଜେପି ଗତଥର ଚାରି ଲକ୍ଷ ଭୋଟ ପାଇଥିଲା। ସେମାନେ ଏବେଠାରୁ ପ୍ରଚାର କଲେଣି। ସେମାନେ ଏବେ ଠାରୁ 2024 ପାଇଁ ଫୋକସ କଲେଣି। ଆମ ଦଳ ମଧ୍ୟ କରୁଛି ବୋଲି କହିଲେ ଭର୍ତ୍ତୁହରି। ତେବେ ସେ ବିଜେଡିରୁ ନିର୍ବାଚନ ଲଢିବେ କି ନାହିଁ ତାହାର ଉତ୍ତରକୁ ବୁଲେଇ ଦେଇଥିଲେ।

ତେବେ ଭର୍ତ୍ତୁହରିଙ୍କ ଏପରି ମନ୍ତବ୍ୟକୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତାହା ହେଲା ସେ କଣ ବିଜେଡି ଛାଡିବେ କି ? କାରଣ ବିଗତ ଦିନରେ ତାଙ୍କର ବିଭିନ୍ନ କାର୍ଯ୍ୟକଳାପ ଏବଂ ମନ୍ତବ୍ୟ ଦଳ ସପକ୍ଷରେ ରହୁ ନାହିଁ। ଏପରିକି ସେ ବିଭିନ୍ନ ସମୟରେ ବିଜେପିକୁ ମଧ୍ୟ ପ୍ରଶଂସା କରିବାକୁ ପଛାଇ ନାହାଁନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିଭିନ୍ନ ସମୟରେ ଭର୍ତ୍ତୁହରିଙ୍କୁ ପ୍ରଶଂସା କରୁଥିବାର ଦେଖାଯାଇଛି। ତେଣୁ ସେ କଣ ବିଜେପି ମୁହାଁ ହେଇଛନ୍ତି କି କଣ ତାହା ସନ୍ଦେହ ସୃଷ୍ଟି କରିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଅମିତ ସାହା, ନବୀନ ପଟ୍ଟନାୟକଙ୍କୁ ଅତିଥୀ କରି ଡାକିବେ ସାଂସଦ ଭର୍ତ୍ତୁହରି ମହତାବ

କଟକ: ବିଜେଡି ସାଂସଦ ଭର୍ତ୍ତୁହରି ମହତାବଙ୍କ କାର୍ଯ୍ୟକ୍ରମରେ ଅତିଥୀ ଭାବେ ଯୋଗ ଦେବେ ଗୃହମନ୍ତ୍ରୀ ଅମିତ ସାହା। ଏଥିସହିତ ସେହି ସଭାରେ ମଧ୍ୟ ଅନ୍ୟତମ ଅତିଥୀ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ସୂଚନା ଦେଇଛନ୍ତି ଖୋଦ ସାଂସଦ ଭର୍ତ୍ତୁହରି ମହତାବ।

ଦୈନିକ ଖବରକାଗଜ ‘ପ୍ରଜାତନ୍ତ୍ର’ ର ପ୍ରତିଷ୍ଠା ଉତ୍ସବ ଆସନ୍ତା ଅଗଷ୍ଟ ଆଠ ତାରିଖରେ ହେବ। ସେଥିରେ ଏହି ଦୁଇ ଅତିଥୀ ଉପସ୍ଥିତ ରହିବେ। ଏହି ଉତ୍ସବ କଟକ ଜବାହାରଲାଲ ନେହୁର ଇନଡୋର ଷ୍ଟାଣ୍ଡିୟମରେ ହେବ ବୋଲି ମହତାବ କହିଛନ୍ତି।

ଏହି ଉତ୍ସବ ତିନୋଟି ପର୍ଯ୍ୟାୟରେ କରାଯିବ। ପ୍ରଥମେ ଆଠ ତାରିଖ ପୂର୍ବାହ୍ନରେ ଅମିତ ସାହା ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ। ସେହିଦିନ ସଂଧ୍ୟାରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଏବଂ ହିନ୍ଦୁସ୍ଥାନ ଟାଇମସର ସଂପାଦକ ଶଶିଶେଖରଙ୍କୁ ନେଇ ଏକ ସଭାର ଆୟୋଜନ କରାଯିବ। ଏହା ପ୍ରଜାତନ୍ତ୍ର ପରିସରରେ ଥିବା ବିଷୁବ ମଣ୍ଡପରେ କରାଯିବ।

ସେହିପରି ଅଗଷ୍ଟ ନଅ ତାରିଖରେ ଅନ୍ୟତମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏବଂ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଯୋଗଦେବେ।  ଏହା ମଧ୍ୟ ସେହି ବିଷୁବ ମଣ୍ଡରେ କରାଯିବ ବୋଲି ଜଣାପଡିଛି।

ଓଡିଶାରେ ପ୍ରଜାତନ୍ତ୍ର ଖବରକାଗଜ 1947 ମସିହା ଅଗଷ୍ଟ ଆଠ ତାରିଖରେ ଜନ୍ମଲାଭ କରିଥିଲା।

Categories
ଅପରାଧ ବିଶେଷ ଖବର ରାଜ୍ୟ ଖବର

ବିବାଦରେ ବିବାଦୀୟ ବିଜେଡି ସାଂସଦ ଭର୍ତ୍ତୁହରି ମହାତାବ, ବହୂ ଆଣିଲେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ

ଭୁବନେଶ୍ବର, ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି କଟକର ବିଜେଡି ସାଂସଦ ଭର୍ତ୍ତୁହରି ମହତାବ। ତେବେ ଏଥର ବିବାଦ କୌଣସି ରାଜନୈତିକ ନୁହେଁ, ସଂପୂର୍ଣ୍ଣ ପାରିବାରିକ। ସାଂସଦଙ୍କ ବିରୋଧରେ ତାଙ୍କ ପୁତ୍ର ବଧୁ ଆଣିଛନ୍ତି ଗୁରୁତର ଅଭିଯୋଗ। ତାହା ହେଲା ଯେ, ସାଂସଦ କୁଆଡେ ବୋହୁଙ୍କୁ ଯୌତୁକ ନିର୍ଯ୍ୟାତନା ଦେଉଥିଲେ। ସେ ନେଇ ବୋହୁ ସାକ୍ଷୀ ମହତାବ ଭୋପାଳର ଏକ ଥାନାରେ ମାମଲା ଋଜୁ କରିଛନ୍ତି।

ସାକ୍ଷା ତିନିଜଣଙ୍କ ନାମ ମାମଲାରେ ଉଲ୍ଲେଖ କରିଛନ୍ତି। ସେମାନେ ହେଲେ ଶଶୂର ଭର୍ତ୍ତୁହରି ମହତାବ, ଶାଶୁ ମହାଶ୍ବେତା ମହତାବ ଏବଂ ସ୍ବାମୀ ଲୋକରଂଜନ ମହତାବ। ଏମାନଙ୍କ ନାମରେ ସଂପୃକ୍ତ ଥାନାରେ ମାମଲା ରେଜେଷ୍ଟ୍ରି ହୋଇଥିବାର ଜଣାପଡିଛି।

2016 ମସିହାରେ ଭୋପାଳର ସାକ୍ଷୀଙ୍କୁ ଭର୍ତ୍ତୁହରିଙ୍କ ପୁତ୍ର ଲୋକରଂଜନଙ୍କୁ ବିବାହ କରିଥିଲେ। ବିବାହରେ ପ୍ରାୟ ଅଢେଇ କୋଟି ଟଙ୍କାର ସୁନାଗହଣା ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି। ହେଲେ ଘରେ ତାଙ୍କୁ ଚାକରାଣୀ ପରି ବ୍ୟବହାର କରାଯାଉଛି ବୋଲି ସାକ୍ଷୀ ଅଭିଯୋଗ କରିଛନ୍ତି। ଏ ନେଇ ସେ ଯେତେ ସେମାନଙ୍କୁ ବୁଝାଇବାକୁ ଚେଷ୍ଠା କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ।

ଶଶୂରଘରେ କିପରି ନିର୍ଯ୍ୟାତନା ଦିଆଯାଉଥିଲା ସେ ନେଇ ସାକ୍ଷୀ ତାଙ୍କ ଏଫଆଇଆରରେ ବର୍ଣ୍ଣନା କରିଛନ୍ତି। ନିର୍ଯ୍ୟାତନା ସହି ନ ପାରିବାରୁ ସେ ବାଧ୍ୟ ହୋଇ ନିଜ ବାପ ଘରକୁ ଚାଲିଆସିଲେ ବୋଲି ଏଫଆଇଆରରେ ଉଲ୍ଲେଖ କରିଛନ୍ତି।

ଏହି ଘଟଣା ଜଣାପଡିବା ପରେ ବର୍ତ୍ତମାନ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଗୋଟିଏ ପଟେ ଭର୍ତ୍ତୁହରିଙ୍କ ବିଜେଡି ସହିତ ଭଲ ନ ଥିବା ବେଳେ ଏହି ଘଟଣା ଆସିବା ତାଙ୍କ ପାଇ ସଙ୍କଟ ଆହୁରି ବଢିଯାଇଛି। ପୂର୍ବରୁ ବିଜେଡି ନେତା ରଘୁ ମହାନ୍ତିଙ୍କ ପୁତ୍ର ବଧୁ ସେହିପରି ଅଭିଯୋଗ ଆଣିଥିଲେ। ପରବର୍ତ୍ତି ସମୟରେ ରଘୁ ମହାନ୍ତିଙ୍କ ରାଜନୈତିକ କ୍ୟାରିୟରରେ ଭଟ୍ଟା ପଡିଯାଇଛି।

ବର୍ତ୍ତମାନ ଭର୍ତ୍ତୁହରିଙ୍କ ବିରୋଧରେ ଏପରି ଅଭିଯୋଗ ଆସିବା ପରେ ବିଜେଡି ବର୍ତ୍ତମାନ କି ପ୍ରକାରର ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର।