Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବିବାଦରେ ବିବାଦୀୟ ବିଜେଡି ସାଂସଦ ଭର୍ତ୍ତୁହରି ମହାତାବ, ବହୂ ଆଣିଲେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ
ଅପରାଧ

ବିବାଦରେ ବିବାଦୀୟ ବିଜେଡି ସାଂସଦ ଭର୍ତ୍ତୁହରି ମହାତାବ, ବହୂ ଆଣିଲେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ

August 19, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିବାଦରେ ବିବାଦୀୟ ବିଜେଡି ସାଂସଦ ଭର୍ତ୍ତୁହରି ମହାତାବ, ବହୂ ଆଣିଲେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ

ଭୁବନେଶ୍ବର, ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି କଟକର ବିଜେଡି ସାଂସଦ ଭର୍ତ୍ତୁହରି ମହତାବ। ତେବେ ଏଥର ବିବାଦ କୌଣସି ରାଜନୈତିକ ନୁହେଁ, ସଂପୂର୍ଣ୍ଣ ପାରିବାରିକ। ସାଂସଦଙ୍କ ବିରୋଧରେ ତାଙ୍କ ପୁତ୍ର ବଧୁ ଆଣିଛନ୍ତି ଗୁରୁତର ଅଭିଯୋଗ। ତାହା ହେଲା ଯେ, ସାଂସଦ କୁଆଡେ ବୋହୁଙ୍କୁ ଯୌତୁକ ନିର୍ଯ୍ୟାତନା ଦେଉଥିଲେ। ସେ ନେଇ ବୋହୁ ସାକ୍ଷୀ ମହତାବ ଭୋପାଳର ଏକ ଥାନାରେ ମାମଲା ଋଜୁ କରିଛନ୍ତି।

ସାକ୍ଷା ତିନିଜଣଙ୍କ ନାମ ମାମଲାରେ ଉଲ୍ଲେଖ କରିଛନ୍ତି। ସେମାନେ ହେଲେ ଶଶୂର ଭର୍ତ୍ତୁହରି ମହତାବ, ଶାଶୁ ମହାଶ୍ବେତା ମହତାବ ଏବଂ ସ୍ବାମୀ ଲୋକରଂଜନ ମହତାବ। ଏମାନଙ୍କ ନାମରେ ସଂପୃକ୍ତ ଥାନାରେ ମାମଲା ରେଜେଷ୍ଟ୍ରି ହୋଇଥିବାର ଜଣାପଡିଛି।

2016 ମସିହାରେ ଭୋପାଳର ସାକ୍ଷୀଙ୍କୁ ଭର୍ତ୍ତୁହରିଙ୍କ ପୁତ୍ର ଲୋକରଂଜନଙ୍କୁ ବିବାହ କରିଥିଲେ। ବିବାହରେ ପ୍ରାୟ ଅଢେଇ କୋଟି ଟଙ୍କାର ସୁନାଗହଣା ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି। ହେଲେ ଘରେ ତାଙ୍କୁ ଚାକରାଣୀ ପରି ବ୍ୟବହାର କରାଯାଉଛି ବୋଲି ସାକ୍ଷୀ ଅଭିଯୋଗ କରିଛନ୍ତି। ଏ ନେଇ ସେ ଯେତେ ସେମାନଙ୍କୁ ବୁଝାଇବାକୁ ଚେଷ୍ଠା କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ।

ଶଶୂରଘରେ କିପରି ନିର୍ଯ୍ୟାତନା ଦିଆଯାଉଥିଲା ସେ ନେଇ ସାକ୍ଷୀ ତାଙ୍କ ଏଫଆଇଆରରେ ବର୍ଣ୍ଣନା କରିଛନ୍ତି। ନିର୍ଯ୍ୟାତନା ସହି ନ ପାରିବାରୁ ସେ ବାଧ୍ୟ ହୋଇ ନିଜ ବାପ ଘରକୁ ଚାଲିଆସିଲେ ବୋଲି ଏଫଆଇଆରରେ ଉଲ୍ଲେଖ କରିଛନ୍ତି।

ଏହି ଘଟଣା ଜଣାପଡିବା ପରେ ବର୍ତ୍ତମାନ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଗୋଟିଏ ପଟେ ଭର୍ତ୍ତୁହରିଙ୍କ ବିଜେଡି ସହିତ ଭଲ ନ ଥିବା ବେଳେ ଏହି ଘଟଣା ଆସିବା ତାଙ୍କ ପାଇ ସଙ୍କଟ ଆହୁରି ବଢିଯାଇଛି। ପୂର୍ବରୁ ବିଜେଡି ନେତା ରଘୁ ମହାନ୍ତିଙ୍କ ପୁତ୍ର ବଧୁ ସେହିପରି ଅଭିଯୋଗ ଆଣିଥିଲେ। ପରବର୍ତ୍ତି ସମୟରେ ରଘୁ ମହାନ୍ତିଙ୍କ ରାଜନୈତିକ କ୍ୟାରିୟରରେ ଭଟ୍ଟା ପଡିଯାଇଛି।

ବର୍ତ୍ତମାନ ଭର୍ତ୍ତୁହରିଙ୍କ ବିରୋଧରେ ଏପରି ଅଭିଯୋଗ ଆସିବା ପରେ ବିଜେଡି ବର୍ତ୍ତମାନ କି ପ୍ରକାରର ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର।

Bhartuhari Mahatab ଭର୍ତ୍ତୁହରି ମହତାବ ସାଂସଦ ଭର୍ତ୍ତୁହରି ମହତାବ
Share. Facebook Twitter LinkedIn Email WhatsApp Copy Link

Related Posts

ଛାତ୍ର ସଂସଦ ନିର୍ବାଚନ ଫଳାଫଳ: କେଉଁ ଦଳର କେତେ ସଫଳତା?

October 15, 2026

କ୍ୟାମ୍ପସ ରାଜନୀତି: ନିର୍ବାଚନ ଫଳାଫଳ ପ୍ରକାଶ

October 15, 2026

ହିନ୍ଦୁ ମନ୍ଦିରରେ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ, ଜଣେ ଗିରଫ

October 15, 2026

ଧର୍ମ ପରିବର୍ତ୍ତନ ପରେ ମିଳିବନି ଆରକ୍ଷଣ ସୁବିଧା: ସୁପ୍ରିମକୋର୍ଟ

October 15, 2026
Latest News

ଛାତ୍ର ସଂସଦ ନିର୍ବାଚନ ଫଳାଫଳ: କେଉଁ ଦଳର କେତେ ସଫଳତା?

October 15, 2026

କ୍ୟାମ୍ପସ ରାଜନୀତି: ନିର୍ବାଚନ ଫଳାଫଳ ପ୍ରକାଶ

October 15, 2026

ଟି-୨୦ କ୍ରିକେଟ: ଲଜ୍ଜାଜନକ ରେକର୍ଡ ତାଲିକାରେ ସାମିଲ ହେଲେ ଶ୍ରେୟସ ଆୟର

October 15, 2026

ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା, କେନ୍ଦ୍ର ଏବଂ ପୋଲିସକୁ ନୋଟିସ: ଏସଆଇଆର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଶୁଣାଣି

October 15, 2026

ହିନ୍ଦୁ ମନ୍ଦିରରେ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ, ଜଣେ ଗିରଫ

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.