Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏମିତି କାହିଁକି କହିଲେ ବିଜେଡି ସାଂସଦ ଭର୍ତ୍ତୁହରି ମହତାବ, ଯାହାକୁ ନେଇ ଚାଲିଛି ଚର୍ଚ୍ଚା
ବିଶେଷ ଖବର

ଏମିତି କାହିଁକି କହିଲେ ବିଜେଡି ସାଂସଦ ଭର୍ତ୍ତୁହରି ମହତାବ, ଯାହାକୁ ନେଇ ଚାଲିଛି ଚର୍ଚ୍ଚା

January 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏମିତି କାହିଁକି କହିଲେ ବିଜେଡି ସାଂସଦ ଭର୍ତ୍ତୁହରି ମହତାବ, ଯାହାକୁ ନେଇ ଚାଲିଛି ଚର୍ଚ୍ଚା

ଭୁବନେଶ୍ବର: ଆଜି ବିଜେଡି ସାଂସଦ ଭର୍ତ୍ତୁହରି ମହତାବଙ୍କ ଏକ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଚାଲିଛି ଚର୍ଚ୍ଚା। ସବୁବେଳେ ମିଡିଆରୁ ଦୂରେଇ ରହୁଥିବା ଭର୍ତ୍ତୁହରି ମହତାବ ହଠାତ ମିଡିଆ ଆଗରେ ବିଷ ଓଗାଳିବା ପରି ବିଭିନ୍ନ କଥା କହି ଚାଲିଲେ। ହେଲେ ସେହି କଥାର ଗୁରୁତ୍ବ କେତେ ରହିବ ତାହା ଭିନ୍ନ କଥା।

ଆଜି ତାଙ୍କୁ ପଚରାଯାଇଥିଲା ଯେ, ସେ କାହିଁକି ପୁରୀରେ ବିଜେଡିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ନାହିଁ। ତାହାର ଉତ୍ତରରେ ସେ କହିଥିଲେ ଯେ, ମୁଁ ଏବେ କହିବି ନାହିଁ ପରେ କହିବି। ମୁଁ ଚାରୋଟି ପ୍ରସଂଗରେ କହିବି। ହେଲେ ଏବେ କହିବି ନାହିଁ। ସେ ସାମ୍ବାଦିକମାନଙ୍କୁ ମନୋଜ ଦାସଙ୍କ ଏକ ଗପକୁ ଦୃଷ୍ଟାନ୍ତ ଦେଇଥିଲେ। କହିଥିଲେ ମନ୍ମଥ ଦାସଙ୍କ ଗପରେ ଅଛି ‘ଦେଖା ହେଲେ କହିବି ସେ କଥା।’

ତାଙ୍କୁ ଏହି ଚାରୋଟି ପ୍ରସଂଗରେ ଯେତେ ପଚରାଯାଇଥିଲା ତାହାର କୌଣସି ଉତ୍ତର ଦେଇ ନ ଥିଲେ। ତେବେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ଅନୁପସ୍ଥିତକୁ ନେଇ ମଧ୍ୟ ସେ ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଯେ, ପୁରୀ ସାଂସଦ ପିନାକୀ ମିଶ୍ର ମଧ୍ୟ ସେହି ସଭାରେ ଯୋଗ ଦେଇ ନ ଥିଲେ। ସଭାରେ ଘୋଷଣା କରାଯାଇଥିଲା ଯେ, ତାଙ୍କର ଅସୁସ୍ଥତା ଯୋଗୁ ସେ ଆସିପାରିଲେ ନାହିଁ। ତେବେ ସେ କେଉଁଠି ଥିଲେ କେହି କିଛି ତାଙ୍କୁ ପଚାରିଛି କି ବୋଲି ଭର୍ତ୍ତୁହରି ପ୍ରଶ୍ନ କରିଥିଲେ।

ସେହିପରି ବିଜେଡି ଆଉ ଶହେ ବର୍ଷ ସେବା କରିବ ପ୍ରଶ୍ନରେ ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହାର ମର୍ମ ସେ ନିଜେ ବୁଝିଛନ୍ତି ବୋଲି କହିଛନ୍ତି। ମାଆମାନଙ୍କ ଆର୍ଶିବାଦ ମିଳିଲେ ଆଉ ଶହେ ବର୍ଷ ସେବା କଥା ଥିଲା ଦଳର କର୍ମିମାନଙ୍କୁ ଏକ ଆହ୍ବାନ। ସେ କଟକରୁ ଏଥର ଛିଡା ହେବା କି ନାହିଁ ଉତ୍ତରେ କହିଥିଲେ ଯେ, ଏହା ଆଉ ଏକ ପ୍ରସଂଗ।

ଭର୍ତ୍ତୁହରି ଆହୁରି କହିଥିଲେ ଯେ, କଟକରେ ବିଜେପି ଗତଥର ଚାରି ଲକ୍ଷ ଭୋଟ ପାଇଥିଲା। ସେମାନେ ଏବେଠାରୁ ପ୍ରଚାର କଲେଣି। ସେମାନେ ଏବେ ଠାରୁ 2024 ପାଇଁ ଫୋକସ କଲେଣି। ଆମ ଦଳ ମଧ୍ୟ କରୁଛି ବୋଲି କହିଲେ ଭର୍ତ୍ତୁହରି। ତେବେ ସେ ବିଜେଡିରୁ ନିର୍ବାଚନ ଲଢିବେ କି ନାହିଁ ତାହାର ଉତ୍ତରକୁ ବୁଲେଇ ଦେଇଥିଲେ।

ତେବେ ଭର୍ତ୍ତୁହରିଙ୍କ ଏପରି ମନ୍ତବ୍ୟକୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତାହା ହେଲା ସେ କଣ ବିଜେଡି ଛାଡିବେ କି ? କାରଣ ବିଗତ ଦିନରେ ତାଙ୍କର ବିଭିନ୍ନ କାର୍ଯ୍ୟକଳାପ ଏବଂ ମନ୍ତବ୍ୟ ଦଳ ସପକ୍ଷରେ ରହୁ ନାହିଁ। ଏପରିକି ସେ ବିଭିନ୍ନ ସମୟରେ ବିଜେପିକୁ ମଧ୍ୟ ପ୍ରଶଂସା କରିବାକୁ ପଛାଇ ନାହାଁନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିଭିନ୍ନ ସମୟରେ ଭର୍ତ୍ତୁହରିଙ୍କୁ ପ୍ରଶଂସା କରୁଥିବାର ଦେଖାଯାଇଛି। ତେଣୁ ସେ କଣ ବିଜେପି ମୁହାଁ ହେଇଛନ୍ତି କି କଣ ତାହା ସନ୍ଦେହ ସୃଷ୍ଟି କରିଛି।

କଟକ ସାଂସଦ ଭର୍ତ୍ତୁହରି ମହତାବ ସାଂସଦ ଭର୍ତ୍ତୁହରି ମହତାବ
Share. Facebook Twitter LinkedIn Email WhatsApp Copy Link

Related Posts

ଛାତ୍ର ସଂସଦ ନିର୍ବାଚନ ଫଳାଫଳ: କେଉଁ ଦଳର କେତେ ସଫଳତା?

October 15, 2026

କ୍ୟାମ୍ପସ ରାଜନୀତି: ନିର୍ବାଚନ ଫଳାଫଳ ପ୍ରକାଶ

October 15, 2026

ହିନ୍ଦୁ ମନ୍ଦିରରେ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ, ଜଣେ ଗିରଫ

October 15, 2026

ଧର୍ମ ପରିବର୍ତ୍ତନ ପରେ ମିଳିବନି ଆରକ୍ଷଣ ସୁବିଧା: ସୁପ୍ରିମକୋର୍ଟ

October 15, 2026
Latest News

ଛାତ୍ର ସଂସଦ ନିର୍ବାଚନ ଫଳାଫଳ: କେଉଁ ଦଳର କେତେ ସଫଳତା?

October 15, 2026

କ୍ୟାମ୍ପସ ରାଜନୀତି: ନିର୍ବାଚନ ଫଳାଫଳ ପ୍ରକାଶ

October 15, 2026

ଟି-୨୦ କ୍ରିକେଟ: ଲଜ୍ଜାଜନକ ରେକର୍ଡ ତାଲିକାରେ ସାମିଲ ହେଲେ ଶ୍ରେୟସ ଆୟର

October 15, 2026

ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା, କେନ୍ଦ୍ର ଏବଂ ପୋଲିସକୁ ନୋଟିସ: ଏସଆଇଆର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଶୁଣାଣି

October 15, 2026

ହିନ୍ଦୁ ମନ୍ଦିରରେ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ, ଜଣେ ଗିରଫ

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.