Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ବରିଷ୍ଠ ସାମ୍ବାଦିକା ସାଗରିକା ଘୋଷ ଦାଖଲ କଲେ ରାଜ୍ୟସଭା ପ୍ରାର୍ଥୀପତ୍ର

କୋଲକାତା: ଜାତୀୟ ସ୍ତରର ପ୍ରତିଷ୍ଠିତ ସାମ୍ବାଦିକା ସାଗରିକା ଘୋଷ ଆଜି ତୃଣମୂଳ କଂଗ୍ରେସେର ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ପୂର୍ବରୁ ଦଳ ତାଙ୍କ ନାମ ଘୋଷଣା କରିଥିଲା। ଆଜି ଅନ୍ୟ ରାଜ୍ୟସଭା ପ୍ରାର୍ଥୀଙ୍କ ଗହଣରେ ଯାଇ ସେ ଏହି ନାମାଙ୍କନ ଦାଖଲ କରିଛନ୍ତି। ସଂଖ୍ୟା ଦୃଷ୍ଟିରୁ ସେ ରାଜ୍ୟସଭାକୁ ନିର୍ବାଚିତ ହେବା ନିଶ୍ଚିତ ବୋଲି ଜଣାପଡିଛି।

ସାଗରିକା ଘୋଷ ହେଉଛନ୍ତି ଜାତୀୟ ସ୍ତରର ଜଣେ ସାମ୍ବାଦିକା ତଥା ସ୍ତମ୍ଭକାର। ତାଙ୍କର ସ୍ବାମୀ ରାଜଦୀପ ସରଦେଶାଇ ମଧ୍ୟ ଜାତୀୟ ସ୍ତରର ଜଣେ ଜଣାଶୁଣା ସାମ୍ବାଦିକ। ସେ ବର୍ତ୍ତମାନ ଇଣ୍ଡିଆ ଟୁଡେ ରେ କାମ କରୁଛନ୍ତି। ତେବେ ସାଗରିକାଙ୍କୁ ନେଇ ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚା ଚାଲିଛି। କାରଣ ସେ ବହୁ ବର୍ଷ ତଳେ ରାଜନୀତିକୁ ଆସିବି ନାହିଁ ବୋଲି କହିଥିଲେ। ବର୍ତ୍ତମାନ ତୃଣମୂଳ କଂଗ୍ରେସରୁ ରାଜ୍ୟସଭାକୁ ଯିବା ନେଇ ଅନେକ ସମାଲୋଚନା କରିବାରେ ଲାଗିଛନ୍ତି।