Categories
ଆଜିର ଖବର ରାଜ୍ୟ ଖବର

ନାକଟିଦେଉଳ ସାପ୍ତାହିକୀ ବଜାରରେ ଗଛ ପଡ଼ି ଜଣେ ମୃତ, ଜଣେ ଗୁରୁତର

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକ୍ଟିଦେଉଳ ସାପ୍ତାହିକ ବଜାରରେ ଆଜି ଅପରାହ୍ନ ୧.୩୦ ରେ ଏକ ଗଛ ପଡ଼ି ସରାପାଲି ଗ୍ରାମର ଜଣେ ଯୁବକ ମୃତ୍ୟୁବରଣ କରିଥିବା ବେଳେ ପେଣ୍ଠବାହାଳର ଜଣେ ଗୁରୁତର ଥିବା ଜଣା ପଡ଼ିଛି।

ଖବରରୁ ପ୍ରକାଶ ଯେ, ନାକଟିଦେଉଳ ଥାନା ସରାପାଲି ଗ୍ରାମର ନିଳାଞ୍ଚଳ ନାଗ (୩୨) ସାପ୍ତାହିକ ବଜାରକୁ କୌଣସି କାମରେ ଯାଇଥିଲେ। ବଜାରରେ ଜିନିଷ କିଣୁଥିବା ବେଳେ ହାଟ ମଧ୍ୟରେ ଥିବା ଏକ ଗଛର ଡାଳ ତାଙ୍କ ଦେହରେ ପଡ଼ିଯାଇଥିଲା। ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ସେହିଭଳି ପେଣ୍ଠବାହାଳ ଗ୍ରାମର ପାହାନ୍ତ ଶବର (୫୦) ଉପରେ ମଧ୍ୟ ଗଛର ଡାଳ ପଡ଼ିଯାଇଥିଲା। ସେ ଗୁରୁତର ଥିବାରୁ ପ୍ରଥମେ ନାକଟିଦେଉଳ ଡାକ୍ତରଖାନା ଏବଂ ପରେ ପରେ ରେଢ଼ାଖୋଲ ଡାକ୍ତରଖାନାକୁ ଆମ୍ବୁଲାନସରେ ନିଆଯାଇଥିଲା। ଘଟଣା ସ୍ଥଳକୁ ନାକଟିଦେଉଳ ସରପଂଚ ଜିତେନ୍ଦ୍ର ପ୍ରଧାନ ପହଂଚି ଆବଶ୍ୟକୀୟ କ୍ଷତିପୁରଣ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

ରେଢ଼ାଖୋଲ ଡାକ୍ତରଖାନାରେ ଶବବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।