Categories
ଆଞ୍ଚଳିକ

ରେଢ଼ାଖୋଲ ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ଦିବଂଗତ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି

ରେଢ଼ାଖୋଲ: ରେଢ଼ାଖୋଲ ଉପଖଣ୍ଡ ସାମ୍ବାଦିକ ସଂଘ ତରଫରୁ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଦିବଂଗତ ସାମ୍ବାଦିକ ପ୍ରମୋଦ କୁମାର ପଟ୍ଟନାୟକ ଓ ସାମ୍ବାଦିକ କୁମାର ହସନ୍ ଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ସଂଘର ସଭାପତି ରମାକାନ୍ତ ମହାନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶ୍ରଦ୍ଧାଞଳି ସଭାରେ ଦିବଂଗତ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ ଓ କୁମାର ହସନଙ୍କ ସାମ୍ବାଦିକ ଜୀବନ ଉପରେ ଉପସ୍ଥିତ ସାମ୍ବାଦିକମାନେ ଶ୍ରଦ୍ଧାସୁମନ ଅର୍ପଣକରିଥିଲେ।

କୁମାର ହସନ୍ ଜଣେ ଯେ ସାମ୍ବାଦିକ ଥିଲେ ତା ନୁହଁ ସେ ଜଣେ ବିପ୍ଳବୀ କବି, ଗାଳ୍ପିକ, ପ୍ରାବନ୍ଧିକ, ଅନୁବାଦକ, ସଂପାଦକ ଥିଲେ। ଦାରିଦ୍ରତା ହିଁ ତାଙ୍କର ପିଛା ଛାଡୁ ନ ଥିଲା।  ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ ପଶ୍ଚିମ ଓଡ଼ିଶାର ଜଣେ ପ୍ରତିଷ୍ଠିତ ସାମ୍ବାଦିକ। ସେ ଜଣେ ଅମାୟିକ ମଣିଷ। ଏଭଳି ସାମ୍ବାଦିକ ଦୁଇଜଣଙ୍କୁ ହରାଇ ବହୁତ କ୍ଷତି ହୋଇଛି ବୋଲି ସଂପାଦକ ସାମ୍ବାଦିକ କନ୍ଦର୍ପ ବେହେରା ଶ୍ରଦ୍ଧାଞ୍ଜଳି ଦେଇ ପ୍ରକାଶ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଜୟନ୍ତ କୁମାର ଖଡ଼ିରତ୍ନ, ରବିନ୍ଦ୍ର ପ୍ରଧାନ, କନ୍ଦର୍ପ ବେହେରା, ପ୍ରସନ୍ନ କୁମାର ପ୍ରଧାନ, ଶଙ୍କର ପ୍ରୁଷ୍ଟି, ସୁଶାନ୍ତ ନାଗ, ସୁଧିର ସୁନା, ତପନ କୁମାର ବିଶ୍ବାଳ, ମମତା ପାତ୍ର, ଅନିଲ୍ କୁମାର ପ୍ରୁଷ୍ଟି, ସରୋଜ କୁମାର ସାହୁ, ମଦନ ପ୍ରଧାନ, ଯଶୋବନ୍ତ ନାରାୟଣ ସାହୁ ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧାଞଳି ଦେଇଥିଲେ। ସଭ୍ୟ ତପନ କୁମାର ବିଶ୍ବାଳ ଧନ୍ୟବାଦ ଦେଇଥିଲେ।