Categories
ଆଞ୍ଚଳିକ

ଭୁବନେଶ୍ବରର ସିଟି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ଯୁବ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜଧାନୀର ଶିରିପୁର ସିଟି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବିଭାଗ ଆନୁକୂଲ୍ୟରେ ଯୁବ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ କହିଥିଲେ ଯେ, ଛାତ୍ରୀମାନେ ହେଉଛନ୍ତି ଆମ ରାଜ୍ୟ ଓ ଦେଶର ଉଜ୍ଜଳ ଭବିଷ୍ୟତ। ଆମ ସମୟରେ ଖେଳ ପଡିଆ ନ ଥିଲା କିନ୍ତୁ ଏବେ ଆମ ରାଜ୍ୟରେ ବିଶ୍ବ ବିଖ୍ୟାତ ହକି ପାଇଁ ଷ୍ଟାଡିୟମ ତିଆରି ହୋଇପାରିଛି। ତେବେ ଏସବୁ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ। ସେହିପରି ସ୍ଥାନୀୟ କର୍ପୋଟର ବିଜୟିନୀ ଜେନା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଛାତ୍ରୀମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ଅନୁଷ୍ଠାନର ଅଧ୍ୟକ୍ଷା ରଶ୍ମିତା କୁମାରୀ ସାହୁ, କାର୍ଯ୍ୟକ୍ରମ ସଂଯୋଜିକା ପୁଷ୍ପାଞ୍ଜଳି ମହାପାତ୍ର, ପ୍ରଶାସିକ ପୁଷ୍ପରେଣୁ ମିଶ୍ର, ସମାଜ ସେବା ସଚେତିକା ସୁରଭି ପଟନାୟକ ଓ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରି ପ୍ରମୁଖ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ଅଧ୍ୟାପିକା ରାଜଲକ୍ଷ୍ମୀ ବେହେରାଙ୍କ ତତ୍ତ୍ୱବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଶେଷରେ କୃତୀ ଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସିଟି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ

ଭୁବନେଶ୍ୱର: ଭୁବନେଶ୍ୱର ସିରିପୁର ନିକଟସ୍ଥ ସିଟି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି। ଅଧ୍ୟକ୍ଷା ରଶ୍ମିତା କୁମାରୀ ସାହୁ ଏହି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିବା ବେଳେ ବାର୍ଷିକ କ୍ରୀଡା ପ୍ରତି ଯୋଗିତା ସମାରୋହ ତିନି ଦିନ ଧରି କଲେଜ ପରିସରରେ ଅନୁଷ୍ଠିତ ହୋଇଥିଲା।

ଛାତ୍ରୀ ମାନଙ୍କ ମଧ୍ୟରେ ଚେସ, କ୍ୟାରମ, ବ୍ୟଡମିଣ୍ଟନ ଭଲି ପରି ଅନେକ କ୍ରୀଡା ପ୍ରତିଯୋଗିତା ହୋଇଥିଲା। ଏହି କାଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟପିକା ଯୋଗ ଦେଇ କାଯ୍ୟକ୍ରମକୁ ସଫଳ କରିଥିଲେ।