Categories
ଅପରାଧ ଆଜିର ଖବର ଜାତୀୟ ଖବର

କରଣି ସେନା ସଭାପତିଙ୍କ ହତ୍ୟାକାଣ୍ଡ ମାମଲା: ସିସିଟିଭି ଫୁଟେଜରେ କଏଦ ହେଲା ଆକ୍ରମଣର ଚିତ୍ର

ନୂଆଦିଲ୍ଲୀ: ଜୟପୁରରେ ଆକ୍ରମଣକାରୀମାନେ ଶ୍ରୀ ରାଷ୍ଟ୍ରିୟ ରାଜପୁତ କରଣି ସେନାର ଜାତୀୟ ସଭାପତି ସୁଖଦେବ ସିଂ ଗୋଗାମେଡିଙ୍କୁ ହତ୍ୟା କରିଥିଲେ। ଏହି ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି।

ହତ୍ୟାକାରୀମାନେ ସିସିଟିଭି ଫୁଟେଜରେ ଗୁଳି ଚଳାଉଥିବା ବେଳେ ସିସିଟିଭି ଫୁଟେଜରେ କଏଦ ହୋଇଛି। ଆକ୍ରମଣକାରୀମାନେ ତାଙ୍କ ଉପରେ ଆକ୍ରମଣ କରୁଥିବାବେଳେ ସୁଖଦେବ ସିଂ ଗୋଗାମେଡି ବସିଥିଲେ। ଏହି ଘଟଣା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଜୟପୁର ପୋଲିସ କମିଶନର କହିଛନ୍ତି ଯେ, ବାହାରୁ ତିନି ଜଣ ଲୋକ ଆସିଥିଲେ। ତାଙ୍କୁ ଭେଟିବା ପାଇଁ କହିଥିଲେ। ୧୦ ମିନିଟ୍ କଥାବାର୍ତ୍ତା ପରେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଗୁଳି ବିନିମୟରେ ସୁଖଦେବ ସିଂଙ୍କ ଅଙ୍ଗରକ୍ଷୀ ମଧ୍ୟ ଆହତ ହୋଇଛନ୍ତି। ନବୀନ ସିଂ ଶେଖୱାତ ନାମକ ଆକ୍ରମଣକାରୀଙ୍କ କ୍ରସ ଫାୟରିଂରେ ମୃତ୍ୟୁ ଘଟିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା: ସିସିଟିଭି ଫୁଟେଜରୁ ସ୍ପଷ୍ଟ ହେଲା ଚିତ୍ର

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ମୃତ ଦେହ ରାସ୍ତା ପାର୍ଶ୍ଵର ଅଳିଆ ଗଦାରେ ପଡ଼ି ରହିଥିଲା। ତେବେ ମୃତ ମହିଳାଙ୍କ ବେକରେ କ୍ଷତ ଚିହ୍ନ ରହିଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ ସୃଷ୍ଟି ହୋଇଥିଲା। ଏନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା।

ଆଖ ପାଖ ଅଞ୍ଚଳର ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚ କରିବା ଆରମ୍ଭ କରିଥିଲା। ଏହି ସମୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ମିଳିଥିଲା। ସିସିଟିଭ ଫୁଟେଜରେ ଦେଖାଯାଉଥିବା ଭିଡ଼ିଓରେ ମହିଳାଜଣଙ୍କୁ କେହି ଜଣେ ଦୁର୍ବୃତ୍ତ ପଛ ପଟୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଥିଲା। ମହିଳାଜଣଙ୍କ ଅଳିଆ ଗଦାରୁ ରାତ୍ରି ପ୍ରାୟ ୧.୧୯ ଟା ସମୟରେ କିଛି ଖାଦ୍ୟ ଖାଉଥିବା ବେଳେ ଦୁର୍ବୃତ୍ତଜଣଙ୍କ ଏକ ଖଣ୍ଡା ସାହାଯ୍ୟରେ ପଛ ପଟୁ ଆକ୍ରମଣ କରୁଥିବା ଦେଖାଯାଉଥିଲା। ତେଣୁ ଏହା ଏକ ହତ୍ୟାକାଣ୍ଡ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି।

ତେବେ ସିସିଟିଭି ଫୁଟେଜ ଅନୁଯାୟୀ, ମହିଳାଜଣଙ୍କ ମାନସିକ ବିକାରଗ୍ରସ୍ତ ଜଣାପଡୁଥିବା ବେଳେ ତାକୁ କାହିଁକି ହତ୍ୟା କରାଗଲା? ଏନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ପୋଲିସ ଗୁରୁତର ସହ ନେଇ ତଦନ୍ତକୁ ଆହୁରି ବ୍ୟାପକ କରିଛି। ଘଟଣାସ୍ଥଳରେ ବାଲୁଗାଁ ଏସଡିପିଓ ଏବଂ ବାଣପୁର ଥାନା ଅଧିକାରୀ ପହଞ୍ଚି ତଦନ୍ତକୁ ଆଗକୁ ବଢାଇଛନ୍ତି।

ସୂଚନା ମୁତାବକ ଆଜି ସକାଳୁ ବାଣପୁର ଗାଲୁଆ ଛକ ନିକଟରେ ଜଣେ ଅଜଣା ମହିଳାଙ୍କ ଶବ ପଡ଼ି ରହିଥିଲା। ତେବେ ତାଙ୍କ ବେକରେ ଗଭୀର କ୍ଷତ ଥିବାରୁ ତାଙ୍କୁ କେହି ମାରି ଫୋପାଡ଼ି ଦେଇଥିବାର ଅନୁମାନ କରାଯାଉଥିଲା।

Categories
ଆଜିର ଖବର ଜାତୀୟ ଖବର

ସୁରଟରେ କାରରୁ ମିଳିଲା ୭୫ ଲକ୍ଷ ଟଙ୍କା: ସିସିଟିଭିରେ ଧରାପଡିଲେ କଂଗ୍ରେସ ନେତା

ସୁରଟ: ସୁରଟରେ ୭୫ ଲକ୍ଷ ଟଙ୍କା ନଗଦ ଜବତ ମାମଲାରେ ଏକ ବଡ ଖବର ଆସୁଛି। ସିସିଟିଭି ଫୁଟେଜରେ କଂଗ୍ରେସ ନେତା ସନ୍ଦୀପ ନହର ଦେଖିବାକୁ ମିଳିଛନ୍ତି। ଏହି ଭିଡିଓରେ ସେ ପଛକୁ ଚାହିଁ ଦୌଡୁଥିବା ନଜର ଆସିଛନ୍ତି। ଏହି ଘଟଣା ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ସୂଚନା ଅନୁଯାୟୀ ଜବତ କାରରୁ ବିଏମ ସନ୍ଦୀପଙ୍କ ଆଧାର କାର୍ଡ ମଧ୍ୟ ଜବତ କରାଯାଇଛି।