Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଶୁ ଆରୋଗ୍ୟ କାମନା କରି ଅମିତାଭ ବଚନଙ୍କ ଉପରେ ବାଲୁକା କଳା କଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ବର, ପ୍ରଖ୍ୟାତ ଅଭିନେତା ଅମିତାଭ ବଚନ କରୋନା ପଜେଟିଭ ଚିହ୍ନଟ ହେବା ପରେ ସେ ବର୍ତ୍ତମାନ ମୁମ୍ବାଇର ଲୀଲାବତି ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ଅମିତାଭ ବଚନଙ୍କ ବାଲୁକା କଳା। ସୁଦର୍ଶନ ଅମିତାଭ ବଚନଙ୍କୁ ଏକ ନୀଳ ରଂଗର ବ୍ଲେଜର ସହିତ ସମାନ ରଂଗର ମାସ୍କ ପରିଧାନ କରାଇଛନ୍ତି। ଏଥି ସହିତ ଇଂରାଜୀରେ ଶିଘ୍ର ସୁସ୍ଥ୍ୟ ହେବେ ବୋଲି ସେହି କଳାରେ ସେ ଉଲ୍ଲେଖ କରିଛନ୍ତି।

ଅମିତାଭ ବଚନ ନିକଟରେ କୋଭିଡ ପଜେଟିଭ ବାହାରିବା ପରେ ସେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଥିସହିତ ତାଙ୍କର ପୁଅ ଅଭିଷେକ ବଚନ, ବୋହୂ ଐଶ୍ବର୍ଯ୍ୟା ରାୟ ବଚନ ଏବଂ ନାତୁଣୀ ଆରଧ୍ୟା ମଧ୍ୟ କୋଭିଡ ପଜେଟିଭ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ବାଲୁକା କଳାରେ ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ, ଆଜି ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନ, ସେଥିପାଇଁ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ କରିଛନ୍ତି ବାଲୁକା କଳା। ଧୋନିଙ୍କ ଜନ୍ମଦିନ ପାଇଁ ବିଭିନ୍ନ ସ୍ଥାନରୁ ଶୁଭେଚ୍ଛାର ବାର୍ତ୍ତା ଆସିବାରେ ଲାଗିଛି। ହେଲେ ସୁଦର୍ଶନଙ୍କ ଏହି ବାଲୁକା କଳା ସେ ମଧ୍ୟରୁ ଭିନ୍ନତା ରଖିଛି। ସୁଦର୍ଶନ ତାଙ୍କ କଳାରେ ଏକ ବାଲୁକା ବ୍ୟାଟ ତିଆରି କରିଛନ୍ତି। ସେହି ବ୍ୟାଟ ଭିତରେ ଧୋନିଙ୍କ ପ୍ରତିକୃତିକୁ ସ୍ଥାନିତ କରିଛନ୍ତି। ବ୍ୟାଟ ଶେଷରେ ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ବୋଲି ଲେଖିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ପୁରୀ ବେଳାଭୂମିରେ ବାଲିର ଜଗନ୍ନାଥ ନିର୍ମାଣ କଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ, ଗୋଟିଏ ପଟେ ଘଡଘଡ ନାଦ କରି ପୁରୀ ବଡଦାଣ୍ଡରେ ରଥ ଗଡୁଥିବା ବେଳେ ଅନ୍ୟପଟେ ସମୁଦ୍ର ଗର୍ଜନ ଭକ୍ତଙ୍କୁ ବିମୋହିତ କରିବା କଥା। ହେଲେ କୋଭିଡ19 କଟକଣା ଯୋଗୁଁ ଏଥର ଭକ୍ତଶୂନ୍ୟ ହୋଇ ପଡିଥିଲା ପୁରୀ ବଡଦାଣ୍ଡ ଓ ସମୁଦ୍ରକୂଳ। ତେବେ ଭକ୍ତ ଥାଆନ୍ତୁ କି ନାହିଁ ଗଡିଲା ରଥ। ସେହିପରି ବିନା ଦର୍ଶକରେ ମଧ୍ୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଜଗନ୍ନାଥଙ୍କୁ ପ୍ରଦାନ କରିଛନ୍ତି ଭକ୍ତିପୂତ ଅର୍ଘ୍ୟ।

ବିଭିନ୍ନ ଘଟଣାକୁ ନେଇ ବାଲୁକା କଳା ନିର୍ମାଣ କରିବାରେ ସୁଦର୍ଶନ ପଟ୍ଟନାୟକଙ୍କ ବେଶ୍ ଖ୍ୟାତ ଅଛନ୍ତି। ସେହିପରି ଏଥର ରଥଯାତ୍ରାରେ ମଧ୍ୟ ସେ ନିର୍ମାଣ କରିଛନ୍ତି ଏକ ଆକର୍ଷଣୀୟ ବାଲୁକା କଳା। ପୁରୀ ବେଳାଭୂମିରେ ସେ ଜଗନ୍ନାଥ, ବଳଭଦ୍ର ଏବଂ ମା ସୁଭଦ୍ରାଙ୍କ ବାଲୁକାରେ ରଂଗୀନ କଳା ନିର୍ମାଣ କରିଛନ୍ତି। ଏଥିସହିତ ଶ୍ରୀମନ୍ଦିରକୁ ମଧ୍ୟ ସେ ତାଙ୍କ କଳାରେ ସ୍ଥାନିତ କରିଛନ୍ତି। ଏହା ଦେଖିବା ପାଇଁ ଦର୍ଶକ ନ ଥିଲେ ମଧ୍ୟ ବର୍ତ୍ତମାନ ରଥଯାତ୍ରା ପାଇଁ ଏହା ବେଶ୍ ଆକର୍ଷଣୀୟ ହୋଇପାରିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ସଂସ୍କୃତି

ମାସ୍କ ସଚେତନତା ସୃଷ୍ଟି କରିବା ପାଇଁ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ପୁରୀ ବେଳାଭୂମିରେ ବାଲିର ସ୍ଥାପତ୍ୟ

ପୁରୀ: କରୋନା ଭାଇରସ ଉପରେ ସିରିଜ ବାଲୁକା କଳା କରି ଏକ ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଘରେ ରହନ୍ତୁ ହେଉ କିମ୍ବା କରୋନା ମୁକାବିଲା, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ସମ୍ମାନ ହେଉ କିମ୍ବା ହାତ ଧୋଇବା। ଏହିପରି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସଚେତନତା ବାଲୁକା ସ୍ଥାପତ୍ୟ କରିବାରେ ଲାଗିଛନ୍ତି ଏହି ଶିଳ୍ପୀ। ଏଥିପାଇଁ ବିଶ୍ବସ୍ତରରେ ତାଙ୍କୁ ବେଶ୍ ପ୍ରସଂଶା ମଧ୍ୟ ମିଳିବାରେ ଲାଗିଛି।

ଏହି କରୋନା ସଚେତନତା ସିରିଜରେ ଏଥର ସୁଦର୍ଶନ ମାସ୍କ ବିଷୟକୁ ନେଇ ବାଲୁକା କଳଛନ୍ତି। ସେଥିପାଇଁ ସେ ପୁରୀ ବେଳାଭୂମିରେ ଦୁଇଟି ଭିନ୍ନ ଭିନ୍ନ ବାଲୁକା କଳା ନିର୍ମାଣ କରିଛନ୍ତି। ଗୋଟିଏରେ ସେ ମାସ୍କ ପିନ୍ଧିବା ପାଇଁ ସଚେତନତା କରିଥିବା ବେଳେ ଅନ୍ୟଟିରେ ନିଜଘରେ ମାସ୍କ ତିଆରି କରନ୍ତୁ ବୋଲି କଳା ମାଧ୍ୟମରେ କହିଛନ୍ତି।

ନିଜ ଘରେ ମାସ୍କ ତିଆରି କରିବା ପାଇଁ ହୋଇଥିବା ସ୍ଥାପତ୍ୟରେ ଜଣେ ପୁରୁଷ ଓ ଜଣେ ସ୍ତ୍ରୀ ମୁହଁରେ ମାସ୍କ ପିନ୍ଧି ମୁହାଁମୁହିଁ ହୋଇ ରହିଛନ୍ତି। ତେବେ ସେମାନଙ୍କ ମୁହଁରେ କୌଣସି କଂପାନୀ ପ୍ରସ୍ତୁତ ନୁହେଁ ଘରେ ତିଆରି ଚିରା ପିନ୍ଧା ଲୁଗାରେ ହୋଇଥିବା ମାସ୍କ ପିନ୍ଧିଛନ୍ତି। ଏହି ମାସ୍କ ଏବଂ ସ୍ଥାପତ୍ୟର ପୋଷାକ ପରିଧାନକୁ ଲକ୍ଷ୍ୟ କଲେ ସୁଦର୍ଶନଙ୍କ କଲାଚାତୁରୀ ବାରି ହୋଇପଡେ। ଏହାକୁ ବାଲିରେ ସୁଦର୍ଶନ ଏପରି ନିର୍ମାଣ କରିଛନ୍ତି ଯାହା ଅବିକଳ ଲୁଗାର ମାସ୍କ ପରି ଲାଗୁଛି। ଦୁଇ ମୁହଁ ମଝିରେ ଆସ ମାସ୍କ ତିଆରି କରିବା ବୋଲି ଇଂରାଜୀରେ ଲେଖାଯାଇଛି।

ସେହିପରି ଆଉ ଏକ ସ୍ଥାପତ୍ୟରେ ସୁଦର୍ଶନ ଜଣେ ମହିଳାଙ୍କ ମୁହଁରେ ମାସ୍କ ପିନ୍ଧାଥିବା ବାଲୁକାକଳା ମଧ୍ୟ କରିଛନ୍ତି। ଏଥିରେ ମହିଳା ଜଣଙ୍କ ମୁହଁର ଭାବଭଙ୍ଗି ଯାହା ତାହା ପ୍ରମାଣତି କରୁଛି ଯେ ସେ କଡା ନଜରରେ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ କହୁଛନ୍ତି। ସେଥିପାଇଁ ସୁଦର୍ଶନ ସେହି ପ୍ରତିମୂର୍ତ୍ତିର ଆଖିକୁ ବଡବଡ କରିଛନ୍ତି। ଦେଖିଲେ ଲାଗୁଛି ପ୍ରତିମୂର୍ତ୍ତିଟି ଆଖି ତରାଟି ଆଶ୍ଚର୍ଯ୍ୟ ଭାବେ ଚାହିଁ ରହିଛି।

ସୁଦର୍ଶନ ପ୍ରତିଦିନ କରୋନା ଭାଇରସ ଉପରେ କରୁଥିବା ଏହି ସିରିଜ ବାଲୁକା କଳା ବିଶ୍ବ ବାସୀଙ୍କୁ ଏପରି ବିଶ୍ବ ସ୍ବସ୍ଥ୍ୟ ସଂଗଠନ ମଧ୍ୟ ପ୍ରସଂଶା କରିଛି।