Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ରାଜ୍ୟସଭା ପାଇଁ ସୁଧା ମୂର୍ତ୍ତି ମନୋନିତ, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ଇନଫୋସିସର ପ୍ରତିଷ୍ଠାତ ନାରାୟଣ ମୂର୍ତ୍ତିଙ୍କ ଧର୍ମପତ୍ନୀ ସୁଧା ମୂର୍ତ୍ତ ଯିବେ ରାଜ୍ୟସଭାଷ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ମନୋନିତ କରିଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ମୁଁ ବହୁ ଖୁସି ଯେ, ରାଷ୍ଟ୍ରପତି ଶ୍ରୀମତୀ ସୁଧା ମୂର୍ତ୍ତିଙ୍କୁ ରାଜ୍ୟସଭା ସଦସ୍ୟା ଭାବେ ମନୋନିତ କରିଛନ୍ତି। ସୁଧାମୂର୍ତ୍ତି ହେଉଛନ୍ତି ଜଣେ ପ୍ରଖ୍ୟାତ ସମାଜସେବୀ। ଶିକ୍ଷାର ଉନ୍ନତି କ୍ଷେତ୍ରରେ ତାଙ୍କର ଅବଦାନ ଅତୂଳନୀୟ। ରାଜ୍ୟସଭାରେ ତାଙ୍କର ଉପସ୍ଥିତି ନାରୀଶକ୍ତିର ବିକାଶ ଉପସ୍ଥାପିତ କରିବ।

Categories
ଜାତୀୟ ଖବର ଜୀବନ ଶୈଳୀ ବିଶେଷ ଖବର

ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ପରିବା ବିକ୍ରି ଫଟୋ ସୋସିଆଲ ମିଡିଆରେ ଭାଇରାଲ

ବାଙ୍ଗାଲୁରୁ, ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଛି। ତାହା ହେଉଛି ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତି ପରିବା ବିକ୍ରି କରୁଛନ୍ତି। ଫଟୋ ସହିତ ଏକ ଲେଖା ମଧ୍ୟ ରହିଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ, ଯେ ଇନଫୋସିସ ମାଲିକ ନାରାୟଣ ମୂର୍ତ୍ତିଙ୍କ ସ୍ତ୍ରୀ ପରିବା ବିକ୍ରି କରୁଛନ୍ତି। ନାରାୟଣ ମୂର୍ତ୍ତିଙ୍କ ସମ୍ପତ୍ତି 2500 କୋଟି ହୋଇଥିବା ବେଳେ ତାଙ୍କ ପତ୍ନୀ ପରିବା ବିକ୍ରି କରୁଛନ୍ତି। ଏହାର କାରଣରେ କୁହାଯାଇଛି ଯେ, ସୁଧା ମୂର୍ତ୍ତିଙ୍କ ମନ ଭିତରୁ ଅହଙ୍କାର ତ୍ୟାଗ କରିବା ପାଇଁ ସେ ସବୁବେଳେ ଚାହାଁନ୍ତି। ସେଥିପାଇଁ ବର୍ଷରେ ଥରେ ସେ ଭେଙ୍କଟଶ୍ବର ମନ୍ଦିର ସମ୍ମୁଖରେ ପରିବା ବିକ୍ରି କରନ୍ତି।

ତେବେ ଘଟଣାଟି ତାହା ନୁହେଁ। ଏ ସଂପର୍କରେ ବିଭିନ୍ନ ଗଣମାଧ୍ୟମ ତରଫରୁ ଖୋଳତାଡ କରିବା ପରେ ଜଣାପଡିଲା ଯେ ଫଟୋଟି ସତ ଏବଂ ଏହା 2016 ମସିହାର ଫଟୋ। ସୁଧା ମୂର୍ତ୍ତି ଭେଙ୍କଟେଶ୍ବର ମନ୍ଦିର ସମ୍ମୁଖରେ ପରିବା ପତ୍ର ଧରି ବସିଥିବା ମଧ୍ୟ ସତ। ହେଲେ କାରଣ ସୋସିଆଲ ମିଡିଆରେ ଯାହା କୁହାଯାଇଛି ତାହା ନୁହେଁ। ପ୍ରକୃତ କଥା ହେଲା ପ୍ରତିବର୍ଷ ଭେଙ୍କେଟଶ୍ବର ମନ୍ଦିରରେ ଏକ ମହୋତ୍ସବ କରାଯାଏ। ସେହି ମହୋତ୍ସବରେ ସମସ୍ତଙ୍କୁ ବିଭିନ୍ନ ସେବା କରିବା ପାଇଁ କୁହାଯାଇଥାଏ। ସେହି ଅନୁସାରେ ସୁଧା ପନପରିବା କାମରେ ନିଜକୁ ନିୟୋଜିତ ରଖିଛନ୍ତି।

ହେଲେ ଭାଇରାଲ ଗୋଷ୍ଠୀ ଏହାକୁ ଏପରି ଢଙ୍ଗରେ ଉପସ୍ଥାପିତ କରିଛିନ୍ତି ଯେ, ତାହାକୁ ଯେ କେହି ଦେଖିବ ସେ ନିଶ୍ଚିତ ସତ ବୋଲି ଭାବି ନେବ। ତେବେ ଭାଇରାଲ ଗୋଷ୍ଠୀ ଯଦି ସତକଥା ଲେଖିଥାଆନ୍ତେ ତାହା ମଧ୍ୟ ଲୋକଙ୍କୁ ଛୁଇଁ ପାରିଥାଆନ୍ତା। ଜଣେ ଦୁଇ ହଜାର କୋଟି ଟଙ୍କାର ମାଲିକଙ୍କ ପତ୍ନୀ ମନ୍ଦିରରେ କାମ କରୁଛନ୍ତି ତାହା ବଡ କଥା। କାରଣ ସେ ଚାହିଁଲେ ଅର୍ଥ ଦେଇ ଶହଶହ ଲୋକଙ୍କୁ ସେହି କାମରେ ଲଗାଇ ପାରିଥାଆନ୍ତେ। ତାହା ନ କରି ନିଜକୁ ଭଗବାନଙ୍କ ସେବାରେ ନିୟୋଜିତ କରିଛନ୍ତି ତାହା ନିଶ୍ଚିତ ପ୍ରଶଂସାର ପ୍ରସଂଗ।