Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ପରିବା ବିକ୍ରି ଫଟୋ ସୋସିଆଲ ମିଡିଆରେ ଭାଇରାଲ
ଜାତୀୟ ଖବର

ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ପରିବା ବିକ୍ରି ଫଟୋ ସୋସିଆଲ ମିଡିଆରେ ଭାଇରାଲ

September 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ପରିବା ବିକ୍ରି ଫଟୋ ସୋସିଆଲ ମିଡିଆରେ ଭାଇରାଲ

ବାଙ୍ଗାଲୁରୁ, ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଛି। ତାହା ହେଉଛି ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତି ପରିବା ବିକ୍ରି କରୁଛନ୍ତି। ଫଟୋ ସହିତ ଏକ ଲେଖା ମଧ୍ୟ ରହିଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ, ଯେ ଇନଫୋସିସ ମାଲିକ ନାରାୟଣ ମୂର୍ତ୍ତିଙ୍କ ସ୍ତ୍ରୀ ପରିବା ବିକ୍ରି କରୁଛନ୍ତି। ନାରାୟଣ ମୂର୍ତ୍ତିଙ୍କ ସମ୍ପତ୍ତି 2500 କୋଟି ହୋଇଥିବା ବେଳେ ତାଙ୍କ ପତ୍ନୀ ପରିବା ବିକ୍ରି କରୁଛନ୍ତି। ଏହାର କାରଣରେ କୁହାଯାଇଛି ଯେ, ସୁଧା ମୂର୍ତ୍ତିଙ୍କ ମନ ଭିତରୁ ଅହଙ୍କାର ତ୍ୟାଗ କରିବା ପାଇଁ ସେ ସବୁବେଳେ ଚାହାଁନ୍ତି। ସେଥିପାଇଁ ବର୍ଷରେ ଥରେ ସେ ଭେଙ୍କଟଶ୍ବର ମନ୍ଦିର ସମ୍ମୁଖରେ ପରିବା ବିକ୍ରି କରନ୍ତି।

ତେବେ ଘଟଣାଟି ତାହା ନୁହେଁ। ଏ ସଂପର୍କରେ ବିଭିନ୍ନ ଗଣମାଧ୍ୟମ ତରଫରୁ ଖୋଳତାଡ କରିବା ପରେ ଜଣାପଡିଲା ଯେ ଫଟୋଟି ସତ ଏବଂ ଏହା 2016 ମସିହାର ଫଟୋ। ସୁଧା ମୂର୍ତ୍ତି ଭେଙ୍କଟେଶ୍ବର ମନ୍ଦିର ସମ୍ମୁଖରେ ପରିବା ପତ୍ର ଧରି ବସିଥିବା ମଧ୍ୟ ସତ। ହେଲେ କାରଣ ସୋସିଆଲ ମିଡିଆରେ ଯାହା କୁହାଯାଇଛି ତାହା ନୁହେଁ। ପ୍ରକୃତ କଥା ହେଲା ପ୍ରତିବର୍ଷ ଭେଙ୍କେଟଶ୍ବର ମନ୍ଦିରରେ ଏକ ମହୋତ୍ସବ କରାଯାଏ। ସେହି ମହୋତ୍ସବରେ ସମସ୍ତଙ୍କୁ ବିଭିନ୍ନ ସେବା କରିବା ପାଇଁ କୁହାଯାଇଥାଏ। ସେହି ଅନୁସାରେ ସୁଧା ପନପରିବା କାମରେ ନିଜକୁ ନିୟୋଜିତ ରଖିଛନ୍ତି।

ହେଲେ ଭାଇରାଲ ଗୋଷ୍ଠୀ ଏହାକୁ ଏପରି ଢଙ୍ଗରେ ଉପସ୍ଥାପିତ କରିଛିନ୍ତି ଯେ, ତାହାକୁ ଯେ କେହି ଦେଖିବ ସେ ନିଶ୍ଚିତ ସତ ବୋଲି ଭାବି ନେବ। ତେବେ ଭାଇରାଲ ଗୋଷ୍ଠୀ ଯଦି ସତକଥା ଲେଖିଥାଆନ୍ତେ ତାହା ମଧ୍ୟ ଲୋକଙ୍କୁ ଛୁଇଁ ପାରିଥାଆନ୍ତା। ଜଣେ ଦୁଇ ହଜାର କୋଟି ଟଙ୍କାର ମାଲିକଙ୍କ ପତ୍ନୀ ମନ୍ଦିରରେ କାମ କରୁଛନ୍ତି ତାହା ବଡ କଥା। କାରଣ ସେ ଚାହିଁଲେ ଅର୍ଥ ଦେଇ ଶହଶହ ଲୋକଙ୍କୁ ସେହି କାମରେ ଲଗାଇ ପାରିଥାଆନ୍ତେ। ତାହା ନ କରି ନିଜକୁ ଭଗବାନଙ୍କ ସେବାରେ ନିୟୋଜିତ କରିଛନ୍ତି ତାହା ନିଶ୍ଚିତ ପ୍ରଶଂସାର ପ୍ରସଂଗ।

infosys ନାରାୟଣ ମୂର୍ତ୍ତି ସୁଧା ମୂର୍ତ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

୧୬ ରେ ପୁଣି କକ୍‌ରୋଚ୍ ଜନତା ପାର୍ଟିର ବିକ୍ଷୋଭ

October 15, 2026

ଏସ୍‌ଆଇଆର୍‌କୁ ନେଇ ସୁପ୍ରିମକୋର୍ଟରେ ଆଜି ହାଇଭୋଲ୍ଟେଜ୍ ଶୁଣାଣି

October 15, 2026

ଅକ୍ଟୋବର ୧୭ ପର୍ଯ୍ୟନ୍ତ ସାଉଦି ଆରବକୁ ବିମାନସେବା ସ୍ଥଗିତ

October 15, 2026

ମାତ୍ର ₹୨୦ରେ ସ୍ୱାଦଯୁକ୍ତ କ୍ଷୀର, ତାମିଲନାଡୁରେ ଲଞ୍ଚ କଲା ରିଲାଏନ୍ସ

October 15, 2026
Latest News

ଆଇପିଏଲ୍ ଟ୍ରେଡ୍: ସନରାଇଜର୍ସକୁ ଫେରିଲେ ନଟରାଜନ୍

October 15, 2026

୧୬ ରେ ପୁଣି କକ୍‌ରୋଚ୍ ଜନତା ପାର୍ଟିର ବିକ୍ଷୋଭ

October 15, 2026

ଏସ୍‌ଆଇଆର୍‌କୁ ନେଇ ସୁପ୍ରିମକୋର୍ଟରେ ଆଜି ହାଇଭୋଲ୍ଟେଜ୍ ଶୁଣାଣି

October 15, 2026

ୟୁକ୍ରେନରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ୍ ସ୍ପିଡ୍ କମାଇଲେ ଏଲନ୍ ମସ୍କ

October 15, 2026

ଇସ୍ରାଏଲରେ ପାକିସ୍ତାନୀ ପାଇଲଟଙ୍କୁ ନୋ-ଏଣ୍ଟ୍ରି

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.