Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ନିର୍ମାଣ ଶ୍ରମିକ କଲ୍ୟାଣ ସହାୟତା ଶିବିରରେ ୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ବାଣ୍ଟିଲେ ସାଂସଦ ମାନସ ମଙ୍ଗରାଜ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ସହକାରୀ ଶ୍ରମ କାର୍ଯ୍ୟାଳୟ, ବାଲୁଗାଁ ଅଧିନସ୍ଥ ବାଣପୁର, ବାଲୁଗାଁ ଓ ଚିଲିକା ବ୍ଲକ ତଥା ପୌର ପରିଷଦରେ ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଏକ ସହାୟତା ଶିବିର ଅନୁଷ୍ଠିତ ହୋଇଯାଇଛି। ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ, ଭୁବନେଶ୍ୱର ଦ୍ୱାରା ପରଚାଳିତ ‘ନିର୍ମାଣ ଶ୍ରମିକ କଲ୍ୟାଣ’ ଯୋଜନା ଅଧିନରେ ଏହି ସହାୟତା ଶିବିର ପୂର୍ତ୍ତ ବିଭାଗ ଡାକବଙ୍ଗଳା, ସୁନାଖଳାଠାରେ ଆୟୋଜିତ ହୋଇଥିଲା। ଏହି ଶିବିରରେ କଲ୍ୟାଣ ବୋର୍ଡ ଅଧୀନରେ ପଂଜିକୃତ ୧୦୫ଜଣ ଶ୍ରମିକଙ୍କୁ ମୃତୁ୍ୟକାଳୀନ ସହାୟତା ବାବଦରେ ସେମାନଙ୍କ ମନୋନୀତ/ଉତ୍ତରାଧିକାରୀଙ୍କୁ ୨,୦୪,୦୦,୦୦୦/- ଓ ୧୦୩ ଜଣଙ୍କୁ ଅନ୍ତେଷ୍ଟିକ୍ରୀୟା ସହାୟତା ବାବଦରେ ୫,୧୫,୦୦୦/- ଟଙ୍କା ପ୍ରଦାନ କରାଯାଇଥିଲା।

ସେହିପରି ବିବାହକାଳୀନ ସହାୟତା ବାବଦରେ ୬୦ଜଣଙ୍କୁ ୨୯,୦୦,୦୦୦/-ଟଙ୍କା ସହାୟତା ରାଶି, ଶିକ୍ଷା ସହାୟତା ବାବଦରେ ୧୩୧ ଜଣଙ୍କୁ ୯,୦୯,୦୦୦./- ଟଙ୍କା, ପ୍ରସବକାଳୀନ ସହାୟତା ବାବଦରେ ୧୦ ଜଣଙ୍କୁ ୧,୦୦,୦୦୦/ ଟଙ୍କା ପ୍ରଦାନ କରାଯାଇଥିଲା। ଏହିସବୁ ସହାୟତା ବାବଦରେ ସର୍ବମୋଟ ୪୦୯ ଜଣଙ୍କୁ ୨,୪୮,୧୯,୦୦୦/- ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଏହି ଶିବିରରେ ରାଜ୍ୟସଭା ସାଂସଦ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ମୁଖ୍ୟ ଅତିଥିଭାବେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନାରେ ଅଧିକରୁ ଅଧିକ ନିର୍ମାଣ ଶ୍ରମିକ ଭଉଣୀ ଓ ଭାଇମାନେ ସାମିଲ ହେବା ପାଇଁ ନିବେଦନ କରିଥଲେ। ଏଥି ସହ ୨୩୭ ଜଣ ନୂତନ ଭାବେ ପଂଜିକୃତ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା।
ଏହି ଶିବିରକୁ ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ (ଖୋର୍ଦ୍ଧା) ଭୁବନେଶ୍ୱର ଶ୍ରୀ ପ୍ରଭାକର ବିଶ୍ୱାଳ ପରିଚାଳନା କରିବା ସହିତ ଯୋଜନା ବିଷୟରେ ଶ୍ରମିକମାନଙ୍କୁ ଅବଗତ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ କଲ୍ୟାଣ ସଂଯୋଜକ ଲମ୍ବୋଦର ରାଉତଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଯୋଗଦେଇ ଥିଲେ। ଶେଷରେ ବାଲୁଗାଁ ସହକାରୀ ଶ୍ରମ ଅଧିକାରୀ ଚନ୍ଦନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରଣପୁର: ଗଞ୍ଜେଇ ସହ କାର ଓ ସ୍କୁଟି ଜବତ

ରଣପୁର: ରଣପୁର ଅବକାରୀ ବିଭାଗର ଚଢାଉ ବେଳେ ଧରାପଡିଲେ ଦୁଇ ଗଞ୍ଜେଇ ଚୋରାଚାଲାଣକାରୀ। ୩୮ କିଲୋ ଗଞ୍ଜେଇ ସହ ଗୋଟିଏ ଦାମୀ କାର ସହ ଗୋଟିଏ ସ୍କୁଟି ଜବତ। ଏକ ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଅବକାରୀ ବିଭାଗ ସୁନାଖଳା ଠାରେ ଗାଡିଗୁଡିକ ଅଟକାଇ ତନଖି କରୁଥିବାବେଳେ ଗୋଟିଏ ଇଣ୍ଡିଗୋ କାର୍ କୁ ଜବତ କରିଥିଲା। ଜବତ ଓଡି ୦୨ ଏବି ୦୩୪୮ ନମ୍ବର ବିଶିଷ୍ଟ ଇଣ୍ଡିଗୋ କାରରୁ ୨୮କିଲୋ ଗଞ୍ଜେଇ ଜବତ ହୋଇଥିଲା।

ସେହିଭଳି ରଣପୁର ଥାନା ଅଧିନସ୍ଥ ବାଉଁଶଗଡ ଠାରେ ଓଡି ୩୩ ଏଜି ୯୨୯୯ ନମ୍ବର ବିଶିଷ୍ଟ ଏକ ସ୍କୁଟିରୁ ୧୦ କିଲୋ ଗଞ୍ଜେଇ ଜବତ କରିଛି ରଣପୁର ର ଏକ ଅବକାରୀ ଟିମ୍। ଉଭୟ ଗଞ୍ଜେଇ ଚୋରା ଚାଲାଣକାରୀ କନ୍ଧମାଳ ଜିଲ୍ଲାର ହୋଇଥିବାବେଳେ ଫିରିଙ୍ଗିଆ ଥାନା ଡିମିରିଗୁଡ଼ା ଗାଁର ମଳୟ ଗୁପ୍ତା (୨୭), ଅନ୍ୟ ଚାଲାଣ କାରୀ ଜି-ଉଦୟଗିରି ଥାନା ଅନ୍ତର୍ଗତ ରୁଧାଙ୍ଗିଆ ଗାଁର ଯୁସେନ୍ ନାୟକ (୨୯)ବୋଲି ଜଣାପଡିଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

Categories
ଆଞ୍ଚଳିକ

ସୁନାଖଳାରେ ଡାକ ସଚେତନତା କାର୍ଯ୍ୟକ୍ରମ

ସୀତାରାମ ଅଗ୍ରୱାଲ
ଚିଲିକା: ଭାରତୀୟ ଡାକ ବିଭାଗ, ଭୁବନେଶ୍ୱର ଡାକ ମଣ୍ଡଳ ଏବଂ ସୁନାଖଳା ଶାଖା ଡାକଘର ଆନୁକୁଲ୍ୟରେ ଆଜି ସ୍ଥାନୀୟ ସୁନାଖଳା ଠାରେ ଡ଼ାକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ଵର ଡାକ ମଣ୍ଡଳର ବରିଷ୍ଠ ଡାକ ଅଧିକ୍ଷକ ବସନ୍ତ କୁମାର ପଣ୍ଡା, ସମ୍ମାନିତ ବକ୍ତା ଭାବେ ବାଲୁଗାଁ ଡାକ ଉପମଣ୍ଡଳ ଡାକ ନିରୀକ୍ଷକ ପ୍ରକାଶ କୁମାର ଜେନା, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ର ପ୍ରବନ୍ଧକ ଶ୍ରୀମନ୍ତିକା ପ୍ରିୟଦର୍ଶିନୀ, ନାଚୁଣୀ ସରପଞ୍ଚ ସ୍ବପ୍ନାଞ୍ଜଳି ପଲେଇ, ସୁନାଖଳା ସରକାରୀ ଉପ୍ରା ସ୍କୁଲ ର ପ୍ରଧାନ ଶିକ୍ଷକ ଶିକ୍ଷକ ଦାମୋଦର ନାୟକ , ଶିକ୍ଷାବିତ୍ ପ୍ରଦୋଷ କୁମାର ଦାସ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।

ନାଚୁଣୀ ଶାଖା ଡାକଘର ଡାକପାଳ ହୁସନାରା ଵେଗମ୍ ସଭା ସ°ଚାଳନ କରିଥିଲେ। କାର୍ଯ୍ୟକ୍ରମ ସଞ୍ଚାଳନରେ ବାଲୁଗାଁ ଡାକ ବିଭାଗ ଓଭରସିଅର ପ୍ରଶାନ୍ତ କୁମାର ପାଇକରାୟ ଓ ଦୀପ୍ତି ରଞ୍ଜନ ପାଇକରାୟଙ୍କ ସହ ସୁନାଖଳା ଶାଖା ଡାକଘର ଡାକପାଳ ସୌମିତ୍ରୀ ରାଉତରାୟ, ହରିକୁଣ୍ଡ ଵରଡିହ ବିପିଏମ ଖଗେଶ୍ବର ବାରିକ, ଵଉଳାଵନ୍ଧ ଵିପିଏମ ଲକ୍ଷ୍ମୀ କାନ୍ତ ଘଡେ଼ଇ, ସଲପଡିହ ଵିପିଏମ ଦୁର୍ଗା ପ୍ରସାଦ ଜେନା, ନିମେଇ ଚରଣ ଦାସ ଙ୍କ ସମେତ ସ୍ଥାନୀୟ ବିଭିନ୍ନ ଶାଖା ଡାକ ଘର କର୍ମଚାରୀ ଏଥିରେ ଉପସ୍ଥିତ ରହି ସହଯୋଗ କରିଥିଲେ।

ଏଥିରେ ସୁନାଖଳା,କହ୍ନେଇପୁର, ଜୀଵନଦେଇପୁର ଆଦି ଗ୍ରାମର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମହିଳା, ଆଶା ଓ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଓ ବରିଷ୍ଠ ମହିଳାମାନେ ଯୋଗ ଦେଇଥିଲେ। ଭାରତ ସରକାରଙ୍କ ଡାକ ବିଭାଗ ପ୍ରଣୀତ ଅନେକ ଜନକଲ୍ୟାଣକାରୀ ଯୋଜନା ତଥା ଡ଼ାକ ଵୀମା, ସ°ଚୟ ଯୋଜନା, ପରିବାର ସୁରକ୍ଷା ଯୋଜନା ସମେତ ସୁକନ୍ୟା ଯୋଜନା ଆଦି ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡ଼ିକର ଏଠାରେ ବ୍ୟାଖ୍ୟା କରାଯାଇ ଉପସ୍ଥିତ ମହିଳା ଓ ସ୍ଥାନୀୟ ଅଞ୍ଚଳବାସୀ ଙ୍କୁ ଅବଗତ କରାଯାଇ ଏହାର ଲାଭ ଉଠାଇବାକୁ ବିଭାଗୀୟ ପଦାଧିକାରୀ ମାନେ ବିଶେଷ ଅନୁରୋଧ ରଖିଥିଲେ।

ସୂଚନାଯୋଗ୍ୟ, ଡାକ ବିଭାଗ ପ୍ରଣୀତ ବିଭିନ୍ନ ଲୋକାଭିମୁଖୀ ଯୋଜନାର ରୂପରେଖ ଏଠାରେ ଆଲୋଚନା ହୋଇ ମତବିନିମୟ ହେବା ସହ ସ୍ଥାନୀୟ ଗ୍ରାମାଞ୍ଚଳରେ ରହିଥିବା ବିଭିନ୍ନ ଡାକଘର ମାନଙ୍କ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି।ଏହାର ସଫଳ ରୁପାୟନ ଓ ଲୋକାଭିମୁଖୀ କରାଇବା ଲକ୍ଷ୍ୟ ରେ ପ୍ରତ୍ୟେକ ଗ୍ରାମରେ ଏବେ ଡାକ ସଚେତନତା କାର୍ଯ୍ୟକ୍ରମ ବିଭାଗୀୟ ସ୍ତରରେ ଜାରି ରହିଛି।