Categories
ଆଜିର ଖବର ରାଜ୍ୟ ଖବର

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ସୁମା ସିକ୍ୟୁରିଟି ଏଜେନସି ଲୋଗୋ ଉନ୍ମୋଚିତ

ଭୁବନେଶ୍ବର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ନୂତନ ସିକ୍ୟୁରିଟି ଏଜେନ୍ସି “ସୁମା ସିକ୍ୟୁରିଟି ଏଜେନ୍ସି” ଉଦଘାଟିତ ହୋଇଯାଇଛି। ପ୍ରଫେସର ନାୟକ ଏହାର ଲୋଗୋକୁ ଉନ୍ମୋଚିତ କରିଥିବା ସହ ଅଭିବାଦନ ଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୋଆର ଚିଫ ଭିଜିଲାନ୍ସ ଅଫିସର ତଥା ଡାଇରେକଟର ରିସୋରସେସ ଯୁଗଳ ଦାସ, ଆଇନ ବିଭାଗ ନିର୍ଦ୍ଦେଶକ ସଞ୍ଜୟ କୁମାର ସାହୁ, ଏସଏଚଏମ ଡିନ ପ୍ରଫେସର ଶିତିକଣ୍ଠ ମିଶ୍ର, ପ୍ରମେୟ ଓ ନ୍ୟୁଜ ସେଭେନ ର ଗ୍ରୁପ ଏଡିଟର ଗୋପାଳ କୃଷ୍ଣ ମହାପାତ୍ର, ନିୟୁଜ ସେଭେନ ର କାର୍ଯ୍ୟକାରୀ ସମ୍ପାଦକ ଦେବ ନାରାୟଣ ସେଠୀ, ପ୍ରମେୟ ଓ ନ୍ୟୁଜ ସେଭେନ ର ନିର୍ଦେଶକ (ସେଲସ ଆଣ୍ଡ ମାର୍କେଟିଙ୍ଗ) ହିମାଂଶୁ ହୋତା ଓ ସୋଆ ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସୁମା ସିକ୍ୟୁରିଟି ଏଜେନସି ର ଉଦ୍ଦେଶ୍ୟ ରହିଛି ସେବା, ଶାନ୍ତି ଓ ସୁରକ୍ଷା। ଆଗାମୀ ଦିନରେ ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ବିଭିନ୍ନ ଅନୁଷ୍ଠାନ ଓ ହସ୍ପିଟାଲର ସୁରକ୍ଷା କାର୍ଯ୍ୟରେ ଏହି ଏଜେନସିର ସୁରକ୍ଷା କର୍ମୀମାନେ ନିୟୋଜିତ ହେବାର ଯୋଜନା ରହିଛି।