Categories
ଅପରାଧ ଆଜିର ଖବର ଜାତୀୟ ଖବର

ଗତ ଏକ ବର୍ଷ ମଧ୍ୟରେ ୫୧ ସୈନିକ ଏବଂ ପୋଲିସ ହୋଇଛନ୍ତି ସହିଦ, ଜାଣନ୍ତୁ କେତେ ମରିଛନ୍ତି ଆତଙ୍କବାଦୀ

ଶ୍ରୀନଗର: ଗତ ଏକ ବର୍ଷ ମଧ୍ୟରେ ଜମ୍ମୁ କାଶ୍ମୀରରେ ଅନେକ ଆତଙ୍କବାଦୀ ଘଟଣା ସାମ୍ନାକୁ ଆସିଛି। ସୁରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ଅପରେସନରେ ଆତଙ୍କବାଦୀମାନେ ହତାଶ ହୋଇ ଅନେକ ଘଟଣା ଘଟାଇଥିଲେ। ଗତ ଏକ ବର୍ଷ ମଧ୍ୟରେ ଜମ୍ମୁ କାଶ୍ମୀରର ୩୨ ଜଣ ସୁରକ୍ଷା ବାହିନୀ ଏବଂ ୧୯ ଜଣ ପୋଲିସ୍ ବିଭିନ୍ନ ଆତଙ୍କବାଦୀ ଘଟଣାରେ ସହିଦ ହୋଇଥିଲେ।

ସଂସଦର ଶୀତକାଳୀନ ଅଧିବେଶନରେ ରାଜ୍ୟସଭାରେ ଉତ୍ତର ଦେଇ କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ, ଅକ୍ଟୋବର ୨୦୨୦ରୁ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀରର ୩୨ ସୁରକ୍ଷା କର୍ମୀ ଏବଂ ୧୯ ଜଣ ପୋଲିସ ସହିଦ ହୋଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ୧୨ ମାସ ଅର୍ଥାତ୍ ଡିସେମ୍ବର ୨୦୨୦ ରୁ ନଭେମ୍ବର ୨୬ ମଧ୍ୟରେ ୧୪ ଜଣ ଆତଙ୍କବାଦୀ ଜୀବନ୍ତ ଧରାପଡିଥିବାବେଳେ ସୁରକ୍ଷା ବାହିନୀ ଦ୍ୱାରା ୧୬୫ ଜଣ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି।

ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଗୃହ ମନ୍ତ୍ରଣାଳୟ କହିଛି ଯେ, ଜମ୍ମୁ କାଶ୍ମୀରରେ ଅନୁପ୍ରବେଶ ଘଟଣା ୨୦୧୮ ରୁ ହ୍ରାସ ପାଇଛି। ୨୦୧୮ ମସିହାରେ ୧୪୩ ଅନୁପ୍ରବେଶ ଘଟଣା ଘଟିଥିବାବେଳେ ଚଳିତ ବର୍ଷ କେବଳ ୨୮ ଟି ଘଟଣା ସାମ୍ନାକୁ ଆସିଛି। ଗୃହ ମନ୍ତ୍ରଣାଳୟ କହିଛି ଯେ, ୨୦୧୮ ମସିହାରେ ସମୁଦାୟ ୪୧୭ ଆତଙ୍କବାଦୀ ଘଟଣା ଘଟିଥିବାବେଳେ ଚଳିତ ବର୍ଷ ନଭେମ୍ବର ପର୍ଯ୍ୟନ୍ତ କେବଳ ୨୪୪ ଆତଙ୍କବାଦୀ ଘଟଣା ଘଟିଛି।